୫୦ଜଣ ଯୁବତୀଙ୍କୁ ସୋନୁ ଦେବେ ଚାକିରି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ବିଲିଉଡ୍‌ ଅଭିନେତା ସୋନୁ ସୁଦ୍‌। ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାଠୁ ଆରମ୍ଭ କରି ପିଲାଙ୍କୁ ଅନ୍‌ଲାଇନ୍‌ ପଢିବା ପାଇଁ ଫୋନ୍‌ ଯୋଗାଇଦେବା ପର୍ଯ୍ୟନ୍ତ ସୋନୁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି। ଏବେ ସୋନୁ ୫୦ଜଣ ଯୁବତୀଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଝାଡ଼ଖଣ୍ଡର ଏକ ଗାଁରେ ଲକଡାଉନ୍ ଯୋଗୁ ୫୦ ଜଣ ଯୁବତୀ ଚାକିରି ହରାଇଥିଲେ। ଏ ଖବର ମିଳିବା ପରେ ସୋନୁ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।

ସୋନାମୁନି ରାଜ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ କିଛି ଯୁବତୀଙ୍କର ଫଟୋକୁ ଟ୍ୱିଟରରେ ଶେଆର୍ କରି, ସୋନୁ ସୁଦ୍‌ ସାର୍‌, ଆମେ ଝାଡ଼ଖଣ୍ଡର ଧନବାଦ ଜିଲ୍ଲାରେ ରହୁଛୁ। ଲକଡାଉନ୍ କାରଣରୁ ଆମ ଗାଁର ୫୦ଜଣ ଯୁବତୀଙ୍କର ଚାକିରି ଚାଲିଯାଇଛି। ଯେଉଁ କାରଣରୁ ଆମେ ସମସ୍ତେ ଏବେ ବେକାରୀ ଅଛୁ। ଆମ ସମସ୍ତଙ୍କୁ ଚାକିରିର ବହୁତ ଆବଶ୍ୟକତା ରହିଛି। ଦୟାକରି ଆମର ସହାୟତା କରନ୍ତୁ।

ଏହାର ପ୍ରତିକ୍ରିୟା ଦେଇ ସୋନୁ ଲେଖିଛନ୍ତି, ଧନବାଦରେ ଥିବା ଆମର ଏହି ୫୦ ଭଉଣୀ ସପ୍ତାହକ ଭିତରେ ଭଲ ଚାକିରି କରୁଥିବେ। ଏହା ମୋର ପ୍ରତିଶ୍ରୁତି।

ସୋନୁଙ୍କ ଏହି ଟୁଇଟ୍‌ରେ ଲୋକମାନେ ପ୍ରତିକ୍ରିୟା ଦେଇଛନ୍ତି। ସୋନୁ ଆଉ କେତେ ମହାନ କାମ କରି ଲୋକଙ୍କ ହୃଦୟ ଜିତିବେ ବୋଲି କିଛି ଲୋକ କହିଥିବା ବେଳେ। ଆଉ କିଛି ଲୋକ ସୋନୁଙ୍କୁ ଭଗବାନ୍‌ ସବୁବେଳେ ଆଶିର୍ବାଦ କରନ୍ତୁ ବୋଲି  ଲେଖିଛନ୍ତି।

 

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

You might also like