ଓଭରସାଇଜ୍‌ ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ସୋନମ କପୁର

ମୁମ୍ବାଇ/ଭୁବନେଶ୍ୱର: ସେଲିବ୍ରିଟିମାନେ ଅନେକ ସମୟରେ ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ର ଶିକାର ହୋଇଥାନ୍ତି। କେବେ ତାଙ୍କର ବେଶ ପୋଷାକକୁ ନେଇ ତ ଆଉ କେବେ ଅନ୍ୟ କିଛି କାରଣରୁ। ସେହିଭଳି ସୋନମ୍‌ କପୁରଙ୍କର ବେଶ ପୋଷାକ ସବୁବେଳେ ଅଲଗା ଢଙ୍ଗର ହୋଇଥିବାରୁ ସେ ପ୍ରାୟ ସବୁବେଳେ ସୋଶାଲ ମିଡିଆରେ ଟ୍ରୋଲ୍‌ର ଶିକାର ହୋଇଥାନ୍ତି।

ନିକଟରେ ସୋନମ୍‌ କପୁରଙ୍କୁ ଏକ ମାଟିଆ ରଙ୍ଗର ପୋଷାକରେ ଦେଖିବାକୁ ମିଳିଥିଲା ଜିଓ ମାମି ଡିନର ପାର୍ଟିରେ। ସେଠାରେ ଲୋକମାନେ ତାଙ୍କ କର୍ଲିଂ ହେୟାରକୁ ପ୍ରଶଂସା କରିଥିଲେ ମଧ୍ୟ ତାଙ୍କର ଫ୍ୟାସନ୍‌ କୋଟ୍‌କୁ ନେଇ ଅନେକ ସମାଲୋଚନା କରିଥିଲେ।

ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ସହ ଅନେକ କମେଣ୍ଟ ଆସିଛି। ଟ୍ରୋଲରମାନେ ତାଙ୍କୁ ବାପା ଅନିଲ କପୁରଙ୍କ ପାଖରୁ ସୁଟ୍‌ ଧାର ଆଣିଥିବା କହି ସମାଲୋଚନା କରିଛନ୍ତି। କେହି କେହି ତାଙ୍କୁ ମିଷ୍ଟର ବିନ୍‌ ଭଳି ଦେଖାଯାଉଛନ୍ତି ବୋଲି ମଧ୍ୟ କହିଛନ୍ତି। ତାଙ୍କ ଭାଇ ଅର୍ଜୁନ କାପୁର ତାଙ୍କୁ ‘ ଆଇ ୱାଣ୍ଟ ମାଇଁ ସୁଟ୍‌ ବ୍ୟାକ୍‌ ’ ବୋଲି କହିଛନ୍ତି। ସେପଟେ ସାରା ଦେଶ ତାଙ୍କୁ ସମାଲୋଚନା କରୁଥିବା ବେଳେ ବାପା ଅନୀଲ କାପୁର ତାଙ୍କୁ ‘ଲଭ୍‌ ଦ ଲୁକ୍‌’ ବୋଲି କମେଣ୍ଟ୍‌ସ ଦେଇଛନ୍ତି। 

 

(courtesy: RVCJ)

You might also like