ସୋନାଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଲେ ନଣଦ
ନୂଆଦିଲ୍ଲୀ: କ୍ୟାନ୍ସର୍ ସହ ଯୁଝୁଥିବା ବଲିଉଡ୍ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ନିକଟରେ ସୋନାଲିଙ୍କ ନଣଦ ସୃଷ୍ଟି ଆର୍ଯ୍ୟ ସୋନାଲିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କହିଛନ୍ତି ଯେ,ସୋନାଲି ମାନସିକ ଭାବେ ଦୃଢ଼ ଅଛନ୍ତି ଓ ସୋନାଲି ସାହସର ସହ କ୍ୟାନ୍ସର୍ର ମୁକାବିଲା କରୁଛନ୍ତି। ସେ ବର୍ତ୍ତମାନ ତାଙ୍କ ସ୍ୱାମୀ ଗୋଲ୍ଡି ବେହଲ ଓ ପୁଅ ରଣବୀରଙ୍କ ସହ ଅଛନ୍ତି। ପରିବାର ସହ ଥିବାରୁ ସେ କ୍ୟାନ୍ସର୍ ସହ ଲଢ଼େଇ କରିବାର ଶକ୍ତି ପାଇଛନ୍ତି ।
ସେ କ୍ୟାନସରରେ ପୀଡ଼ିତ ଥିବା କଥା ନ ଲୁଚାଇ ସୋସିଆଲ ମିଡିଆରେ ଖବର ଶେୟାର କରିଥିଲେ। ଯେତେବେଳେ ତାଙ୍କ ଚିକିତ୍ସା ଆରମ୍ଭ ହେଲା ସେତେବେଳେ ସେ କେଶ କାଟିବା ଭିଡିଓ ଶେୟାର କରିଥିଲେ। ଏଥିରୁ ତାଙ୍କର ସାହସିକତା ଓ ମନୋବଳ ଦୃଢ଼ ଥିବା ନଜର ଆସିଥିଲା।