ଫ୍ରେଣ୍ଡସିପ୍‌ ଡେ’ରେ ସୋନାଲି ଶେୟାର କଲେ ନିଜର ଫଟୋ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ହାଇଗ୍ରେଡ୍‌ କ୍ୟାନସର୍‌ ହୋଇଥିବା ଖବର ପ୍ରଶଂସକମାନଙ୍କୁ ବ୍ୟଥିତ କରିଛି। ସୋନାଲି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଏହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଏକ ପ୍ରକାର ଭାଙ୍ଗି ପଡ଼ିଛନ୍ତି। ଏହି ଫଟୋରେ ସୋନାଲି ପୂରା ଲଣ୍ଡା ହୋଇଯାଇଛନ୍ତି। ଫଟୋର କ୍ୟାପ୍‌ସନ୍‌ରେ ସେ ଲେଖିଛନ୍ତି- Boldisbeautiful।

ସୋନାଲିଙ୍କ ସହ ଏହି ଫଟୋରେ ହ୍ରିତିକ୍‌ ରୋଶନ୍‌ଙ୍କ ପୂର୍ବତନ ପତ୍ନୀ ସୁଜେନ୍‌ ଖାନ୍‌ ବି ଅଛନ୍ତି। ଫ୍ରେଣ୍ଡସିପ୍‌ ଡେ’ ଅବସରରେ ସୋନାଲି ଏହି ଫଟୋକୁ ଶେୟାର କରିଛନ୍ତି।

ଉଲ୍ଲେଖନୀୟ ଯେ, ସୋନାଲି କ୍ୟାନସରରେ ପୀଡ଼ିତ ହୋଇ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ନିଜ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ସେ ନିୟମିତ ଭାବେ ସୋଶାଲ୍ ମିଡିଆ ଜରିଆରେ ଫ୍ୟାନ୍‌ମାନଙ୍କୁ ସୂଚନା ଦେଇ ଆସୁଛନ୍ତି। ଏମିତିକି ତାଙ୍କ ସ୍ୱାମୀ ଗୋଲ୍‌ଡୀ ବେହଲ ମଧ୍ୟ ସୂଚନା ଦିଅନ୍ତି। ନିକଟରେ ସେ ସୋଶାଲ୍ ମିଡିଆରେ ଏକ ପୋଷ୍ଟ୍ କରି କହିଥିଲେ ଯେ ସୋନାଲିଙ୍କ ଅବସ୍ଥା ସ୍ଥିର ରହିଛି।

ଆହୁରି ପଢ଼ନ୍ତୁ

You might also like