ରୋଗଶଯ୍ୟାରୁ ପୁଅକୁ ଜନ୍ମଦିନର ବାର୍ତ୍ତା ପଠାଇଲେ ସୋନାଲି ବେନ୍ଦ୍ରେ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ତାଙ୍କ ପୁଅ ରଣବୀରକୁ ୧୩ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। କ୍ୟାନ୍‌ସର ସହ ସଂଗ୍ରାମ କରୁଥିବା ସୋନାଲି ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ଜନ୍ମଦିନ ଅବସରରେ ତାଙ୍କ ପୁଅ ଉଦ୍ଦେଶ୍ୟରେ ପୋଷ୍ଟ କରିଥିବା ଭିଡିଓଟି ବେଶ୍‌ ଭାବପୂର୍ଣ୍ଣ ହୋଇଛି। ଏଥି ସହିତ ରୋଗଶଯ୍ୟାରୁ ପୁଅ ପାଇଁ ଅସୁମାରୀ ସ୍ନେହ ଓ ପ୍ରେମଭରା ବାର୍ତ୍ତା ପଠାଇଛନ୍ତି। ଯାହାକୁ ପଢ଼ିବା ପରେ ଯେ କେହି ବି ଅନୁଭବ କରିପାରିବ ପୁଅଠୁ ଦୂରରେ ରହିବା  ମା’ ପାଇଁ କେତେ କଷ୍ଟଦାୟକ।

ସେ ପୋଷ୍ଟ କରିଥିବା ଭିଡିଓ ସହ ଲେଖିଛନ୍ତି “ ରଣବୀର ମୋ ସୂର୍ଯ୍ୟ, ମୋ ଚନ୍ଦ୍ର, ମୋ ତାରା, ମୋ ଆକାଶ… ହୋଇପାରେ ମୁଁ ଟିକେ ନାଟକୀୟ  ହୋଇଯାଇଛି। ହେଲେ ତୋର ୧୩ତମ ଜନ୍ମଦିନ ଏହାର ହକ୍‌ଦାର। ତୁ ଏବେ ବଡ଼ ହୋଇଗଲୁଣି। ମୋ ମୁଣ୍ଡରେ ଏହି କଥା ପଶିବାକୁ ଟିକେ ସମୟ ଲାଗିପାରେ। ମୁଁ କହିପାରିବିନି, ତୋ ପାଇଁ କେତେ ଗର୍ବ ଅନୁଭବ କରେ। …….ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା। ଏହା ତୋର ପ୍ରଥମ ଜନ୍ମଦିନ ଯେଉଁଥିରେ ମୁଁ ତୋ ସାଥିରେ ନାହିଁ। ମୁଁ ତୋତେ ବହୁତ ମିସ୍‌ କରୁଛି । ”

ନିକଟରେ ରୋଗ ଶଯ୍ୟାରେ ମଧ୍ୟ ସୋନାଲିସ ତାଙ୍କ ପତି ଓ ବନ୍ଧୁମାନଙ୍କ ସହ ଫ୍ରେଣ୍ଡସିପ୍‌ଡେ ପାଳନ କରିଥିଲେ।

 

You might also like