ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

ମୁମ୍ବାଇ: ବଲିଉଡରେ ଅନେକ ସୁପରହିଟ୍ ଗୀତ ଗାଇଥିବା ଭେଟେରାନ୍ ସିଙ୍ଗର୍ ଏସପି ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡ଼ିଛି। ଏ ନେଇ ଏମଜିଏମ୍ ହେଲ୍‌ଥକେୟାର୍ ହସ୍ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୫ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରଠାରୁ ବାଲାସୁବ୍ରମଣ୍ୟମ୍ ଏମଜିଏମ୍ ହେଲ୍‌ଥକେୟାର୍ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ତେବେ ସେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି।

SP Balasubrahmanyam Health Update

ବାଲାସୁବ୍ରମଣ୍ୟମଙ୍କ ଡାକ୍ତରଙ୍କ ତରଫରୁ ମେଡିକାଲ୍ ବୁଲେଟିନ୍ ଜାରି କରାଯାଇଛି। ଏହି ମେଡିକାଲ୍ ବୁଲେଟିନରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା କୁହାଯାଇଛି। ଡାକ୍ତର ଅନୁରାଧା ଭାସ୍କରନ୍‌ଙ୍କ ତରଫରୁ ଜାରି କରାଯାଇଥିବା ଏହି ବୁଲେଟିନରେ କୁହାଯାଇଛି, ‘ଅଗଷ୍ଟ ୫ ତାରିଖରେ ବାଲାସୁବ୍ରମଣ୍ୟଙ୍କୁ ଏମଜିଏମ୍ ହେଲ୍‌ଥକେୟାର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଏବେବି ECMO ଏବଂ ଲାଇଫ୍ ସପୋର୍ଟ ସିଷ୍ଟମରେ ଅଛନ୍ତି। ଗତ ୨୪ ଘଣ୍ଟା ଭିତରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଛି। ହସ୍ପିଟାଲ୍ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି।

ବାଲାସୁବ୍ରମଣ୍ୟମ ହିନ୍ଦି ବ୍ୟତୀତ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲୟାଲାମ ଭାଷାରେ ଅନେକ ସୁପରହିଟ୍‌ ଗୀତ ଗାଇଛନ୍ତି। ସିଙ୍ଗର୍ ବ୍ୟତୀତ ସେ ମ୍ୟୁଜିକ୍ ଡାଇରେକ୍ଟର, ଡବିଙ୍ଗ୍ ଆର୍ଟିଷ୍ଟ ଏବଂ ଅଭିନେତା ମଧ୍ୟ ରହିସାରିଛନ୍ତି। ବାଲାସୁବ୍ରମଣ୍ୟମଙ୍କୁ ପ୍ଲେ’ବ୍ୟାକ୍ ସିଙ୍ଗିଙ୍ଗ୍ ପାଇଁ ୬ଥର ନ୍ୟାଶନାଲ୍‌ ଆୱାର୍ଡ ମିଳିଛି, ଯାହାକି ଏହିସବୁ ଗୀତ ଅଲଗା ଅଲଗା ଭାଷାରେ ଥିଲା। ବଲିଉଡରେ ତାଙ୍କୁ ଫିଲ୍ମ ଫେୟାର୍ ଆୱାର୍ଡ ମଧ୍ୟ ମିଳିଛି। ଏସପି ବାଲାସୁବ୍ରମଣ୍ୟମ୍ ସୁପରଷ୍ଟାର୍ ସଲମାନ୍ ଖାନଙ୍କ ପାଇଁ ଅନେକ ଗୀତ ଗାଇଛନ୍ତି।

ଆହୁରି ପଢ଼ନ୍ତୁ

ବିବାଦ ପରେ ବଦଳିଲା ‘ଲକ୍ଷ୍ମୀ ବମ୍’ର ଟାଇଟଲ୍‌

‘ଡ୍ରିମ୍‌’ ୱେଡିଂ ଲେହେଙ୍ଗାକୁ ନେଇ ମୁହଁ ଖୋଲିଲେ ନେହା, କହିଲେ କିଏ କରିଥିଲେ ଗିଫ୍ଟ…

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ ଉପରେ ବର୍ଷିଲେ ମୁକେଶ ଖନ୍ନା, କହିଲେ….

ସାଙ୍ଗଙ୍କ ସହ ଖାଇବାକୁ ଗଲେ ବିଲ୍‌ କିଏ ଦିଅନ୍ତି? ଶାହାରୁଖ ଦେଲେ ଏମିତି ଉତ୍ତର

କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

You might also like