ସୋଶାଲ୍‌ ମିଡିଆରେ ଫ୍ୟାନ୍‌ଙ୍କୁ କିମିଆ କରିଛନ୍ତି ଏହି ବିଦେଶୀ ଗାୟିକା

ସେ ଦେଖିବାକୁ ଯେତିକି ସୁନ୍ଦରୀ ତାଙ୍କ ଗୀତର ମାଧୁର୍ଯ୍ୟ ଆହୁରି ଅଧିକ ସୁନ୍ଦର। ଆପଣ ଥରେ ତାଙ୍କ ଗୀତ ଥରେ ଶୁଣିଲେ ମନ ଲାଖିଯିବ। ଆପଣଙ୍କୁ ସବୁବେଳେ ସେହି ଗୀତ ଶୁଣିବାକୁ ଇଚ୍ଛା ହେବ। ସେ ଅନେକ ଭାଷାରେ ଗୀତ ଗାଇ ପାରନ୍ତି। ସେ ବହୁତ ହିନ୍ଦୀ ଗୀତ ମଧ୍ୟ ଗାଇଛନ୍ତି। ତାଙ୍କ ଗୀତର ଧୁନ୍‌ରେ ସେ ସମସ୍ତଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିଛନ୍ତି। ଇଣ୍ଟରନେଟ୍‌ ବିଶେଷ କରି ୟୁ ଟ୍ୟୁବ୍ ପ୍ଲାଟ୍‌ଫର୍ମରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ।

ତେବେ ଜାଣନ୍ତୁ ସେ ସିଙ୍ଗର୍‌ ଜଣଙ୍କ କିଏ?

IMEGE CREDIT-YOUYUBE

ସେ ତାଜିକସ୍ତାନର ନାଜିଆ କରମତୁଲ୍ଲା। ନୋଜିଆ ୧୯୮୮ ମସିହା ଫେବ୍ରୁଆରି ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ତାଜିକସ୍ତାନର ଭାଷା ତାଜିକ୍‌, ପାର୍ଶିଆନ୍‌ ଓ ହିନ୍ଦୀ ଭାଷାରେ ମଧ୍ୟ ଗୀତ ଗାଆନ୍ତି। ଏହା ଛଡ଼ା ସେ ଗଜଲ, କ୍ଲାସିକାଲ ଓ ପପ୍‌ ଶୈଳୀରେ ଗୀତ ଗାଇଥାନ୍ତି।

ସେ ନୂଆ ବର୍ଷ ସେଲିବ୍ରେଶନ୍‌, ଜାତୀୟ ଦିବସ ପରେଡ, ରେଡିଓ ଏବଂ ଟିଭି ପ୍ରୋଗ୍ରାମ ଗୁଡ଼ିକରେ ତାଙ୍କ ଦେଶ ତାଜିକସ୍ତାନ ସହ ଅନ୍ୟ ଦେଶମାନଙ୍କରେ ମଧ୍ୟ ଗୀତ ଗାଇଥାନ୍ତି।

ନାଜିଆ ୨୦୦୫ ମସିହାରେ ସ୍ନାତକ ଶିକ୍ଷା କରିସାରିବା ପରେ କ୍ଲାସିକାଲ୍‌ ଗୀତ ଗାଇବା ଓ ନାଚ ଶିଖିବା ପାଇଁ ନୂଆଦିଲ୍ଲୀରେ ଏକାଡେମିକ୍‌ ଡିପ୍ଲୋମା କରିଥିଲେ।

IMAGE CREDIT-YOUTUBE

୨୦୦୭ରେ ସେ ଭାରତୀୟ କଥକ ଶୈଳୀରେ ନାଚି ବିଜେତା ହୋଇଥିଲେ। ୨୦୧୦ରେ ସେ ସ୍ନାତକ ଡିଗ୍ରୀ ପାଇ ସାରିବା ପରେ ସେହି ବର୍ଷ ହିଁ ସେ ତାଙ୍କର ପ୍ରଥମ ସୋଲୋ ଗୀତ ଗାଇଥିଲେ।

ତେବେ ତାଙ୍କର ସୁନ୍ଦର ଗୀତ ଗାଇବାର ଶୈଳୀର ଭିଡିଓ ଦେଖନ୍ତୁ

You might also like
Comments
Loading...