ମୃତ୍ୟୁ ପୂର୍ବ ଦିନ ସୁଶାନ୍ତଙ୍କ ଘରକୁ ଯାଇଥିଲେ ରିୟା ! ସୁଶାନ୍ତଙ୍କ ସାଙ୍ଗ‌ କହିଲେ ସତ କ’ଣ

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତ୍‌ କେସ୍‌ରେ କରଣୀ ସେନା  ନେତା ସୁରଜିତ ସିଂହ ରାଠୋର ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବଦିନ ଅର୍ଥାତ୍‌ ଜୁନ ୧୩ ତାରିଖ  ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ଦେଖା କରିଥିଲେ। ସେ ଦାବି କରିଛନ୍ତି, ରିୟା ସୁଶାନ୍ତଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଆସିଥିଲେ। ସୁରଜିତ୍‌ ସିଂଙ୍କ ଏହି ଦାବିକୁ ନେଇ ଦିବଂଗତ ନେତା ସୁଶାନ୍ତଙ୍କ ଫ୍ଲାଟମେଟ୍ ତଥା ବନ୍ଧୁ ସିଦ୍ଧାର୍ଥ ପିଠାନୀ ପ୍ରତିକ୍ରିୟା ରଖିଛନ୍ତି।

ସୁରଜିତ ସିଂହ ଏହି ତଥ୍ୟ ଦେବା ପରେ ରିୟାଙ୍କୁ ନେଇ ପୁଣି ଉଠିଛି ଅନେକ ପ୍ରଶ୍ନ। ତେବେ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀ Times Nowକୁ କହିଛନ୍ତି, ଏପରି ଖବରରେ କୌଣସି ସତ୍ୟତା ନାହିଁ। ଜୁନ୍‌ ୧୩ ତାରିଖ ରାତିରେ ସୁଶାନ୍ତ ଏବଂ ରିୟାଙ୍କ ମଧ୍ୟରେ ଆଦୌ ସାକ୍ଷାତ ହୋଇ ନ ଥିଲା।

ଆଲୋଚନାବେଳେ ସିଦ୍ଧାର୍ଥ କହିଛନ୍ତି, ଜୁନ୍ ୮ ତାରିଖ ରିୟା ଘର ଛାଡ଼ି ଯିବା ପରେ ଆଉ ଆସି ନାହାନ୍ତି। ଉଭୟଙ୍କ ସାକ୍ଷାତକୁ ନେଇ ଯାହା ଖବର ଶୁଣାଯାଉଛି ତାହା ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଛନ୍ତି।

ସୂଚନାଥାଉ କି, କରଣୀ ସେନା ନେତା ସୁରଜିତ ସିଂହ ରାଠୋର ଏକ ଘରୋଇ ଟିଭି ଚାନେଲକୁ ସାକ୍ଷାତ ଦେଇ ରିୟା-ସୁଶାନ୍ତଙ୍କ ସାକ୍ଷାତକାର ବିଷୟରେ କହିଛନ୍ତି। ତେବେ ସୁଶାନ୍ତଙ୍କ ମୃତ୍ୟୁର ଏତେ ଦିନ ପରେ ସୁରଜିତ ଏପରି ତଥ୍ୟ କାହିଁକି ଦେଲେ ଓ  ଯାଞ୍ଚ ଅଧିକାରୀଙ୍କୁ ଏ ସମ୍ପର୍କରେ କାହିଁକି କହି ନାହାନ୍ତି ବୋଲି ସାମ୍ବାଦିକମାନେ ପଚାରିଥିଲେ।

ଏହି ପ୍ରଶ୍ନର ଉତ୍ତରରେ ସୁରଜିତ ସିଂହ କହିଥିଲେ, ସିବିଆଇ ତାଙ୍କ ସହ ଯୋଗାଯୋଗ କରିନାହାନ୍ତି। ତେବେ ଏହି କଥା ସେ ମିଡିଆକୁ ଆରମ୍ଭରୁ କହିଥିଲେ। ହେଲେ ମିଡିଆ ତାଙ୍କ ବୟାନକୁ ଧ୍ୟାନ ଦେଇ ନ ଥିଲା ବୋଲି ସେ କହିଛନ୍ତି।

 

ଆହୁରି ପଢ଼ନ୍ତୁ

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

You might also like