ଶ୍ଵେତା ତିୱାରୀ ଦେଖେଇଲେ ଆବ୍ସ

ମୁମ୍ବାଇ: ଆଜିକାଲି ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ଲଗାତର ଚର୍ଚ୍ଚାରେ ରହିଆସୁଛନ୍ତି। ବୃତ୍ତିଗତ ଜୀବନ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଶ୍ୱେତା ମୁଖ୍ୟ ପ୍ରସଙ୍ଗରେ ଅଛନ୍ତି। ଦେଖିବାକୁ ଗଲେ ଅଭିନେତ୍ରୀ ଶ୍ଵେତା ତାଙ୍କ ସ୍ୱାମୀ ଅଭିନବ କୋହଲିଙ୍କ ସହ ଅଭିନେତ୍ରୀଙ୍କ ଚାଲିଥିବା ପାରିବାରିକ ଅଶାନ୍ତି ବିଷୟରେ ସମସ୍ତେ ଜାଣନ୍ତି। ଉଭୟ ସୋସିଆଲ ମିଡିଆରେ ପରସ୍ପର ବିରୋଧରେ ଭିଡିଓ ସେୟାର କରି ପରସ୍ପରକୁ ଦୋଷାରୋପ କରୁଛନ୍ତି। ଅନ୍ୟପକ୍ଷରେ, ‘ଖତରୋଁ କେ ଖିଲାଡି ସୀଜନ-୧୧’ ହେତୁ ଶ୍ଵେତା ଦକ୍ଷିଣ ଆଫ୍ରିକାରେ ଅଛନ୍ତି। ସେଠାରୁ ସେ ସୋସିଆଲ ମିଡିଆରେ କରୁଥିବା ପୋଷ୍ଟ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଶ୍ୱେତା ତିୱାରୀ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ କ୍ରପ୍ ଟପ୍ ସହିତ ଡେନିମ୍ ପ୍ୟାଣ୍ଟ ପିନ୍ଧିଥିବା ନଜର ଆସିଛନ୍ତି।

ଏହି ଫଟୋରେ ଶ୍ୱେତା ତିୱାରୀଙ୍କ ଚମତ୍କାର ଶାରୀରିକ ପରିବର୍ତ୍ତନ ସ୍ପଷ୍ଟଭାବେ ଚିତ୍ରିତ ହୋଇଥିବା ଦେଖିବାକୁ ମିଳିଛି। ଯିଏ ଏହି ଫଟୋକୁ ଦେଖୁଛି ସିଏ ତାଙ୍କ ଫିଟନେସର ପ୍ରଶଂସକ ହୋଇଯାଉଥିବା ଦେଖିବାକୁ ମିଳୁଛି । ଏହି ଫଟୋ ସେୟାର କରିବାବେଳେ ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଫଟୋ ବିଗ୍ ବସ୍ ୧୪ର ଫେମ୍ ଅଭିନବ ଶୁକ୍ଲା ନେଇଛନ୍ତି। ଏହାକୁ ନେଇ ଅନେକ ଉପଭୋକ୍ତା ଖୁସି ବ୍ୟକ୍ତ କରୁଛନ୍ତି ଯେ ଯାଇହଉ ଅତି କମରେ ଫଟୋ ସେୟାର କରୁଥିବାବେଳେ ଅଭିନବ ଶୁକ୍ଲାଙ୍କୁ ଫଟୋ କ୍ରେଡିଟ୍ ଦେବାକୁ ଶ୍ଵେତା ଭୁଲି ନାହାନ୍ତି।

ଅଭିନବ ଶୁକ୍ଲା ତାଙ୍କର ଫଟୋଗ୍ରାଫିକ୍ ଦକ୍ଷତା ନେଇ ପୂର୍ବରୁ ମଧ୍ୟ ପ୍ରଶଂସକମାନଙ୍କୁ ଅବଗତ କରାଇ ସାରିଛନ୍ତି। ଶ୍ୱେତାଙ୍କର ଏହି ଫଟୋକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ଫଟୋରେ ଶ୍ୱେତା ଏକ ଚମତ୍କାର ଶୈଳୀରେ ପୋଜ୍ ଦେଇଥିବାବେଳେ ତାଙ୍କ ଆବ୍ସକୁ ଦେଖେଇଛନ୍ତି। ଏହି ଫଟୋରେ ଅଭିନେତ୍ରୀଙ୍କ ପ୍ରଶଂସକମାନଙ୍କ ସହ ତାଙ୍କ ସେଲିବ୍ରିଟି ବନ୍ଧୁମାନେ ମଧ୍ୟ ବିଭିନ୍ନ ମନ୍ତବ୍ୟ ଦେଇ ତାଙ୍କୁ ପ୍ରଶଂସା କରିଛନ୍ତି।

ଶ୍ୱେତାଙ୍କ ଏହି ଫଟୋ ଉପରେ ଅନୀତା ହସନନ୍ଦାନୀ ମନ୍ତବ୍ୟ ଦେଇ ତାଙ୍କୁ ‘ସୁପର ହଟ୍’ ବୋଲି କହିଛନ୍ତି। ସେହିଭଳି ମନ୍ତବ୍ୟ ଦେଇ ସଂଗୀତା ବିଜଲାନୀ ଶ୍ଵେତାଙ୍କୁ ସେକ୍ସି ବୋଲି କହିଛନ୍ତି। ଅନ୍ୟ ଏକ ସମାନ ଫଟୋ ସେୟାର କରିବାବେଳେ ଶ୍ଵେତା କହିଛନ୍ତି ଯେ – ‘ଫିଟନେସ୍ ଲକ୍ଷ୍ୟ ହାସଲ କରିବା ପାଇଁ ତାଙ୍କର କୌଣସି ଡେଡଲାଇନ୍ ନାହିଁ। ଏନେଇ ସେ ସର୍ବଦା କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଏହି ଫଟୋ ପ୍ରମାଣ କରୁଛି ଯେ ଶ୍ଵେତା ନିଜର ଫିଟନେସ୍ ପାଇଁ କଠିନ ପରିଶ୍ରମ କରିବେ।

You might also like