କରୋନାରେ ସଂକ୍ରମିତ ଅଙ୍ଗୁରୀ ଭାବି

ମୁମ୍ବାଇ: କରୋନାର ଦ୍ୱିତୀୟ ଲହର ହୁ ହୁ ହୋଇ ବଢିଚାଲିଛି। ଏହାର ଜାଲରେ ମହାରାଷ୍ଟ୍ର କବଳିତ ହୋଇଥିବା ବେଳେ ଅନେକ ବଲିଉଡ୍ ଓ ଟିଭି କଳାକାରମାନେ କୋଭିଡ୍ ପଜିଟିଭ୍ ହେବାରେ ଲାଗିଛନ୍ତି। କେହି କେହି ଚିକିତ୍ସା ନେଇ ହସପିଟାଲରେ ଭର୍ତ୍ତି ହୋ‍ଇଥିବା ବେଳେ ଅନେକ ହୋମ୍ କ୍ୱାରାଣ୍ଟାଇନରେ ଥିବା ଜଣାଯାଏ। କରୋନା ଜାଲରେ ବର୍ତ୍ତମାନ ପଡିଛନ୍ତି “ଭାବିଜୀ ଘର୍ ପର୍ ହେଁ” ସିରିଏଲର୍ ଅଙ୍ଗୁରୀ ଭାବି ତଥା ସୁଭାଙ୍ଗି ଆତ୍ରେ । ଆଜି ସେ କୋଭିଡ୍ ଟେଷ୍ଟ୍ କରିବାରୁ ତାଙ୍କୁ ସଂକ୍ରମିତ ହୋଇଥିବା ଜଣାପଡିଛି। ଗତ ବର୍ଷ ଏହି ସୋ’ର ପ୍ରଯୋଜକ ସଂଜୟ କୋହଲି କୋଭିଡ୍ ପଜିଟିଭ୍ ହୋଇ ହୋମ୍ କ୍ୱାରାଣ୍ଟାଇନରେ ଥିଲେ। ସଂପୂର୍ଣ୍ଣ ନେଗେଟିଭ୍ ହେଲା ପରେ କାମରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ଅନିତା ଭାବି ତଥା ସୌମ୍ୟ ଟଣ୍ଡନଙ୍କ ହେଆରଡ୍ରେସର୍ ମଧ୍ୟ ପଜିଟିଭ୍ ବାହାରିଥିଲେ। ଏହା ପରେ ସେଟରେ ଆଉ କେହି ପଜିଟିଭ ବାହାରି ନ ଥିବା ଜଣାଯାଇଛି।

ସୂଚନା ମୁତାବକ ସୁଭାଙ୍ଗୀ କିଛି ଦିନ ହେବ ଅସୁସ୍ଥ ଅନୁଭବ କରିବାରୁ କାମରୁ ଛୁଟି ନେଇଥିଲେ। ସେ କାଶ ଓ ସର୍ଦ୍ଦିରେ ପିଡୀତ ଥିଲେ। ଜର ବଢିଯିବାରୁ ସେ ରବିବାର RT-PCR ଟେଷ୍ଟ୍ କରିଥିଲେ। ସୋମବାର ତାଙ୍କର ପଜିଟିଭ୍ ରିପୋର୍ଟ ଆସିବାରୁ ସେ ହୋମ୍ କ୍ୱାରାଣ୍ଟାଇନରେ ଥିବା ଜଣାଯାଏ।

ସେଟରେ ସବୁ ପ୍ରକାର କରୋନା ନିୟମ ମାନିବା ସହିତ ଅନେକ ଟିଭି କଳାକାର ଓ ସହଯୋଗୀ କରୋନା ସଂକ୍ରମିତ ହେଉଥିବା ଦେଖାଯାଉଛି। ଏହି କାରଣରୁ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ସୋ’କୁ ଚଲେଇବା ନେଇ ବାଧ୍ୟ ହୋଇ କାହାଣୀରେ ପରିବର୍ତ୍ତନ ଆଣୁଥିବା ଦେଖାଯାଏ।

ଅନ୍ୟାନ୍ୟ ଟିଭି ସୋ’ ମଧ୍ୟରେ “ଭାବିଜୀ ଘର୍ ପର୍ ହେଁ” ଏକ ଲୋକପ୍ରିୟ ସୋ’। ଏହାର ମୁଖ୍ୟ ଚରିତ୍ର ବର୍ତ୍ତମାନ କରୋନା ସଂକ୍ରମିତ ହୋ‍ଇଥିବାରୁ ଏହା ନିର୍ମାତାଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏହି ସୋ’କୁ ଆଗକୁ ନେବାକୁ ହେଲେ କ’ଣ କରିବାକୁ ହେବ ତାହା ସମସ୍ତଙ୍କ ଚିନ୍ତାକୁ ବଢେଇ ଦେଇଛି।

You might also like