ସୁଶାନ୍ତ ସିଂ ମୃତ୍ୟୁ ଘଟଣା: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ସାରା ଓ ଶ୍ରଦ୍ଧାଙ୍କୁ ହୋଇପାରେ ସମନ୍‌

ମୁମ୍ବାଇ: ଏବେ Narcotics Control Bureau(NCB) ରାଡାର୍‌ରେ ଆଉ ୨ଜଣ ବଲିଉଡ୍‌ ଷ୍ଟାର ଥିବା ଚର୍ଚ୍ଚା ହେଉଛି। ବଲିଉଡ୍-ଡ୍ରଗ୍ସ ଲିଙ୍କ ମାମଲାରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କୁ NCB ସମନ୍‌ କରିପାରେ ବୋଲି ସୂଚନା ମିଳିଛି।

ଡ୍ରଗ୍ସ ଲିଙ୍କ୍ ମାମଲାରେ NCB ଏହି ୨ ଷ୍ଟାରଙ୍କୁ ସମନ୍‌ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି। ଖାଲି ଏହି ଦୁଇ ଷ୍ଟାର ନୁହଁନ୍ତି  ଅଭିନେତ୍ରୀ ରକୁଲ ପ୍ରୀତ୍‌, ଫ୍ୟାଶନ୍‌‌ ଡିଜାଇନର୍‌ ସିମୋନ୍ ଖମ୍ବାଟାଙ୍କୁ ବି ସମନ୍ ହୋଇପାରେ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଏହି ଅଭିନେତ୍ରୀମାନେ ଲୋନାଭାଲା ଫାର୍ମ ହାଉସ୍‌ରେ ପାର୍ଟି କରିଥିଲେ।

ଅଭିଯୋଗ ଅନୁସାରେ, ଫାର୍ମ ହାଉସ୍ ପାର୍ଟିରେ ଡ୍ରଗ୍ସ ନିଆଯାଇଥିବା ସନ୍ଦେହ କରୁଛି ତଦନ୍ତକାରୀ ସଂସ୍ଥା। ଏପରିକି ସିମୋନ୍‌ଙ୍କ ସହ ରିୟାଙ୍କ ହ୍ୱାଟ୍ସଆପ୍‌ ଚାଟ୍‌ ମଧ୍ୟ ଭାଇରାଲ୍ ହୋଇଥିଲା। ଯେଉଁଥିରେ ଭୁବନେଶ୍ୱରରେ ଭଲ ଗଞ୍ଜେଇ ମିଳେ ବୋଲି ରିୟା କହିଥିଲେ। ପାର୍ଟିରେ ହେଉଥିବା ନିଶା କାରବାରରେ ସିମୋନ୍ ମୁଖ୍ୟ ଭୂମିକାରେ ଥିବା ଅଭିଯୋଗ ହୋଇଛି।

ଡ୍ରଗ୍ସ ଆଣିବା, ଯୋଗାଇବା ଏବଂ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ପହଞ୍ଚାଇବା ବି ସିମୋନ୍‌ କରୁଥିବା ସନ୍ଦେହ କରିଛି NCB। ଫାର୍ମ ହାଉସ୍‌ର ବୋଟ୍ ମ୍ୟାନ୍‌ଙ୍କ ବୟାନ ଆଧାରରେ ଏମାନଙ୍କୁ ସମନ୍ କରାଯାଇ ଏମାନଙ୍କର ବୟାନ ରେକର୍ଡ କରାଯାଇପାରେ ବୋଲି ସୂଚନା ମିଳିଛି। ଡ୍ରଗ୍ସ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କୁ ମିଶାଇ ୧୮ ଜଣଙ୍କୁ ଗିରଫ କରିଛି NCB।

ଆହୁରି ପଢ଼ନ୍ତୁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

You might also like