ମାଲଦୀପରେ ଜନ୍ମଦିନ ପାଳିଲେ, ମନଭରି ନାଚିଲେ ଶ୍ରଦ୍ଧା କପୁର

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କର ଏକ ଭିଡିଓ ସୋଶିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ଭିଡିଓରେ ଶ୍ରଦ୍ଧା କପୁର ମାଲଦୀପରେ ମସ୍ତି କରୁଥିବା ଦେଖିବାକୁ ମିଳିଛି। ହଁ, ଅନ୍ୟ ଅଭିନେତ୍ରୀଙ୍କ ପରି ଶ୍ରଦ୍ଧା କପୁର ବି ମାଲଦୀପ ଛୁଟି କଟାଇବାକୁ ଯାଇଥିବେ ! କିନ୍ତୁ ନା, ସେ ତାଙ୍କ କଜିନ ଭାଇ ପ୍ରିୟାଙ୍କ ଶର୍ମାଙ୍କ ମ୍ୟାରେଜ ସେରେମନି ଆଟେଣ୍ଡ କରିବାକୁ ମାଲଦୀପ ଯାଇଛନ୍ତି। ସେଠାରେ ଶ୍ରଦ୍ଧାଙ୍କ ଫଟୋ ଓ ଭିଡିଓ ବେଶ ଭାଇରାଲ ହୋଇଛି। ଏଥିମଧ୍ୟରୁ ଗୋଟିଏ ଭିଡିଓ ବେଶୀ ଭାଇରାଲ ହୋଇଛି। ଭିଡଓରେ ଶ୍ରଦ୍ଧା ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ୱେଷ୍ଟର୍ଣ୍ଣ ଆଉଟଫିଟ୍‌ରେ  ଶ୍ରଦ୍ଧା ଖୁବ୍‌ ସୁନ୍ଦର ଏବଂ କ୍ୟୁଟ ଲାଗୁଛନ୍ତି।

ଏଠି କହିରଖିବୁ, ଆଜି ଶ୍ରଦ୍ଧା କପୁରଙ୍କ ଜନ୍ମଦିନ। ୩୪ବର୍ଷରେ ପାଦ ଦେଲେ ଶ୍ରଦ୍ଧା। ଏହି ଖାସ୍‌ ଅକେଜନରେ ଶ୍ରଦ୍ଧାଙ୍କର ଏମିତି ଏକ ଭିଡିଓକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିଛନ୍ତି। ମଜାଦାର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।

ଶ୍ରଦ୍ଧା କପୁରଙ୍କ ୱର୍କ ଫଣ୍ଟ କଥା କହିଲେ, ଶ୍ରଦ୍ଧା  ଶେଷ  ଥର ପାଇଁ ଫିଲ୍ମ ବାଗି-୩ରେ ନଜରକୁ ଆସିଥିଲେ। ଏହି ଫିଲ୍ମ ଲକ୍‌ଡାଉନ୍‌ ପୂର୍ବରୁ ରିଲିଜ ହୋଇଥିଲା। ଟାଇଗର ଶ୍ରଫଙ୍କ ସହ ଶ୍ରଦ୍ଧାଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ଶ୍ରଦ୍ଧା ଫିଲ୍ଲ ଷ୍ଟ୍ରିଟ ଡ୍ୟାନ୍ସର ୩ଡିରେ ନଜର ଆସିଥିଲେ। ଏଥିରେ ଶ୍ରଦ୍ଧାଙ୍କ ସହ ବରୁଣ ଧାୱନ ଏବଂ ନୋରା ଫତେହୀଙ୍କୁ ଲିଡ ରୋଲ୍‌ରେ ଦେଖିବାକୁ ମିଳିଥିଲା।
 ଲବ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ଶ୍ରଦ୍ଧାଙ୍କୁ ଦେଖିବାକୁ ମିଳିବ। ଏଥିରେ ସେ ରଣବୀରଙ୍କ ସହ ଦେଖିବାକୁ ମିଳିବେ। ଏହାକୁ ଲବ ରଞ୍ଜନ ଏବଂ ଅଙ୍କୁର ଗର୍ଗ ନିର୍ମାଣ କରୁଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

You might also like