ସୁଶାନ୍ତ ମାସକରେ ୫୦ ସିମ୍ କାର୍ଡ ବଦଳାଇ ଥିଲେ, ପ୍ରଶ୍ନ ଉଠାଇଲେ ଶେଖର ସୁମନ୍

ମୁମ୍ୱାଇ : ଟେଲିଭିଜନ ତାରକା ଏବଂ ଅଭିନେତା ଶେଖର ସୁମନ, ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶେଖର୍ ସୁମନ୍ କହିଛନ୍ତି, ସୁଶାନ୍ତ ସିଂ ବଲିଉଡ୍‌ରେ କେବଳ ନେପୋଟିଜମ୍ ନୁହେଁ ବରଂ ଗୋଷ୍ଠୀବାଦର ଶିକାର ମଧ୍ୟ ହୋଇଛନ୍ତି। ପାଟନାରେ ରାଷ୍ଟ୍ରୀୟ ଜନତା ଦଳର (ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କୁ ସାକ୍ଷାତ କରିବା ଅବସରରେ ଶେଖର ସୁମନ୍ ଏହା ଉପରେ ଆଲୋଚନା କରିଛନ୍ତି।

ସେ କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟାରୁ ହୋଇଛି। କିନ୍ତୁ ଗତ କିଛି ଦିନ ମଧ୍ୟରେ ତଥ୍ୟ ଏବଂ ପ୍ରମାଣ ସୂଚାଇ ଦେଉଛି ଯେ, ତାଙ୍କ ମୃତ୍ୟୁ ପଛରେ ନିଶ୍ଚିତ ଷଡ଼ଯନ୍ତ୍ର ଥାଇପାରେ। ଅନେକ ଘଟଣା ଏହାରି ପଛରେ ଲୁଚି ରହିଛି, ଯାହାକି ଆମ ଆଖିକୁ ଦେଖାଯାଉନାହିଁ। ନିଶ୍ଚିତ ଭାବେ ଏହି ଘଟଣା ସବୁ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ଏହାକୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କଲେ ସତ ନିଶ୍ଚୟ ପଦାକୁ ଆସିବ ବୋଲି ସେ କହିଛନ୍ତି।

ବଲିଉଡ୍‌ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ବ୍ୟବସାୟୀ ସଂଘ ଓ ମାଫିଆ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି, ଯାହା ଜଣେ ଅଭିନେତା ବା ଅଭିନେତ୍ରୀଙ୍କ ଭବିଷ୍ୟତ ସ୍ଥିର କରୁଛି। ଏହି ସବୁ ଗୋଷ୍ଠୀରେ ଇଣ୍ଡଷ୍ଚ୍ରିର ଜଣାଶୁଣା ଏବଂ ଆଗଧାଡ଼ିର ବ୍ୟକ୍ତି ବିଶେଷ ରହିଛନ୍ତି। କିନ୍ତୁ କାହାରି ବିରୋଧରେ ବଳିଷ୍ଠ ପ୍ରମାଣ ନଥିବାରୁ କେହି ସେମାନଙ୍କ ନାଁ ବାହାରକୁ ଆଣୁନାହାନ୍ତି। ଏହି ସବୁ ବଡ଼ ବଡ଼ ଗୋଷ୍ଠୀ ମଧ୍ୟରେ କିଛି ଛୋଟ ଗୋଷ୍ଠୀ ମଧ୍ୟ କାମ କରୁଛି।

ଶେଖର ପ୍ରଶ୍ନ କରିଛନ୍ତି ଯେ ଏହା କିପରି ସମ୍ଭବ ସୁଶାନ୍ତ ସିଂଙ୍କ ଭଳି ଜଣେ ଅଭିନେତା ସୁଇସାଇଡ୍ ପୂର୍ବରୁ ନୋଟ ଖଣ୍ଡିଏ ବି ଲେଖିପରିଲେନି? ସୁଶାନ୍ତ କାହିଁକି ମୃତ୍ୟୁର ପୂର୍ବ ମାସରେ ୫୦ଟି ସିମ୍ ପରିବର୍ତ୍ତନ କରିଥିଲେ? କଣ ବଲିଉଡ୍‌ରେ ବୃତ୍ତିଗତ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି କି?

ସୁଶାନ୍ତ ସିଂ ରାଜପୁତଙ୍କ ପରିବାରକୁ ଭେଟିବାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅନିଚ୍ଛା ଉପରେ ଶେଖର ସୁମନ ପ୍ରଶ୍ନ କରିଛନ୍ତି। ସେ ଯେତେବେଳେ ତାଙ୍କୁ ଭେଟିବାକୁ ଯାଇଥିଲେ କରୋନା କାରଣରୁ ନୀତୀଶ ତାଙ୍କୁ ଦେଖାକରିବାକୁ ମନାକରି ଦେଇଥିଲେ। ଯଦି ତେଜସ୍ୱୀ ମତେ ଦେଖା କରିପାରୁଛନ୍ତି ତେବେ ନୀତୀଶ କାହିଁକି ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

You might also like