ସୁଶାନ୍ତଙ୍କ ମୃତ୍ୟୁ ନେଇ ଏମ‌ସ୍‌ ରିପୋର୍ଟକୁ ମିଛ କହିଲେ ଶେଖର ସୁମନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଭିନ୍ନ ଭିନ୍ନ ତଥ୍ୟା ସାମ୍ନାକୁ ଆସୁଛି। ଏମସ୍ ଡାକ୍ତରୀ ପ୍ୟାନେଲର ରିପୋର୍ଟ ଆସିବା ପରେ ଅସନ୍ତୋଷ ବଢିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି। ତାଙ୍କର ହତ୍ୟା ହୋଇନାହିଁ। ହେଲେ ଏମସ୍ ରିପୋର୍ଟକୁ ଲୋକମାନେ ସାଧାରଣ ଭାବେ ଗ୍ରହଣ କରି ପାରୁନାହାନ୍ତି।

ଅଭିନେତା ଶେଖର ସୁମନ ଏମସ୍ ରିପୋର୍ଟକୁ ଅସ୍ୱୀକାର କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଦୀର୍ଘ ସମୟ ଧରି ବିପରୀତ ଦିଗରେ ଏହି ମାମଲା ଚାଲିଥିଲା। ସେ ଏକାଧିକ ଟ୍ୱିଟ୍ କରି ନିଜର ଆକ୍ରୋଶ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଆମେ ସମସ୍ତେ ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଦୀର୍ଘ ସମୟ ଧରି ଲଢ଼ିଥିଲୁ। ସମସ୍ତେ ଡରି ନ ଯାଇ, ଥକି ନ ଯାଇ ନିଜ ମନର କଥା କହିଥିଲେ। ହେଲେ ଦୁଃଖର ବିଷୟ, ଏହି ମାମଲା ଭିନ୍ନ ଏକ ଦିଗରେ ଆଗକୁ ବଢ଼ିଲା। ଅନେକ ଭୁଲ ହେଲା। ମିଡିଆର ଏକ ଭାଗ ମଧ୍ୟ ଏହି ମାମଲାକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କଲା ବୋଲି ଶେଖର ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ପରାଜୟ ସ୍ୱିକାର କରିବୁ ନାହିଁ। ଏବେ ବି ଏକ ଆଶାର କିରଣ ଦେଖାଯାଉଛି। ସିବିଆଇ ନିଜ ରିପୋର୍ଟ ଫାଇଲ୍ କରିବ। ଯଦି ସିବିଆଇ ରିପୋର୍ଟ ମଧ୍ୟ ଠିକ୍ ଆସିବ ନାହିଁ ତେବେ ଆମେ ଆମ ହୃଦୟରେ ଏହି ଲଢ଼େଇ ଜାରି ରଖିବା। କାରଣ ସତ କଣ ଆମେ ଜାଣିଛୁ। ସତର କେବେ ମୃତ୍ୟୁ ହୁଏନାହିଁ ବୋଲି ଶେଖର କହିଛନ୍ତି।

କେବଳ ଏତିକି ନୁହେଁ ସୁଶାନ୍ତ ମୃତ୍ୟୁ ମାମଲାକୁ ହାଇଜାକ୍ କରାଯାଇଛି ବୋଲି ମଧ୍ୟ ଶେଖର ଅଭିଯୋଗ କରିଛନ୍ତି। ସେ ଟ୍ୱିଟ୍ କରିଛନ୍ତି, “ଏମସ୍ ରିପୋର୍ଟ ନେଗେଟିଭ୍ ଆସିଛି। ମୁଁ ଜାଣିଥିଲି ଏପରି ହିଁ ହେବ। ବହୁ ପୂର୍ବରୁ ଏହି ଚେତାବନୀ ମୋତେ ଅନୁଭବ ହେଉଥିଲା। ଏହି ମାମଲା ହାଇଜାକ୍ ହୋଇଯାଇଥିଲା, ଡାଇଭର୍ଟ କରାଯାଇଛି। ମୁଁ ଦୁଃଖୀ, ମୋ ହୃଦୟ ଭାଙ୍ଗିଯାଇଛି..”

 

ଆହୁରି ପଢ଼ନ୍ତୁ

ବିବାଦ ପରେ ବଦଳିଲା ‘ଲକ୍ଷ୍ମୀ ବମ୍’ର ଟାଇଟଲ୍‌

‘ଡ୍ରିମ୍‌’ ୱେଡିଂ ଲେହେଙ୍ଗାକୁ ନେଇ ମୁହଁ ଖୋଲିଲେ ନେହା, କହିଲେ କିଏ କରିଥିଲେ ଗିଫ୍ଟ…

ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ ଉପରେ ବର୍ଷିଲେ ମୁକେଶ ଖନ୍ନା, କହିଲେ….

ସାଙ୍ଗଙ୍କ ସହ ଖାଇବାକୁ ଗଲେ ବିଲ୍‌ କିଏ ଦିଅନ୍ତି? ଶାହାରୁଖ ଦେଲେ ଏମିତି ଉତ୍ତର

କୋରିଓଗ୍ରାଫର୍‌ ରେମୋ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ବିବାହ ପରେ ଏକାଠି ଗୀତ ଗାଇଲେ ରୋହନ୍‌-ନେହା, ଭିଡିଓ ଭାଇରାଲ୍‌

କୁଆଡ଼େ ଗଲେ ଦୀପିକାଙ୍କ ପୂର୍ବତନ ମ୍ୟାନେଜର ?

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

You might also like