ସରାରତ୍ ଫେମ୍ ଟେଲିଭିଜନ ଅଭିନେତ୍ରୀ ଶ୍ରୁତି ସେଠଙ୍କ ଅସ୍ତ୍ରୋପଚାର
ଶେଷ ହେଉ ହେଉ ଝଟକା ଦେଲା ୨୦୨୦
ବର୍ଷର ଶେଷ ଆଡ଼କୁ ଟେଲିଭିଜନ ଅଭିନେତ୍ରୀ ଶ୍ରୁତି ସେଠ୍ ଏବଂ ତାଙ୍କ ପରିବାରକୁ ଝଟକା ଦେଇଗଲା ୨୦୨୦ ମସିହା । କରୋନା ମହାମାରୀ ଭିତରେ ବର୍ଷ ଶେଷ ହେଉ ହେଉ ଶ୍ରୁତି ସେଠଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଅବନ୍ନତି ଘଟିଥିଲା । ଯେଉଁଥିପାଇଁ ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଅସ୍ତ୍ରୋପଚାର ପରେ ପ୍ରଶଂସକଙ୍କୁ ନିଜର ଧ୍ୟାନ ରଖିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୁତି ସେଠ୍ । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଠି ସେ ହସ୍ପିଟାଲ ବେଡ଼ ଉପରେ ବିଶ୍ରାମ କରୁଥିବାର ଦେଖିବାକୁ ମିଳୁଛି ।
ଶ୍ରୁତି ସେଠ ଲେଖିଛନ୍ତି, ୨୦୨୦ ମୋ ପରିବାର ପାଇଁ ଶେଷ ଝଟକା ଦେବାରେ ସଫଳ ହୋଇଗଲା । ତୁରନ୍ତ ଅସ୍ତ୍ରୋପଚାର ଯୋଗୁଁ ଅନିଚ୍ଛାସତ୍ବେ ନୂଆବର୍ଷ ଓ ବଡ଼ଦିନ ପାଇଁ କରିଥିବା ଯୋଜନାକୁ ବାତିଲ୍ କରିବାକୁ ପଡ଼ିଲା । ହେଲେ ଏକ ବଡ଼ ସଙ୍କଟ ଟଳିଥିବାରୁ ଭଗବାନଙ୍କୁ ଧନ୍ୟବାଦ । ସମସ୍ତଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇ ମହାମାରୀ ସମୟରେ ନିଜର ଉଚିତ ଧ୍ୟାନ ରଖିବାକୁ ଫ୍ୟାନ୍ସ ମାନଙ୍କୁ ଅନୁରୋଧ କରିଛନ୍ତି ଶ୍ରୁତି ସେଠ୍ ।
ଶ୍ରୁତି ଆହୁରି ଲେଖିଛନ୍ତି, ‘ମୁଁ ଅନୁଭବ କରୁଛି ଯେ ମୁଁ ଯାହା ଶିଖିବା ଆବଶ୍ୟକ ତାହା ଶିଖି ନାହିଁ । ଅସ୍ତ୍ରୋପଚାର ପରେ ବର୍ତ୍ତମାନ ସୁଦ୍ଧା ମୁଁ ସବୁ ଶିଖି ଯାଇଛି । ବର୍ତ୍ତମାନ ମୋ ମତରେ ସ୍ୱାସ୍ଥ୍ୟକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ|
View this post on Instagram
ଶ୍ରୁତି ସେଠ୍ ଜଣେ ଭାରତୀୟ ଚଳଚ୍ଚିତ୍ର ଏବଂ ଟିଭି ଅଭିନେତ୍ରୀ । ସେ ବର୍ତ୍ତମାନ ହିନ୍ଦୀ ସିନେମାରେ ସକ୍ରିୟ ଅଛନ୍ତି । ଷ୍ଟାର ପ୍ଲସ୍ ସୋ ‘ସରାରତ’ରୁ ଶ୍ରୁତି ଟେଲିଭିଜନ୍ ଜଗତରେ ଲୋକପ୍ରିୟତା ଲାଭ କରିଥିଲେ । ଏହାବ୍ୟତୀତ ସେ ଅନ୍ୟାନ୍ୟ ଟିଭି ସୋ, ଚଳଚ୍ଚିତ୍ର ଏବଂ ୱେବ୍ ସିରିଜରେ ମଧ୍ୟ ଅଭିନୟ କରିଛନ୍ତି | ଶ୍ରୁତି ସେଠଙ୍କୁ ଶେଷ ଥର ପାଇଁ ଦୁଇଟି ୱେବ୍ ସିରିଜ୍ Mentalhood ଏବଂ The Forgotten Armyରେ ଦେଖିବାକୁ ମିଳିଥିଲା |