ଆଜି ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍ ଖାନ୍‌ଙ୍କ ଜନ୍ମଦିନ

ମୁମ୍ବାଇ: ବଲିଉଡ୍‌ କିଙ୍ଗ୍‌ଖାନ୍‌ ଶାହରୁଖ୍‌ଙ୍କ ଆଜି ଜନ୍ମଦିନ। ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ ଆଜି ୫୩ ବର୍ଷରେ ପାଦ ଥାପିଛନ୍ତି। ୧୯୬୫ ମସିହା ନଭେମ୍ବର ୨ରେ ଦିଲ୍ଲୀରେ ଶାହରୁଖ୍‌ ଜନ୍ମ ଗ୍ରହଣ କରିଥିଲେ ।

ତାଙ୍କ ଜନ୍ମ ଦିନ ଅବସରରେ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ଆମୀର, ସଲମାନ୍‌, ଅମିତାଭ ସମେତ ଅନେକ ବଲିଉଡ଼ ଅଭିନେତା, ଅଭିନେତ୍ରୀ ଶାହରୁଖ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ସବୁ ବର୍ଷ ଭଳି ଚଳିତ ଥର ମଧ୍ୟ ଶାହରୁଖ୍‌ଙ୍କ ଗୋଟିଏ ଝଲକ ଦେଖିବା ପାଇଁ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ଫ୍ୟାନ୍ସଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏହି ଅବସରରେ ଶାହରୁଖ୍‌ ଘରର ବାଲ୍‌କୋନିକୁ ଆସି ଫ୍ୟାନ୍ସଙ୍କୁ ଦେଖା କରିଥିଲେ।

୧୯୮୮ରୁ ଫୌଜି ସିରିଅଲ୍‌ରୁ କ୍ୟାରିୟର ଆରମ୍ଭ କରିଥିବା ଶାହରୁଖଙ୍କ ପ୍ରଥମ ଡେବ୍ୟୁ ଫିଲ୍ମ ଦିୱାନା ୧୯୯୨ରେ ରିଲିଜ୍ ହୋଇଥିଲା।

ଏହାପରେ ‘ଡର୍’, ‘ବାଜିଗର୍’, ‘କରନ୍ ଅର୍ଜୁନ୍’, ‘ଦିଲ୍ ୱାଲେ ଦୁଲ୍‌ହନିୟା ଲେ ଯାଏଙ୍ଗେ’ ଭଳି ଫିଲ୍ମ ଶାହରୁଖଙ୍କୁ ରୋମାନ୍ସର ବାଦ୍‌ଶାହ ଆଖ୍ୟା ଦେଇଛି। ଆସନ୍ତା ମାସରେ ଶାହରୁଖଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ZERO ରିଲିଜ୍ ହେବାକୁ ଯାଉଛି।

You might also like
Comments
Loading...