ମୁଁ ମୁସଲମାନ ଓ ମୋ ପତ୍ନୀ ହିନ୍ଦୁ, ମୋ ପିଲାମାନେ ହିନ୍ଦୁସ୍ତାନୀ: ଶାହରୁଖ୍

ମୁମ୍ବାଇ: ଆମେରିକା ଏୟାରପୋର୍ଟରେ ବାରମ୍ବାର ଚେକିଂର ସାମ୍ନା କରୁଥିବା ଶାହରୁଖ ଖାନ୍‌ କହିଲେ, “ମୁଁ ମୁସଲମାନ, ମୋ ପତ୍ନୀ ହିନ୍ଦୁ ମୋ ପିଲାମାନେ ହିନ୍ଦୁସ୍ତାନୀ”। ତେବେ କାହିଁକି ଏମିତି କହିବାକୁ ପଡ଼ିଲା ଶାହରୁଖଙ୍କୁ। ତାଙ୍କ ଉପରେ କୌଣସି ସାମ୍ପ୍ରଦାୟିକ ଚାପ ପଡ଼ିଲା କି?

Hindustantimes

କେବଳ ଆମେରିକାରେ ନୁହେଁ ନିଜ ଦେଶରେ ମଧ୍ୟ ବିବାଦୀୟ ବୟାନ ଦେଇ ଅନେକ ଥର ସମାଲୋଚନାର ଶିକାର ହୋଇଛନ୍ତି ଶାହରୁଖ। ପରେ ନିଜ ବୟାନକୁ ବଦଳାଇବା ସହିତ କ୍ଷମା ମଧ୍ୟ ମାଗିଥିବା ନଜିର ରହିଛି। ତେବେ ଏଥର ସେଭଳି କିଛି ପରିସ୍ଥିତି ହେଲା କି ?

କେବଳ ସେତିକି ନୁହେଁ, ତାଙ୍କ ଘରେ କୌଣସି ଧର୍ମୀୟ ଚର୍ଚ୍ଚା ହୁଏନି। ଏମିତିକି ତାଙ୍କ ପିଲାମାନେ ମଧ୍ୟ ଫର୍ମ ଫିଲପ୍‌ ବେଳେ ରିଲିଜୟନ କୋଠରୀରେ ଇଣ୍ଡିଆନ୍‌ ଲେଖନ୍ତି ବୋଲି କହିଲେ ଶାହରୁଖ। ହଠାତ୍‌ ଶାହରୁଖଙ୍କର ଏଭଳି ମନ୍ତବ୍ୟ ଶୁଣି ଆପଣଙ୍କ ମନରେ ବି ଉପରୋକ୍ତ ପ୍ରଶ୍ନ ଆସିବଣି। ତେବେ ଆଉ ପ୍ରଶ୍ନରେ ଛନ୍ଦି ହୁଅନ୍ତୁ ନାହିଁ, ଆମେ ଆପଣଙ୍କୁ ଏହାର କାରଣ କହୁଛୁ।

ପ୍ରକୃତ କଥା ହେଲା, ଶାହରୁଖ ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଡାନ୍ସ ‘ପ୍ଲସ୍‌ 5’ ସେଟ୍‌କୁ ଅତିଥି ହୋଇ ଆସିଥିଲେ। ଗତକାଲି ରାତିରେ ଏହି ଏପିସୋଡ୍‌ ପ୍ରସାରିତ ହୋଇଛି।

ଶୋ’ରେ ଯୋଗ ଦେଇ କଥା ହଉ ହଉ ଶାହରୁଖ କହିଥିଲେ, “ଆମେ କୌଣସି ହିନ୍ଦୁ-ମୁସଲମାନ କଥା ହେଉନା। ମୋ ପତ୍ନୀ ହିନ୍ଦୁ ଓ ମୁଁ ମୁସଲମାନ। ଆଉ ମୋର ପିଲାମାନେ ହେଉଛନ୍ତି ହିନ୍ଦୁସ୍ତାନ। ” ଶାହରୁଖଙ୍କ କଥା ଶୁଣି ତାଳିମାଡ଼ରେ ପୂରି ଉଠିଲା ଡାନ୍ସ ପ୍ଲସ 5 ଶୋର ସେଟ୍’। ବିଚାରକଙ୍କଠାରୁ ଆରମ୍ଭ କରି ପ୍ରତିଯୋଗୀ ଓ ଦର୍ଶକ ସମସ୍ତେ ତାଳି ମାରିଥିଲେ। ତେବେ ଆଉ କଣ କହିଲେ ଶାହରୁଖ୍ ଭିଡିଓରେ ଶୁଣନ୍ତୁ

ତେବେ ପ୍ରଥମ ଥର ଶାହରୁଖ ଏପରି କହିନାହାନ୍ତି। ତାଙ୍କ ଘରେ ଧର୍ମ ଓ ସମ୍ପ୍ରଦାୟକୁ ନେଇ କୌଣସି କଥା ଉଠେନି। ତାଙ୍କ ଘରେ ଉଭୟ ହିନ୍ଦୁ ଓ ମୁସଲମାନ ପର୍ବ ପାଳିତ ହୁଏ ବୋଲି ଶାହୁରଖ ଅନେକ ଥର କହିଛନ୍ତି।

ଶୋ’ରେ ଶାହାରୁଖ କହିଥିଲେ,  “ମୁଁ ପାଞ୍ଚ ଥର ନମାଜ ପଢ଼ିଲା ଭଳି ଧାର୍ମିକ ନୁହେଁ। କିନ୍ତୁ ମୁଁ ଇସ୍ଲାମିକ୍। ମୁଁ  ଇସ୍‌ଲାମର ସିଦ୍ଧାନ୍ତକୁ ବିଶ୍ୱାସ କରେ। ମୁଁ ଭାବେ ଯେ ଏହା ଗୋଟିଏ ଭଲ ଧର୍ମ ଓ ଭଲ ଅନୁଶାସନ।”

ଶାହରୁଖ୍ କଥା ଶୁଣି ସମସ୍ତେ ତାଳି ମାରିବା ସହିତ ତାଙ୍କ କଥାର ପ୍ରଶଂସା କରିଥିଲେ।

ତେବେ ବଲିଉଡ୍‌ରେ ବର୍ତ୍ତମାନର କିଙ୍ଗ୍‌ ଖାନ୍‌ଙ୍କ ସମୟ ଭଲ ଚାଲୁ ନାହିଁ। କାରଣ ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହେଉଛି। ନିକଟରେ ମୁକ୍ତିଲାଭ କରିଥିବା ଦୁଇଟି ଫିଲ୍ମ ‘ଜବ୍‌ ହେରୀ ମେଟ୍‌ ସେଜଲ୍‌’ ଓ ‘ଜିରୋ’ ଫ୍ଲପ୍‌ ହୋଇଛି।

 

You might also like