କାହିଁକି ପଦ୍ମଶ୍ରୀ ଫେରାଇ ଦେଇଥିଲେ ପିତା…ଉତ୍ତର ରଖିଲେ ଶବାନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀଙ୍କୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା। କାରଣ ଭିନ୍ନ ଢ଼ଙ୍ଗରେ ସେ ନିଜର ରାୟ ରଖିଥାନ୍ତି। ଅନେକ ସମୟରେ ସାମାଜିକ ଘଟଣାବଳୀ ତଥା ସାଂପ୍ରତିକ ସମସ୍ୟାକୁ ନେଇ ମଧ୍ୟ ଟ୍ୱିଟ୍‌ କରିଥାନ୍ତି ଯାହା ତାଙ୍କୁ ସୋଶାଲ ମିଡିଆରେ ଚର୍ଚ୍ଚିତ କରାଇଥାଏ।

ନିକଟରେ ଶବାନା ସୋଶାଲ ମିଡିଆରେ ଏକ ଟ୍ୱିଟ୍‌ କରିଛନ୍ତି ଯାହା ପ୍ରକୃତରେ ଏକ ଚର୍ଚ୍ଚାର ଯୋଗ୍ୟ। ସେ ଜଣାଇଛନ୍ତି ଯେ, ତାଙ୍କ ପିତା କୈଫି ଆଜମୀ କାହିଁକି ପଦ୍ମଶ୍ରୀ ଫେରାଇ ଦେଇଥିଲେ। ଏହି ଟ୍ୱିଟ୍‌ ବର୍ତ୍ତମାନ ଭାଇରାଲ୍‌ ହେବାରେ ଲାଗିଛି।

ଶବାନାଙ୍କ ପିତା କୈଫ୍‌ ଆଜମୀ ଜଣେ ଲୋକପ୍ରିୟ ଶାୟର୍‌ ଥିଲେ। ଶବାନା ଟ୍ୱିଟ୍‌ କରି ଲେଖିଛନ୍ତି, ‘ମୁଁ ଲୋକଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ଯେ, କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ମୋର ପିତା ପଦ୍ମଶ୍ରୀ ଫେରାଇ ଦେଇଥିଲେ। ସେ ସମୟରେ  ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀଙ୍କ ମନ୍ତବ୍ୟକୁ ସେ ବିରୋଧ କରିଥିଲେ। ମନ୍ତ୍ରୀ ଜଣକ କହିଥିଲେ ଯେ  ଉର୍ଦ୍ଦୁ ଭାଷାକୁ ଦ୍ୱିତୀୟ ଭାଷାର ମାନ୍ୟତା ଦେବାକୁ ଦାବି କରୁଥିବା ଲୋକଙ୍କ ମୁହଁ କଳା କରି ତାଙ୍କୁ ଗଧ ଉପରେ ବସାଇ ପରେଡ୍‌ କରାଇବା ଉଚିତ୍‌।’  ଉକ୍ତ ମନ୍ତ୍ରୀଙ୍କୁ ସେତେବେଳେ କଂଗ୍ରେସ ସରକାର ସୁରକ୍ଷା ଯୋଗାଇଥିଲା। ଏଥିପାଇଁ ମୋର ପିତା ପଦ୍ମଶ୍ରୀ ଫେରାଇ ଦେଇଥିଲେ। ’

ଶବାନା ଏହା ପୂର୍ବରୁ ମଧ୍ୟ ଏକ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, “ମୋର ଗୋଟିଏ ଟିପ୍ପଣୀକୁ ନେଇ ଏତେ ହଙ୍ଗାମା କାହିଁକି ହେଉଛି ? ମୋତେ ଜଣାନଥିଲା ଯେ, ଦକ୍ଷିଣପନ୍ଥୀଙ୍କ ନଜରରେ ମୋର ଟିପ୍ପଣୀ ଏତେ ଗୁରୁତ୍ୱ ରଖେ। ମୁସଲିମ୍‌ ମୌଲାନାମାନେ ସେହି ସମୟରେ ମୋ ବିରୋଧରେ ଫତୱା ଜାରି କରିଥିଲେ, ଯେଉଁ ସମୟରେ ମୁଁ ଦୀପା ମେହତାଙ୍କ ଫିଲ୍ମ ‘ୱାଟର୍‌’ ପାଇଁ ମୋ ମୁଣ୍ଡରୁ କେଶ ହଟାଇଥିଲି। “

ଏହିପରି ତାଙ୍କୁ ଟ୍ରୋଲ୍‌ କରୁଥିବା ୟୁଜର୍ସଙ୍କୁ ଶବାନା ସୋଶାଲ ମିଡିଆରେ କଡ଼ା ଜବାବ ଦେଇଥିଲେ।

ଆହୁରି ପଢ଼ନ୍ତୁ

ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

ତୃତୀୟ ଶ୍ରେଣୀର ପିଲା କହୁଛି ଆଉ ମୋବାଇଲ ଗେମ୍‌ ଖେଳିବିନି, ମୁଁ ବଡ଼ ହୋଇ ଶିକ୍ଷକ ହେବି

ଆସୁଛି ୱାର ! ପର୍ବତ ଶିଖରରେ ମୁହାଁମୁହିଁ ହେବେ ୨ ସୁପରଷ୍ଟାର

ଭାଇରାଲ୍‌ ହେଉଛି ବୟଫ୍ରେଣ୍ଡଙ୍କ ସହ ସୁସ୍ମିତାଙ୍କର ଏଇ ଫଟୋ

୧୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ସୁପର-୩୦

ପୁଣି ଟ୍ରଲ୍‌ ହେଲେ ପ୍ରିୟଙ୍କା: ଜାଣନ୍ତି, ଏଥର କ’ଣ କାରନାମା କଲେ ଦେଶୀ ଗର୍ଲ ?

ଭୁବନେଶ୍ୱରରେ ସୁପର୍‌ ଥାର୍ଟି ପ୍ରତିଷ୍ଠାତା ଆନନ୍ଦ କୁମାର

ଏଇ ଦୁଷ୍ଟ ପିଲାକୁ ଚିହ୍ନି ପାରୁଛନ୍ତି ଆପଣ ? କୁହନ୍ତୁ ତ କିଏ !

ଏହି ହିରୋଇନ୍‌ ସ୍କୁଲ ମାଟି ମାଡ଼ି ନାହାନ୍ତି , ହେଲେ ଅଭିନୟରେ ଟପ୍‌ରେ

ସିଲଭର୍‌ ସ୍କ୍ରିନ୍‌ରେ ଦୁଇ ଆକ୍ସନ୍‌ ଷ୍ଟାର୍‌ ହ୍ରିତ୍ୱିକ୍‌-ଟାଇଗର୍‌

ଜାଣନ୍ତୁ କାହିଁକି କ୍ରିକେଟ୍‌କୁ ପସନ୍ଦ କରନ୍ତି ନାହିଁ ଅକ୍ଷୟ କୁମାରଙ୍କ ପୁଅ

‘ବିଗ୍‌ ବସ୍‌’ ତେଲୁଗୁ ଆୟୋଜକଙ୍କ ବିରୋଧରେ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଲେ ମହିଳା ସାମ୍ବାଦିକ

You might also like