ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ମୁମ୍ବାଇ: ମୁମ୍ବାଇରେ ସଡ଼କ ଦୁର୍ଘଟଣାର ଶିକାର ହେଲେ ବଲିଉଡ୍‌ ଅଭିନେତ୍ରୀ ତଥା ଲେଖକ ଜାବେଦ୍‌ ଆଖତରଙ୍କ ପତ୍ନୀ ଶବାନା ଆଜ୍‌ମୀ। ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି ଶବାନା।

ଖବର ଅନୁସାରେ, ପୁଣେ-ମୁମ୍ବାଇ ଏକ୍ସପ୍ରେସ୍‌ ରାସ୍ତାରେ ଯାଉଥିବା ବେଳେ କୋହ୍ଲାପୁର ଟୋଲ୍‌ ପ୍ଲାଜା ନିକଟର ଏକ ଟ୍ରକ୍‌ ତାଙ୍କ କାର୍‌କୁ ପଛପଟୁ ଧକ୍କା ଦେଇଛି। ଏତିରେ ଆହତ ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ଶବାନା ଆଜମୀ। ଏହାପରେ ତାଙ୍କୁ ମହାରାଷ୍ଟ୍ରର ଏମ୍‌ଜିଏମ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ତେବେ ଶବାନାଙ୍କ ସହିତ ଜାବେଦ୍‌ ଅଖତର ମଧ୍ୟ ଗାଡ଼ିରେ ଥିଲେ। ଏହି ସେଲେବ୍ରେଟି ଦମ୍ପତି ତାଙ୍କ ଟାଟା ସଫାରୀ କାର୍‌ରେ ବସି ପୁଣେ ଅଭିମୁଖେ ଯାଉଥିଲେ। ହଠାତ୍‌ ଏହି ସମୟରେ ଗୋଟିଏ ଟ୍ରକ୍‌ ଆସି ତାଙ୍କ କାରର ପଛପଟୁ ଧକ୍କା ଦେଇଥିଲା। ଏଥିରେ ଗୀତିକାର ଜାବେଦ୍‌ ସୁରକ୍ଷିତ ଥିବା ବେଳେ ଶବାନା ଆହତ ହୋଇଛନ୍ତି।

You might also like