ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ମୁମ୍ବାଇ: କିଛିଦିନ ତଳେ ବଲିଉଡ୍‌ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଜଣେ ମଡେଲ୍ ଯୌନ ଉତ୍ପୀଡ଼ନ ଭଳି ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏବେ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୋଧରେ ଜଣେ ବଲିଉଡ୍‌ ଅଭିନେତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ ପାୟଲ‌ ଘୋଷ ଅନୁରାଗଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି।

ଶନିବାର ଦିନ ପାୟଲ ଏକ ଟ୍ୱିଟ୍‌ କରି କହିଛନ୍ତି, ଅନୁରାଗ କାଶ୍ୟପ ମୋ ସହ ବହୁତ ଖରାପ ବ୍ୟବହାର କରିଥିଲେ। ଏହାସହ ପାୟଲ @PMOIndia @narendramodi ଙ୍କୁ ଟ୍ୟାଗ୍‌ କରି ନିଜର ସୁରକ୍ଷା ମାଗିବା ସହ ଅନୁରାଗଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିବେଦନ କରିଛନ୍ତି। ପାୟଲ ଆହୁରି ଲେଖିଛନ୍ତି, ଏହି କ୍ରିଏଟିଭ୍‌ ବ୍ୟକ୍ତି(ଅନୁରାଗ କାଶ୍ୟପ)ଙ୍କ ପଛରେ ଥିବା ଅସଲ ଚେହରା ସମସ୍ତେ ଜାଣନ୍ତୁ। ମୁଁ ଜାଣିଛି ଏହା ମୋ ଜୀବନ ପ୍ରତି ବିପଦ ପହଞ୍ଚାଇପାରେ ଓ ମୋ ସୁରକ୍ଷା ଏବେ ବିପଦରେ। ଦୟାକରି ମୋତେ ସାହାଯ୍ୟ କରନ୍ତୁ।

ପାୟଲଙ୍କ ଏହି ଟ୍ୱିଟ୍‌କୁ ନେଇ ଅନେକ ଲୋକ ଏହାର ପ୍ରତିକ୍ରିୟା ରଖିଛନ୍ତି। ଜାତୀୟ ମହିଳା କମିଶନ୍‌ର ଅଧ୍ୟକ୍ଷ ରେଖା ଶର୍ମା ଏକ ଟ୍ୱିଟ୍‌ରେ ପାୟଲଙ୍କୁ ଟ୍ୟାଗ୍‌‌ କରି କହିଛନ୍ତି, ଆପଣ ସମସ୍ତ ଅଭିଯୋଗକୁ ncw@nic.in ରେ ପଠାଇପାରିବେ। 

ଏହି ଘଟଣାକୁ ନେଇ କଙ୍ଗନା, ପାୟଲଙ୍କୁ ସମର୍ଥନ କରିବା ସହ ଅନୁରାଗ କାଶ୍ୟପଙ୍କ ଗିରଫ ଦାବି କରିଛନ୍ତି।

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଏଭଳି ଅଭିଯୋଗକୁ ନେଇ ଅନୁରାଗ ଟ୍ୱିଟରରେ ସିରିଜ୍‌ ଟ୍ୱିଟ୍‌ କରି ଏହାକୁ ଖଣ୍ଡନ କରିବା ସହ ଏହାର ପ୍ରତିକ୍ରିୟା ରଖିଛନ୍ତି। ଏକ ଟ୍ୱିଟ୍‌ରେ ସେ କହିଛନ୍ତି, ‘ଏବେ ତ ଆହୁରି ଆକ୍ରମଣ ହେବାର ଅଛି। ଏହା କେବଳ ମାତ୍ର ଆରମ୍ଭ। ବହୁତ ଫୋନ୍‌ ଆସି ସାରିଛି ଯେ, କିଛି କୁହ ନାହିଁ ଓ ଚୁପ୍‌ ରହିଯାଅ।’

ପଢ଼ନ୍ତୁ: ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ମଡେଲ୍‌ଙ୍କ ସାଂଘାତିକ ଅଭିଯୋଗ‌, କହିଲେ-ମୋତେ ଛୁଇଁବା ପାଇଁ ପ୍ରୟାସ କରିଥିଲେ…

 

ଆହୁରି ପଢ଼ନ୍ତୁ

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ରାଜେଶ୍‌ଙ୍କ ସହ କାମ କରି ବେଶ୍‌ ଖୁସି ଭୂମିକା

ଦଶହରାରେ କର୍ମଚାରୀଙ୍କୁ କାର ଗିଫ୍ଟ ଦେଲେ ଏଇ ବଲିଉଡ୍‌ ଅଭିନେତ୍ରୀ

‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’ ଫଟୋ ଶେଆର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ବିବାହ କଲେ ରୋହନ୍‌-ନେହା

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

You might also like