ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗଣମାଧ୍ୟମ ତାଙ୍କୁ ଦୋଷୀ ସଜାଇ ସାରିଲାଣି ବୋଲି ଅଭିଯୋଗ କରିଛନ୍ତି ରିୟା ଚକ୍ରବର୍ତ୍ତୀ ।

ଏଭଳି ଅଭିଯୋଗ ସହ ସୁପ୍ରିମକୋର୍ଟରେ ପୁଣି ସେ ସତ୍ୟପାଠ ଦାଖଲ କରିଛନ୍ତି । ରାଜନୈତିକ ଏଜେଣ୍ଡା ଭିତରେ ସେ ବଳି ପଡ଼ିବାକୁ ଯାଉଥିବାରୁ ସୁପ୍ରିମକୋର୍ଟଙ୍କଠାରୁ ସୁରକ୍ଷା ଲୋଡ଼ିଛନ୍ତି ରିୟା।ରିୟାଙ୍କୁ ଅଭିଯୁକ୍ତ ଦର୍ଶାଇ ସୁଶାନ୍ତଙ୍କ ପରିବାର ପକ୍ଷରୁ ତାଙ୍କ ନାଁରେ ପାଟନାରେ ଏତଲା ହୋଇଥିବାରୁ ଏହି ମାମଲାକୁ ମୁମ୍ବାଇ ସ୍ଥାନାନ୍ତର ପାଇଁ ମଧ୍ୟ ଆବେଦନ କରିଛନ୍ତି ।

ଅମାମଲାର ସିବିଆଇ ତଦନ୍ତକୁ ମଧ୍ୟ ବିରୋଧ କରିଛନ୍ତି ରିୟା । ଆଜି ଏହି ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିବେ । ଏହା ପୂର୍ବରୁ ଗତକାଲି ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପୁଣି ଥରେ ହାଜର ହୋଇଥିଲେ ରିୟା ଚକ୍ରବର୍ତ୍ତି। ଇଡିର ସମନ୍ ପରେ ରିୟା, ତାଙ୍କ ଭାଇ ସୌଭିକ ଏବଂ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତି ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିଲେ । ସେହିଭଳି ଦ୍ୱିତୀୟ ଥର ପାଇଁ ସୁଶାନ୍ତଙ୍କ ମ୍ୟାନେଜର ସ୍ମୃତି ମୋଦି ବି ଇଡି ଅଫିସ୍‌ରେ ହାଜିରା ଦେଇଥିଲେ। ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଗାଏବ୍ ଓ ମୁମ୍ବାଇରେ ସଂପତ୍ତିକୁ ନେଇ ଇଡି ଖୋଳତାଡ଼ କରିଛି। ସେହିଭଳି ସୁଶାନ୍ତଙ୍କ ଫ୍ଲାଟ୍ ମେଟ୍ ତଥା ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କଠୁ ବି ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଆହୁରି ପଢ଼ନ୍ତୁ

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଧାର୍ଯ୍ୟ ସମୟ ଆଗରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

ରାଜ୍ୟସଭାରେ କୃଷି ବିଲକୁ ବିରୋଧ କଲା ବିଜେଡି

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

କରୋନା ଭ୍ୟାକ୍‌ସିନ୍‌ ପରେ ଔଷଧ ତିଆରି କଲା ଋଷ

You might also like