କୋରିଓଗ୍ରାଫର୍‌ ସରୋଜ ଖାନ୍‌ ଅସୁସ୍ଥ, ଆସିଲା କୋଭିଡ୍ ରିପୋର୍ଟ

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର୍‌ ସରୋଜ ଖାନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ବାନ୍ଦ୍ରାସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସରୋଜଙ୍କ ପରିବାର ତରଫରୁ ଏହି ସୂଚନା ମିଳିଛି। ହସ୍ପିଟାଲରେ ସରୋଜଙ୍କର କରୋନା ଟେଷ୍ଟ କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ନେଗେଟିଭ୍‌ ଥିବା ଜଣାପଡ଼ିଛି। ସରୋଜ ଖାନ୍‌ଙ୍କ ଶୀଘ୍ର ଆରୋଗ୍ୟ ନେଇ ତାଙ୍କ ପ୍ରଶଂସକ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି।

ଖବର ଅନୁଯାୟୀ, ସରୋଜ ଖାନଙ୍କ ପରିବାର ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ ସରୋଜଙ୍କ ଠାରେ କୋଭିଡ -୧୯ର କୌଣସି ଲକ୍ଷଣ ଦେଖାଯାଉ ନାହିଁ। ତାଙ୍କ ପରୀକ୍ଷା ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି। “ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ସରୋଜ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ, ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସରୋଜଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଲେ ତାଙ୍କୁ ଦିନେ କି ଦୁଇ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ କରାଯିବ।

ସରୋଜ ଖାନ୍‌ ୨ହଜାରରୁ ଅଧିକ ଗୀତରେ କୋରିଓଗ୍ରାଫି କରିଛନ୍ତି। ସରୋଜଙ୍କୁ ୩ଥର ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କ ଗୀତଙ୍କୁ ସମସ୍ତେ ଖୁବ୍‌ ଭଲ ପାଉଥିଲେ। ସେ ‘ଡୋଲାରେ ଡୋଲା’, ‘ୟେ ଇସ୍‌କି ହାଏ’ ଓ ‘ନିମ୍ବୂଡା’ ଭଳି ଅନେକ ପ୍ରସିଦ୍ଧ ଗୀତରେ କୋରିଓଗ୍ରାଫି କରିଛନ୍ତି। ସେ ଶେଷଥର ପାଇଁ ‘କଲଙ୍କ’ ଫିଲ୍ମର ‘ତବାହ ହୋ ଗୟେ’ ଗୀତରେ କୋରିଓଗ୍ରାଫି କରିଥିଲେ।

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ବଲିଉଡ୍‌ର ଏହି‌ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ଆବେଦନ ଖାରଜ

ବଲିଉଡ୍‌ର ଫେମସ୍‌‌ କମେଡି ଷ୍ଟାର୍‌ ଜଗଦୀପଙ୍କ ପରଲୋକ

ପୁଣି ଜଣେ ଅଭିନେତାଙ୍କ ଆତ୍ମହତ୍ୟା

ଦୁନିଆ ଦେଖିପାରୁନି, କିନ୍ତୁ ହାତ ତାଙ୍କର କରୁଛି କମାଲ୍, ଦେଖନ୍ତୁ ଭିଡିଓ

ଚର୍ଚ୍ଚାରେ ସୁଶାନ୍ତଙ୍କ ଡୁପ୍ଲିକେଟ୍‌

ଭଂସାଲିକୁ ପୋଲିସ ପଚାରିଲେ ୩୫ଟି ପ୍ରଶ୍ନ, ଏମିତି ରଖିଲେ ଉତ୍ତର

ନନ୍‌ଭେଜ୍‌ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ଏଇ ଅଭିନେତ୍ରୀ

ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଥାନାରେ ହାଜରେ ହେଲେ ସଞ୍ଜୟ ଲୀଲା ଭଂସାଲି

ଦୀପ୍ତିଜ୍ୟୋତି, ଆଦ୍ୟାଶା ପିନ୍ଧିଲେ ରଜ ରାଜକୁମାରୀ ମୁକୁଟ

ସୁଶାନ୍ତ ମାସକରେ ୫୦ ସିମ୍ କାର୍ଡ ବଦଳାଇ ଥିଲେ, ପ୍ରଶ୍ନ ଉଠାଇଲେ ଶେଖର ସୁମନ୍

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସଞ୍ଜୟ ଲିଲା ଭଂସାଲିଙ୍କୁ ଜେରା କରିବ ପୋଲିସ

You might also like