ଷ୍ଟେଜ୍‌ ଉପରେ ସାରାଙ୍କ ସହ ହେଲା ଏମିତି କିଛି….

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କ ଝିଅ ସାରା ଅଲୀ ଖାନ୍‌ ଓ ଅଭିନେତା କାର୍ତ୍ତିକ ଆର୍‌ୟାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚା। ଆପଣମାନେ ଭାବୁଥିବେ କାହିଁକି ଏହି ଦୁହିଁଙ୍କୁ ନେଇ ଏତେ ଚର୍ଚ୍ଚା ହେଉଛି।

କଥାଟା ହେଲା, ନିକଟରେ ଉଭୟଙ୍କୁ ଷ୍ଟାର ସ୍କ୍ରିନ୍‌ ଆୱାର୍ଡସ୍‌ରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସାରା, ଷ୍ଟେଜ୍‌ ଉପରେ ପଡ଼ି ଯାଇଥାନ୍ତେ ହେଲେ ଠିକ୍‌ ସମୟରେ କାର୍ତ୍ତିକ ତାଙ୍କୁ ଧରି ପକାଇଥିଲେ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି, ସାରା ଷ୍ଟେଜ୍‌ ଉପରେ ଗୋଟିଏ ଗୋଡ଼ରେ ସାଣ୍ଡାଲ୍‌ ପିନ୍ଧି ଥିବାବେଳେ ହାତରେ ଅନ୍ୟ ଏକ ସାଣ୍ଡାଲ୍‌ ଧରିଛନ୍ତି। ଏହି ସମୟରେ ସେ ଗୋଟିଏ ଗୀତରେ ରାମ୍ପ ୱାକ୍‌ କରୁଥିବା ବେଳେ ହଠାତ୍‌ ତାଙ୍କ ଗୋଡ଼ ଡ୍ରେସ୍‌ରେ ଛନ୍ଦି ହୋଇଯାଇଥିଲା ଓ ସେ ଝୁଣ୍ଟି ପଡ଼ିଥିଲେ। ଏହି ସମୟରେ ଆର୍‌ୟାନ୍‌ ସଙ୍ଗେସଙ୍ଗେ ତାଙ୍କ ହାତ ଧରି ପକାଇଥିଲେ।

 

View this post on Instagram

 

The way he holds her hayeee❤️❤️❤️hum to zoom kar karke slow motion kar ke 50 times dekh Chuke but dill Nhi bhara #patipatniaurkoyinaa 1st vc @kartikaaryanrocks 2nd vc @kartiksarafanclub F// : @sartik.gallery . . Dont repost without MENTIONING . . . . . . #sartik #saraalikhan #kartikaaryan #loveaajkal2 #love #bollywood #instagram #poselikekartikaaryan #lukachuppi #aajkal #sonuketitukisweety #coolieno1 #simmbah #smile #saraalikhanpataudi #kartiksara #tagsforlikes #varundhawan #aliabhatt #ranbhirkapoor #sarakartik #patipatniaurwoh #ranveersingh #deepikapadukone #viratkohli #sarakartik #deepveer @maddockfilms @imtiazaliofficial @drmalatiwari @viralbhayani @filmfare @filmygyan @saraalikhan95 @kartikaaryan @wearewsf @randeephooda #instadaily #follow4follow @reliance.entertainment .

A post shared by Coffeydate? (saraxkartik) (@sartik.gallery) on


୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲଭ୍‌ ଆଜ୍‌ କାଲ୍‌’ର ରିମେକ୍‌ ଫିଲ୍ମରେ ସାରା ଓ କାର୍ତ୍ତିକଙ୍କୁ ଦେଖିବାକୁ ମିଳିବ। ଆସନ୍ତା ବର୍ଷ ଫେବୃଆରୀ ୧୪ରେ ଫିଲ୍ମଟି ରିଲିଜ୍‌ ହୋଇପାରେ। ତେବେ ଉଭୟଙ୍କୁ ନେଇ ସେତେବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେତବେଳେ କରଣ ଜୋହରଙ୍କ ଟକ୍‌ ଶୋ’ ‘କଫି ୱିଥ୍‌ କରନ୍‌ ୬’ ରେ ଏକ ପ୍ରଶ୍ନରେ ସାରା କହିଥିଲେ, ସେ ଆର୍‌ୟାନ୍‌ଙ୍କ ସହ ଡେଟ୍‌ କରିବାକୁ ପସନ୍ଦ କରିବେ। ଆର୍‌ୟାନ୍‌ ମଧ୍ୟ ଏହାର ଜବାବରେ କହିଥିଲେ ସାରାଙ୍କ ସହ ଏକ କଫି ଡେଟ୍‌ରେ ଯିବାପାଇଁ ସେ କିଛିବି ଭାବିବେ ନାହିଁ। ସେବେଠୁ ଏହି ଦୁଇଙ୍କୁ ନେଇ ଚର୍ଚ୍ଚା।

ଆହୁରି ପଢ଼ନ୍ତୁ

ଫିଲ୍ମ ନିର୍ମାତା ନିଶିକାନ୍ତ କାମାତ ଗୁରୁତର; ହସ୍‌ପିଟାଲ୍‌ରେ ଭର୍ତ୍ତି

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ସୁଶାନ୍ତଙ୍କ ସହ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍ କଲେ ରିୟା

‘ଦ୍ୱିତୀୟ ବିବାହ କରିବାରୁ ବାପାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଖରାପ ହୋଇଥିଲା’

ED ଜେରା ବେଳେ ଆଉ ଏକ ନମ୍ବର ଲୁଚାଇଥିଲେ ରିୟା

ଭଉଣୀଙ୍କ ନାଁରେ ସୁଶାନ୍ତ ଜମା କରିଥିବା ଫିକ୍ସଡ୍‌ ଡିପୋଜିଟ୍‌ରୁ କୋଟି କୋଟି ଟଙ୍କା ଗାଏବ !

ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଲା ମୁମ୍ବାଇ ପୁଲିସ

You might also like