ଫଟୋଗ୍ରାଫରଙ୍କଠାରୁ ଲୁଚି ଦୌଡ଼ିଲେ ସାରା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ:ବଲିଉଡ୍ ଷ୍ଟାର ସାରା ଅଲି ଖାନଙ୍କ ଚୁଲ୍‌ବୁଲି ହସ୍, ଚୁଲ୍‌ବୁଲି କାମକୁ ବେଶ ପସନ୍ଦ କରନ୍ତି ତାଙ୍କର ଫ୍ୟାନ୍ସ। ଆଉ ଖାସ୍‌ ଏଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସାରା ଅଲି ଖାନ୍‌ଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, ସାରା ଫଟୋଗ୍ରାଫରଙ୍କଠାରୁ ଲୁଚି ଦୌଡ଼ୁଛନ୍ତି।

ଆଜିକାଲି ସାରା ତାଙ୍କର ଅପ୍‌କମିଙ୍ଗ ଫିଲ୍ମ ‘କୁଲି ନମ୍ବର ୱାନ’ କୁ ନେଇ ବ୍ୟସ୍ତ ଅଛନ୍ତି। ତାଙ୍କର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ କିଛି ସମୟ କାଢି ସେ ସେଲୁନ୍ ଯାଇଥିଲେ। ହେଲେ ତାଙ୍କୁ ଘେରି ଯାଇଥିଲେ ଫଟୋଗ୍ରାଫର। ଆଉ ସାରା ଏହି ଭିଡରୁ ନିଜକୁ ବଞ୍ଚାଇ ଦୌଡ଼ି ପଳାଇଥିଲେ।

ଅବଶ୍ୟ ଫଟୋଗ୍ରାଫରମାନେ ଯେତେବେଳେ ତାଙ୍କୁ ଡାକିଲେ, ସାରା ପଛକୁ ବୁଲି ତାଙ୍କୁ ‘ହାଲୋ’ ବୋଲି କହିଥିଲେ। ତେବେ ଏସବୁକୁ କେହି ଭିଡିଓରେ ରେକର୍ଡିଂ କରି ନେଇଥିଲେ। ଏହି ଭିଡିଓ ଖୁବ୍‌ ଭାଇରାଲ ହୋଇଛି। ଏହି ଭିଡିଓରେ ସାରା ବ୍ଲାକ୍‌ ଆଣ୍ଡ ହ୍ୱାଇଟ୍‌ ଆଉଟ୍‌ଫିଟ୍‌ରେ ଦେଖିବାକୁ ମିଳିଛନ୍ତି। ଭିଡିଓକୁ ଫିଲ୍ମ ସମୀକ୍ଷକ ଯୋଗେନ ଶର୍ମା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ଫ୍ୟାନ୍ସମାନେ ଏହି ଭିଡିଓ ଉପରେ ବହୁତ କମେଣ୍ଟ ଦେଇଛନ୍ତି।

 

View this post on Instagram

 

@saraalikhan95 Clicked today arriving at the salon in #juhu . #saraalikhan #paparazzi #yogenshah @yogenshah_s

A post shared by yogen shah (@yogenshah_s) on

 

ଆହୁରି ପଢ଼ନ୍ତୁ

ତିରୁପତିରେ ବିବାହ ବାର୍ଷିକୀ ପାଳିଲେ ଦୀପିକା-ରଣବୀର

୧୪୪ କୋଟିରେ ଏମିତି ଘର କିଣିଲେ ପ୍ରିୟଙ୍କା-ନିକ୍‌

ନିର୍ଦ୍ଦେଶକଙ୍କ ସହ ହାତାହାତି ହେଲେ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର, ଭିଡିଓ ଭାଇରାଲ

ଆଇସିୟୁରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡିଆ ଝିଅ

ଫ୍ୟାନଙ୍କୁ ଏମିତି ଧନ୍ୟବାଦ ଜଣାଇଲେ ଆୟୁଷ୍ମାନ୍

ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍

ଷ୍ଟେଜ୍‌ରେ ଡାନ୍ସ କରୁଥିବାବେଳେ ତଳେ ପଡ଼ିଗଲେ ନେହା

ଓଡ଼ିଶା କୁଇନ୍‌-୨୦୧୯: ଚୂଡାନ୍ତ ପର୍ଯ୍ୟାୟକୁ ୨୧ ସୁନ୍ଦରୀ ମନୋନୀତ

ବନ୍ଦ ହୋଇଯିବ ଦୀପିକାଙ୍କ ଏହି ଶୋ’ !

କପିଲ ଶର୍ମାଙ୍କ ପ୍ରଶ୍ନରେ ଭଜିଙ୍କ ହୋସ୍‌ ଉଡ଼ିଗଲା

You might also like