ବିବାହ ପାଇଁ ଯିଏ ବି ହେଲେ ଚଳିବ ବୋଲି କହିଲେ ‘ଦଙ୍ଗଲ’ ଅଭିନେତ୍ରୀ

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ ସାନ୍ୟା ମଲହୋତ୍ରାଙ୍କ ରିଲିଜ୍ ହୋଇଥିବା ଫିଲ୍ମ ‘ପଗଲୈଟ୍’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ମଧ୍ୟ ପ୍ରଶଂସା କରାଯାଉଛି। ଏହି ସମୟରେ ସାନ୍ୟା ତାଙ୍କ ବିବାହ ପ୍ରସଙ୍ଗକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ସାନ୍ୟା ମାଲହୋତ୍ରା ଏକ ସାକ୍ଷାତକାରରେ କହିଛନ୍ତି ଯେ ବର୍ତ୍ତମାନ ସେ ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ସେ ତାଙ୍କ ବିବାହ ଯୋଜନା ବିଷୟରେ ମଧ୍ୟ କହିଛନ୍ତି। ଖାଲୋ ଏତିକି ନୁହେଁ ଏହି ସାକ୍ଷାତକାରରେ ସାନ୍ୟା ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଏକ କାମ ଦେଇଛନ୍ତି।

ସାକ୍ଷାତକାରରେ ସାନିଆ ମାଲହୋତ୍ରା କହିଛନ୍ତି ଯେ ସେ ଅବିବାହିତ ଏବଂ ବିବାହ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି ଯେ ଏହା ଏକ ବ୍ୟକ୍ତିଗତ ପ୍ରଶ୍ନ। ସେ କହିଛନ୍ତି, “ମୁଁ ଅବିବାହିତ ଏବଂ ବିବାହ କରିବାକୁ ପ୍ରସ୍ତୁତ। ମୁଁ ସବୁବେଳେ ମୋର ବନ୍ଧୁମାନଙ୍କୁ ଏ ବିଷୟରେ ପଚରାଉଚରା କରେ ଏବଂ ସେମାନେ ମୋତେ କୁହନ୍ତି ଯେ ମୁଁ ଏଥିରୁ ନିଜକୁ ବାହାର କରିବାକୁ ପଡିବ। ସେମାନେ କାହିଁକି ଏମିତି କୁହନ୍ତି, ଏ କଥାକୁ ମୁଁ ଅଦୌ ବୁଝିପାରୁ ନାହିଁ। ମୁଁ ମୋ ଜୀବନସାଥୀ ପାଇଁ କୌଣସି ନିୟମ ସ୍ଥିର କରି ନାହିଁ। ଯିଏ ବି ମିଳିବେ ଚଳିବ।”

ସାନ୍ୟା ଆହୁରି କହିଛନ୍ତି ଯେ ଏହା ତ ଏକ ମଜାଦାର କଥା। ତାଙ୍କର ହେବାକୁ ଥିବା ଜୀବନ ସାଥୀର କେଉଁ ଗୁଣ ରହିବା ଉଚିତ ସେ ବିଷୟରେ ସାନ୍ୟା କହିଛନ୍ତି ଯେ “ସେ ଜଣେ ଭଲ ବ୍ୟକ୍ତି ହେବା ଉଚିତ, ମାନସିକ ଏବଂ ଆଧ୍ୟାତ୍ମିକ ଭାବରେ ଜାଗ୍ରତ ହେବା ଉଚିତ ଏବଂ ଯଦି ଆମର ସମାନ ମାନସିକତା ରହିଲା ତେବେ ମୁଁ ଏହାକୁ ବହୁତ ପ୍ରଶଂସା କରିବି। ଯେଉଁମାନେ ଏହାକୁ ପଢୁଛନ୍ତି, ଯଦି ଆପଣ ସେମାନଙ୍କ ମଧ୍ୟରୁ ଜଣେ ତେବେ ମୋତେ କଲ୍ କରନ୍ତୁ।”

ପ୍ରକାଶ ଥାଉଯେ ସାନ୍ୟା ମାଲହୋତ୍ରାଙ୍କ ଫିଲ୍ମ “ପଗଲୈଟ୍” ୨୬ ମାର୍ଚ୍ଚରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟି ଏକ ମଧ୍ୟବିତ୍ତ ପରିବାରର ଭାବପ୍ରବଣତାର କାହାଣୀ ନେଇ ପ୍ରସ୍ତୁତ ହୋଇଛି। ଏହି ଚଳଚ୍ଚିତ୍ରରେ ସାନ୍ୟା ମାଲହୋତ୍ରାଙ୍କ ବ୍ୟତୀତ ସୟାନୀ ଗୁପ୍ତା, ଶ୍ରୁତି ଶର୍ମା, ଆଶୁଟୋଶ ରାଣା, ରଘୁବୀର ଯାଦବ, ଶିବା ଚଢ୍ଡା ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ଦିଲ୍ଲୀରେ ଜନ୍ମିତ ସାନ୍ୟା ଜଣେ ବାଲେଟ୍ ଡ୍ୟାନ୍ସର। ଗାର୍ଗି କଲେଜରୁ ଗ୍ରାଜୁଏସନ ପରେ ସେ ରିଏଲିଟି ସୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ଭାଗ ନେଇଥିଲେ। ଏହାପରେ ସେ ମୁମ୍ବାଇ ଆସି ଟେଲିଭିଜନରେ କ୍ୟାମେରାମ୍ୟାନ ଭାବେ କାମ କରିଥିଲେ। ଏହାର କିଛି ଦିନ ପରେ ସାନ୍ୟା ମୁକେଶ ଛାବ୍ରାଙ୍କ ଦ୍ଵାରା କାଷ୍ଟିଂ ହେଉଥିବା ଏକ ଫିଲ୍ମରେ କାମ କରିବାର ସୁଯୋଗ ପାଇଥିଲେ। ତାଙ୍କ ପ୍ରଥମ ଫିଲ୍ମ ଦଙ୍ଗଲ ଥିବା ବେଳେ ଅନ୍ୟାନ୍ୟ ଫିଲ୍ମ ଭିତରେ ବଧାଇ ହୋ, ପଟାଖା, ଫଟୋଗ୍ରାଫ ଆଦି ରହିଛି।

You might also like