ସଞ୍ଜୟ ଦତ୍ତଙ୍କ ପାଇଁ ପ୍ରାର୍ଥନା କଲେ ପ୍ରଶଂସକ, ହସ୍ପିଟାଲ୍‌ ଫଟୋ ହେଲା ଭାଇରାଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ କିଛି ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସଞ୍ଜୟ ବହୁତ ଦୁର୍ବଳ ଦେଖାଯାଉଛନ୍ତି। ଫଟେରେ ସେ ହସ୍ପିଟାଲ୍‌ରେ ନୀଳ ରଙ୍ଗର ସାର୍ଟ ଏବଂ ଜିନ୍ସ ପିନ୍ଧି ଡାକ୍ତରଙ୍କ ପାଖରେ ଛିଡ଼ା ହୋଇଥିବା ଦେଖାଯାଇଛି। ଫଟୋଟି ଇନ୍‌ଷ୍ଟାଗ୍ରାମରେ ‘ସିନେମା ଫଲୋଅର୍ସ’ ପେଜ୍‌ରେ ଶେଆର କରାଯାଇଛି। ଏହି ଫଟୋରେ ସଞ୍ଜୟଙ୍କର ପ୍ରଶଂସକମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି ଏବଂ ସେ ଶୀଘ୍ର ଭଲ ହୋଇଯଆନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

ସଞ୍ଜୟ ଦତ୍ତଙ୍କ ଏହି ଫଟୋ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ, ଜଣେ ବ୍ୟକ୍ତି ଲେଖିଛନ୍ତି, ବାବା, ତୁମେ ବହୁତ ଦୁର୍ବଳ ହୋଇଯାଇଛ। କିଛି ଲୋକ ସଞ୍ଜୟ ଏବେ କାମ ନକରି ଘରେ ରୁହନ୍ତୁ , ନିଜକୁ ପ୍ରଥମେ ସୁସ୍ଥ କରନ୍ତୁ ବୋଲି କମେଣ୍ଟରେ ଲେଖିଛନ୍ତି।

ଅଗଷ୍ଟ ୧୧ ତାରିଖ ଦିନ ସଞ୍ଜୟ ଦତ୍ତ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଏକ ଟ୍ୱିଟ୍‌ କରିଥିଲେ। ଇନ୍‌ଷ୍ଟାରେ ମଧ୍ୟ ସେ ଏକ ଫଟୋ ଶେଆର କରିଥିଲେ। ଯେଉଁଥିରେ ଲେଖାଥିଲା, ” ବନ୍ଧୁଗଣ, ମୁଁ ମୋର ଚିକିତ୍ସା ପାଇଁ କିଛି ସମୟ ବିରତି ନେଉଛି। ମୋ ପରିବାର ଏବଂ ବନ୍ଧୁମାନେ ମୋ ସାଥିରେ ଅଛନ୍ତି ଏବଂ ମୁଁ ମୋର ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିବି ସେମାନେ ଅନାବଶ୍ୟକ ଭାବରେ କିଛି ଚିନ୍ତା କରିବେ ନାହିଁ। ”

ସଞ୍ଜୟ ଦତ୍ତଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ସଡକ୍-୨’ରେ ଦେଖିବାକୁ ମିଳିଥିଲା। ତେବେ ଏହି ଚଳଚ୍ଚିତ୍ରଟି ଅଧିକ ଲୋକପ୍ରିୟତା ପାଇପାରି ନାହିଁ। ଫିଲ୍ମରେ ଆଦିତ୍ୟ ରୟ କପୁର ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହାପୂର୍ବରୁ ଅର୍ଜୁନ କପୁର ଏବଂ କ୍ରିତି ସାନନଙ୍କ ସହ ସଞ୍ଜୟ ଦତ୍ତ ଫିଲ୍ମ ‘ପନିପତ’ରେ ଅଭିନୟ କରିଥିଲେ।

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

You might also like