୫୫ ବର୍ଷରେ ପାଦ ଥାପିଲେ ସଲ୍ଲୁ ଭାଇ

ଭାଇଜାନ ସଲମାନ ଖାନଙ୍କ ଆଜି ଜନ୍ମଦିନ

ବଲିଉଡ଼୍ ସୁପରଷ୍ଟାର ତଥା ଭାଇଜାନ ସଲମାନ ଖାନଙ୍କ ଆଜି ଜନ୍ମଦିନ । ୫୫ ବର୍ଷରେ ପାଦ ଥାପିଲେ ସମସ୍ତଙ୍କ ପ୍ରିୟ ସଲ୍ଲୁ ଭାଇ । ଦୀର୍ଘ ଦିନ ହେବ ବଲିଉଡ଼ରେ ରାଜ କରୁଥିବା ସଲମାନଙ୍କ ନିକଟକୁ ଆଜି ତାଙ୍କର ହାପି ବାର୍ଥଡ଼େ ଅବସରରେ ଦେଶବିଦେଶରୁ ପ୍ରଶଂସକଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରତିବର୍ଷ ଧୁମଧାମରେ ଜନ୍ମଦିନ ପାଳନ କରୁଥିବା ସଲମାନ୍ ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ଏଥର ନିଆରା ଢ଼ଙ୍ଗରେ ନିଜର ଜନ୍ମଦିନ ପାଳନ କରିଛନ୍ତି ।  ଭୂତାଣୁ ଭୟ ଭିତରେ ଅଳ୍ପ କିଛି ଅନ୍ତରଙ୍ଗ ବନ୍ଧୁଙ୍କ ସହ ନିଜର ପନେବଲ ସ୍ଥିତ ଫାର୍ମ ହାଉସରେ ଅତ୍ୟନ୍ତ ନିରାଡମ୍ବର ଭାବେ ଭାଇଜାନ୍ ଜନ୍ମଦିନ ପାଳନ କରିଛନ୍ତି ।

ସଲମାନ୍ ଖାନ୍ ବଲିଉଡ଼୍ ଚଳଚ୍ଚିତ୍ର ଜଗତର ଏକ ଜଣାଣୁଣା ନାମ । ଏକାଧାରରେ ସେ ଜଣେ ଲାକପ୍ରିୟ ଅଭିନେତା, ଜଣେ ସିନେ ନିର୍ମାତା ଓ ସମାଜସେବକ ମଧ୍ୟ । ତାଙ୍କ ଫ୍ୟାନ୍ ମାନେ ତାଙ୍କୁ ସଲ୍ଲୁ ଭାଇ, ଭାଇଜାନ୍, ଦବଙ୍ଗ ଖାନ୍ ଆଦି ନାମରେ ଡାକନ୍ତି । ନିଜ ସିନେ କ୍ୟାରିୟର ଭିତରେ ଅନେକ ଛେ।ଟ ବଡ଼ ସିନେମାର କାମ କରିଛନ୍ତି ଭାଇଜାନ୍ । ଅନେଇ ହିଟ୍ ସିନେମାରେ କାମ କରି ଏକ ନୂତନ ଅଭିନେତାଙ୍କ ପାଇଁ ନୂଆ ମାଇଲଷ୍ଟେ।ନ୍ ତିଆରି କରିଛନ୍ତି । ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ବଲିଉଡ଼୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି  ।

ତେବେ ସଲମାନ୍ ଖାନ୍ ହୀରେ। ନୁହଁ ବରଂ ସିନେ ନିର୍ଦ୍ଦଶକ ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କର ସୁଢ଼େ।ଳ ଶରୀର ଓ ଶାନଦାର ବ୍ୟକ୍ତିତ୍ୱକୁ ଦେଖି ଲେ।କ ତାଙ୍କୁ ହୀରା ଭାବେ ହିଁ ଗ୍ରହଣ କରିନେଲେ ।

୧୯୬୫ରେ ମଧ୍ୟପ୍ରଦେଶରେ ଜନ୍ମିତ ସଲମାନ ଖାନ୍ ୧୯୮୮ରେ ’ବିବି ହେ। ତ ଐସି” ସିନମାରୁ ବଲିଉଡ଼୍ ଡେବ୍ୟୁ କରିଥିଲେ । ତେବେ ୧୯୮୯ରେ ହୀରେ। ଭାବେ ସିନେମା ’ମେନେ ପ୍ୟାର କିୟା”ରେ ସେ କାମ କରିବାର ସୁଯେ।ଗ ପାଇଥିଲେ । ସେ ସମୟରେ ବଲିଉଡ଼୍ ଇଣ୍ଡଷ୍ଟ୍ରିରେ ପାଇରେସି କାରଣରୁ ଚଳଚ୍ଚିତ୍ର ଜଗତର ଅବସ୍ଥା ଠିକ୍ ନଥିଲା । ସଲମାନ୍ ସିନେମାର ପ୍ରିଣ୍ଟ ଖର୍ଚ୍ଚ ବଞ୍ଚାଇବାକୁ ଯାଇ ଖୁବ୍ କମ ପ୍ରିଣ୍ଟରେ ପ୍ରଚାର କରିବା ସହ ଦେଶର କିଛି ସ୍ଥାନରେ ହିଁ ସିନେମାକୁ ରିଲିଜ କରାଯାଇଥିଲା । ତେବେ ଏହି ସିନେମା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଆଉ ତା’ ପରଠାରୁ ଆଉ ପଛକୁ ଫେରି ଚାହିଁନଥିଲେ ବଲିଉଡ଼୍ ଭାଇଜାନ୍ ।

ସଲମାନ୍ ସିନେ ଜଗତରେ ପାଦ ଥାପିବା ପୂର୍ବରୁ ସଙ୍ଗୀତା ବିଜଲାନି ଓ ସଲମାନଙ୍କ ରାମାନ୍ସ ଜେ।ରସେ।ରରେ ଚାଲିଥିଲା । ଆଉ ସେହି ସମୟରେ ବଡ଼ ଷ୍ଟର ଥିଲେ ସଙ୍ଗୀତା । ଏକ ବିଜ୍ଞାପନରେ ଏକ ସଙ୍ଗେ ନଜର ଆସିଥିଲ ସଲମାନ୍ ଓ ସଙ୍ଗୀତା ବିଜଲାନି।

ଧର୍ମେନ୍ଦ୍ରଙ୍କ ଜଣେ ବଡ଼ ପ୍ରଶଂସକ ଥିଲେ ଭାଇଜାନ୍ । ଏହାସହ ହଲିଉଡ଼୍ ଅଭିନେତା ଷ୍ଟାଲନଙ୍କର ମଧ୍ୟ ସେ ଥିଲେ ବଡ଼ ପ୍ରଶଂସକ । ସଲମାନ୍ ଖାନ୍ ଧର୍ମେନ୍ଦ୍ରଙ୍କ ସହ ପ୍ୟାର କିୟା ତେ। ଡରନା କ୍ୟା ସିନେମା କରିବାର ସୁଯେ।ଗ ପାଇଥିଲେ । ଶୁଣିବାକୁ ମିଳେ ଧର୍ମନ୍ଦ୍ର ଏହି ସିନମା ପାଇଁ ଟଙ୍କାଟିଏ ପାରଶ୍ରମିକ ନେଇନଥିଲେ ।  କାରଣ ସେ ବି ସଲମାନଙ୍କୁ ବହୁତ ପସନ୍ଦ କରୁଥିଲେ ।

ନିଜ ଜନ୍ମଦିନ ଅବସରରେ ସଲମାନ୍ ତାଙ୍କ ଘର ସାମ୍ନାରେ ଭିଡ଼ ନଲଗାଇବାକୁ ଅନୁରେ।ଧ କରିଛନ୍ତି  ।  କେରେ।ନା ଭାଇରସର କାରଣରୁ ସେ ଏପରି ଅପିଲ କରିଛନ୍ତି । ଘରେ ରହିବା ପାଇଁ ପ୍ରଶଂସକଙ୍କୁ ଅନୁରେ।ଧ କରିଛନ୍ତି । ଆଉ ଏଥିପାଇଁ ସଲମାନ୍ ଖାନଙ୍କ ଘର ବାହାରେ ଏକ ସ୍ୱତନ୍ତ୍ର ବ୍ୟାନର୍ ଲଗାଯାଇଛି । ବର୍ଷ ବର୍ଷ ଧରି ମେ। ଜନ୍ମଦିନରେ ପ୍ରଶଂସକ ଦେଉଥିବା ଭଲପାଇବା ଏବଂ ସ୍ନେହ ପାଇଁ ମୁଁ କୃତଜ୍ଞ । ହେଲ ଏଥର ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଅବଲମ୍ବନ କରିବା ଉଚିତ୍ । ମେ। ଘର ସାମ୍ନାକୁ ନଆସି ବରଂ ନିଜ ଘରେ ସୁରକ୍ଷିତ ରୁଅନ୍ତୁ ବେ।ଲି ସେ ବାର୍ତ୍ତ। ଦେଇଛନ୍ତି ।

୫୫ ବର୍ଷ ବୟସରରେ ପାଦ ଦେଇଥିଲ ସୁଦ୍ଧା ସଲମାନ୍ , ଏତେ ହ୍ୟାଣ୍ଡସମ୍ ଦେଖାଯାଆନ୍ତି,ଯେ କେହି ବିଶ୍ବାସ କରିବେ ନାହିଁ ତାଙ୍କୁ ଏତିକି ବୟସ ହ।ଇଛି । ଏବେ ବି ହଜାର ହଜାର ଝିଅ ତାଙ୍କ ପଛରେ ପାଗଳ । ଯୁବଗେ।ଷ୍ଠୀ ଆଜି ବି ତାଙ୍କୁ ଭାଇ ବେ।ଲି ଡାକନ୍ତି ।

You might also like