ସଲ୍‌ମାନଙ୍କ ଏହି ହିରୋଇନ୍‌ ଏବେ ପରଘରେ ବାସନ ମାଜି ପେଟ ପୋଷୁଛନ୍ତି

ମୁମ୍ବାଇ: ସଲମାନ ଖାନ୍‌ଙ୍କର ଏହି ହିରୋଇନ୍‌ ଏବେ ଟଙ୍କାଟିଏ ପାଇଁ ବାରଦୁଆର ବୁଲୁଛନ୍ତି। ମୁଣ୍ଡ ଗୁଞ୍ଜିବା ପାଇଁ ପରଘରେ ରହୁଛନ୍ତି। ଆଉ ଘରଭଡ଼ା ଦେଇ ନପାରିବାରୁ ସେଇ ଘରେ ବାସନ ମାଜିବାଠୁ ଆରମ୍ଭ କରି ସବୁ କାମ କରୁଛନ୍ତି। ଏସବୁରୁ ଫୁର୍‌ସତ ମିଳିଲେ କାମ ପାଇଁ ନିର୍ଦ୍ଦେଶକ ଓ ପ୍ରୋଯୋଜକଙ୍କୁ ନେହୁରା ହେଉଛନ୍ତି। ତାଙ୍କର ଗୋଟିଏ ଇଚ୍ଛା, ସେ ଥରୁଟିଏ ସଲ୍‌ମାନଙ୍କୁ ଭେଟି ତାଙ୍କୁ ଧନ୍ୟବାଦ ଜଣାଇବେ।

Image result for puja dadwal

ଦିନେ ଫିଲ୍ମ, ସିରିଏଲ୍‌ ସବୁଥିରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଏହି ହିରୋଇନ୍‌ଙ୍କ ଅବସ୍ଥା ହଠାତ୍ ଏମିତି ବଦଳି ଗଲା କେମିତି ? ମୟାନଗରୀର ରଙ୍ଗୀନ୍‌ ଦୁନିଆରେ ନିଜର ଜଲୱା ଦେଖାଉଥିବା ଏହି ନାୟିକାଙ୍କର କ୍ୟାରିୟର୍‌ କେମିତି ଫିକା ପଡ଼ିଗଲା ? ଏସବୁ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ।

ବର୍ତ୍ତମାନ ଜୀବନ ଜୀବୀକା ସହ ସଂଘର୍ଷ କରୁଥିବା ଏହି ନାୟିକାଙ୍କ ନାଁ ପୂଜା ଡଡ୍‌ୱାଲ୍। ୧୯୯୫ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ବୀରଗତିରେ ସଲ୍‌ମାନ ଖାନ୍‌ଙ୍କ ସହିତ ଅଭିନୟ କରିଥିଲେ ପୂଜା। କେବଳ ସଲମାନ ନୁହଁନ୍ତି ଭୋଜପୁରୀ ଷ୍ଟାର୍ ରବି କିଶନ୍‌ଙ୍କ ସହିତ ବି ସେ ଅଭିନୟ କରିଛନ୍ତି। କେବଳ ଫିଲ୍ମ ନୁହେଁ, ସିରିଏଲ୍‌ରେ ମଧ୍ୟ ସେ ଅଭିନୟ କରିଛନ୍ତି। କିନ୍ତୁ ଆଜି ତାଙ୍କ ଭାଗ୍ୟ ତାଙ୍କୁ ଏମିତି ଜାଗାରେ ଆଣି ଛିଡ଼ା କରିଛି ଯେ ତାଙ୍କୁ ସାହାରା ଦେବାକୁ କେହି ନାହାଁନ୍ତି। ନା ବଲିଉଡ୍‌ ନା ତାଙ୍କ ପରିବାର।

କିଛିଦିନ ତଳେ ପୂଜା ଡଡ୍‌ୱାଲ୍‌ଙ୍କ ଅସୁସ୍ଥ ହେବାର ଖବର ଶୁଣିବାକୁ ମିଳିଥିଲା। ତାଙ୍କ ଅସୁସ୍ଥ ହେବାର ଫଟୋ ଓ ଭିଡିଓ ମଧ୍ୟ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। ତାଙ୍କୁ ଟିବି ହୋଇଯିବା କାରଣରୁ ସେ ମୁମ୍ବାଇର ସେୱିରି ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପୂଜାଙ୍କ ଏଭଳି ଦୁସ୍ଥିତିରେ ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କୁ ଏକା ଛାଡ଼ି ପଳାଇଯାଇଥିଲା। ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କାଟିଏ ବି ନଥିବାରୁ ସେ ସଲ୍‌ମାନ ଖାନଙ୍କ ସାହାଯ୍ୟ ଲୋଡ଼ିଥିଲେ। ଏହି ଖବର ସଲ୍‌ମାନଙ୍କ ପାଖରେ ପହଞ୍ଚିବା ପରେ ସେ ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ। ଫଳରେ ପୂଜାଙ୍କ ଚିକିତ୍ସା ଭଲଭାବରେ  ହୋଇପାରିଲା ଓ ସେ ସୁସ୍ଥ ହୋଇ ଫେରିଥିଲେ। ଭାଇଜାନ୍‌ଙ୍କ ପାଇଁ ପୂଜା ପୁଣିଥରେ ନୂଆ  ଜୀବନ ପାଇଥିବାରୁ ସେ ସଲ୍‌ମାନଙ୍କୁ ତାଙ୍କ ଭଗବାନ ବୋଲି ମାନନ୍ତି।

ତେବେ ଏତିକିରେ ବି ଏହି ହିରୋଇନ୍‌ଙ୍କ ବିପଦ ସରିନାହିଁ। ପୂଜା ଟିବି ଭଳି ରୋଗ ସହିତ ଲଢ଼ି ସିନା ବଞ୍ଚିଗଲେ, ହେଲେ ଏବେ ପେଟ ପୋଷିବା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ପର ଘରେ ବାସନ ମାଜିବା ସହିତ ତାଙ୍କର ସବୁ କାମ କରୁଛନ୍ତି। ଆଉ ନିଜ କ୍ୟାରିୟର୍‌ ପୁଣିଥରେ ଆରମ୍ଭ କରିବା ପାଇଁ କେଉଁ ନିର୍ଦ୍ଦେଶକ କିମ୍ବା ପ୍ରଯୋଜକଙ୍କ ଫୋନ୍‌ ଅପେକ୍ଷାରେ ଅଛନ୍ତି ସେ।

ବଲିଉଡ୍‌ ହିରୋଇନ୍‌ କେଇ ମୁଠାଏ ଦାନା ପାଇଁ ପରଘରେ ବାସନ ମାଜିବା କଥାକୁ ବେଳେ ବେଳେ ଭାବିଲେ ବହୁତ୍‌ ଡିପ୍ରେସନ୍‌କୁ ଚାଲିଯାଆନ୍ତି ପୂଜା। ବେଳେ ବେଳେ ଆତ୍ମହତ୍ୟା କରିଦେବାକୁ ଇଚ୍ଚା ହୁଏ ବୋଲି ପୂଜା କହନ୍ତି। କିନ୍ତୁ ପୁଣି ନିଜକୁ ବୁଝାଇ ଦିଅନ୍ତି। ସେ ଜୀବନଠୁ ଏତେ ଶୀଘ୍ର ହାରିବାକୁ ଚାହାଁନ୍ତି ନାହିଁ। ତେଣୁ ସେ ସଂଘର୍ଷ ଜାରି ରଖିଛନ୍ତି।

 

ଆହୁରି ପଢ଼ନ୍ତୁ

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ସୁଶାନ୍ତଙ୍କ ସହ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍ କଲେ ରିୟା

‘ଦ୍ୱିତୀୟ ବିବାହ କରିବାରୁ ବାପାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଖରାପ ହୋଇଥିଲା’

ED ଜେରା ବେଳେ ଆଉ ଏକ ନମ୍ବର ଲୁଚାଇଥିଲେ ରିୟା

ଭଉଣୀଙ୍କ ନାଁରେ ସୁଶାନ୍ତ ଜମା କରିଥିବା ଫିକ୍ସଡ୍‌ ଡିପୋଜିଟ୍‌ରୁ କୋଟି କୋଟି ଟଙ୍କା ଗାଏବ !

ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଲା ମୁମ୍ବାଇ ପୁଲିସ

କରୋନାରୁ ସୁସ୍ଥ ହେଲେ ଅଭିଷେକ ବଚ୍ଚନ

You might also like