ଦମଦାର ଆକ୍ସନ ନେଇ ‘ରାଧେ’ରେ ଆସିବେ ସଲମାନ

ମୁମ୍ବାଇ:  ସିଲଭର ସ୍କ୍ରିନ୍‌ରେ ପୁଣିଥରେ ଦେଖିବାକୁ ମିଳିବ ସଲମାନଙ୍କ ଦମଦାର ଆକ୍ସନ । ରିଲିଜ୍ ହୋଇଛି ସଲମାନ ଖାନ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ’ର ଟ୍ରେଲର୍। ଫିଲ୍ମରେ ଜଣେ ଅଣ୍ଡର କପ୍ ଭୂମିକାରେ ନଜର ଆସିବେ ସଲମାନ। ଦମଦାର ଆକ୍ସନ ସହ ରୋମାନ୍ସରେ ଭରପୁର ରହିଛି ଏହି ଫିଲ୍ମ। ଇଦ୍ ଅବସରରେ ଅର୍ଥାତ୍‌ ମେ’ ୧୩ରେ ରିଲିଜ୍ ହେବ ଫିଲ୍ମ ‘ରାଧେ’।

ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ Radhe: Your Most Wanted Bhaiରେ ସଲମାନଙ୍କ ଅପୋଜିଟ୍‌ରେ ନଜର ଆସିବେ ଅଭିନେତ୍ରୀ ଦିଶା ପଟନି । ନେଗେଟିଭ୍ ରୋଲରେ ଅଭିନେତା ରଣଦୀପ ହୁଦାଙ୍କ ଅଭିନୟ ପରଖିବେ ଦର୍ଶକ । ଭେଟେରାନ ଆକ୍ଟର ଜାକି ଶ୍ରଫଙ୍କୁ ଜଣେ ପୋଲିସ ଅଫିସର ଭୂମିକାରେ ଦେଖିବାକୁ ମିଳିବ । ପିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁ ଦେବା।  ଫିଲ୍ମରେ ସଂଗୀତ ଦେଇଛନ୍ତି ସାଜିଦ ଓ୍ୱାଜିଦ୍ ।

୨୦୧୭ରେ ନିର୍ମିତ କୋରିଆନ୍ ଫିଲ୍ମ ଦ ଆଉଟଲଜ୍‌ର ରିମେକ୍ ହେଉଛି ଫିଲ୍ମ ରାଧେ-ୟୋର ମୋଷ୍ଟ ଓ୍ୱାଣ୍ଟେଡ୍ ଭାଇ।  ମୁମ୍ବାଇରେ ଡ୍ରଗ୍ସ କାରବାରର ମୂଳପୋଛ କରିବାକୁ ହୋଇଥିବା ଅପରେସନକୁ ନେଇ ପୁରା ଫିଲ୍ମର କାହାଣୀ ଆଧାରିତ । ୨୦୦୯ରେ ସଲମାନଙ୍କ ରିଲିଜ୍ ହୋଇଥିବା ଫିଲ୍ମ ୱାଣ୍ଟେଡ୍‌ର କିଛି ଜଣାଶୁଣା ଚେହେରା ବି ଏଥିରେ ନଜର ଆସିବେ।

ସିଲଭର ସ୍କ୍ରିନ ସହ ମଲଟି ପ୍ଲାଟଫର୍ମରେ ରିଲିଜ୍ ହେବ ଫିଲ୍ମ ରାଧେ।  ଓଟିଟି ପ୍ଲାଟଫର୍ମ ସହ ଡିଟିଏଚ୍‌ରେ ମଧ୍ୟ ଏହି ଫିଲ୍ମ ରିଲିଜ୍ ହେବ । ନିଜର ଇଚ୍ଛା ମୁତାବକ ପ୍ଲାଟଫର୍ମରେ ଫିଲ୍ମର ମଜା ନେଇ ପାରିବେ ଦର୍ଶକ । ୨୦୨୦ ଇଦ୍ ଅବସରରେ ଏହି ଫିଲ୍ମକୁ ରିଲିଜ୍ କରିବାକୁ ଯୋଜନା ଥିଲା । ତେବେ କରୋନା ମହାମାରୀ ସ୍ଥିତିକୁ ଦେଖି ଫିଲ୍ମର ରିଲିଜ୍ ତାରିଖକୁ ସ୍ଥଗିତ ରଖିଥିଲେ ନିର୍ମାତା। ସୁଟିଂ ଅନୁମତି ଲାଗି କଟକଣା ଉଠିବା ପରେ ୨୦୨୦ରେ ଫିଲ୍ମର ସୁଟିଂ ଶେଷ ହୋଇଥିଲା । ଇଦ୍ ଅବସରରେ ଆସନ୍ତା ମେ ୧୩ରେ ଫିଲ୍ମ ରାଧେ ମୁକ୍ତିଲାଭ କରିବ ।

 

You might also like