ବର୍ଷାକୁ ବେଖାତିର ! ସାଇକେଲ ଚଲେଇ ଶୁଟିଂ ସେଟ୍‌ରେ ପହଞ୍ଚିଲେ ସଲମାନ୍

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଏବେ ନିଜ ଅପକମିଂ ଫିଲ୍ମ ‘ଦବଙ୍ଗ-୩’ର ଶୁଟିଂକୁ ନେଇ ବ୍ୟସ୍ତ। ନିକଟରେ ସଲମାନ ଜୟପୁରରୁ ଶୁଟିଂ ସାରି ଫେରିଛନ୍ତି। ଏବେ ଏହାର ଶୁଟିଂ ମୁମ୍ବାଇରେ ହେଉଛି। ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ପୂରା ମୁମ୍ବାଇ ବେହାଲ ହୋଇପଡ଼ିଛି ଓ ଚାରିଆଡ଼େ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଛି। ହେଲେ ସଲମାନଙ୍କ ଶୁଟିଂ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ସଲମାନ ବର୍ଷାରେ ଫିଲ୍ମ ସେଟ୍‌କୁ ଯିବା ପାଇଁ ଏକ ସହଜ ଉପାୟ ବାହାର କରିଛନ୍ତି।

ବର୍ଷାରେ ଶୁଟିଂ ପାଇଁ  ସଲମାନ ନିଜ ସାଇକେଲ୍‌ରେ ‘ଦବଙ୍ଗ-୩’ର ସେଟ୍‌ ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ଏ ନେଇ ସେ ନିଜ ଟ୍ୱିଟର୍ ଆକାଉଣ୍ଟରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସଲମାନ କଳା ରଙ୍ଗର ଜ୍ୟାକେଟ, ସର୍ଟ୍ସ ଓ ସ୍ପୋର୍ଟ୍ସ ସୁଜ୍‌ ପିନ୍ଧି, ବର୍ଷାରେ ଭିଜି ଭିଜି ସାଇକେଲ ଚଲାଉଥିବା ଦେଖାଯାଉଛି। ଆଉ ରାସ୍ତାରେ ଚାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଦେଖି ବେଶ୍‌ ଖୁସି ହୋଇ ତାଙ୍କ ସହ ସେଲଫି ମଧ୍ୟ ନେଉଛନ୍ତି। ଏହା ପୂର୍ବରୁ ସେ ଜୟପୁରରେ ମଧ୍ୟ ଲଗାଣ ବର୍ଷାରେ ସୁଟିଂ ଜାରି ରଖିଥିଲେ। ସଲମାନ୍ ଜଣେ ଭଲ ଅଭିନେତା ହେବା ସହ ଜଣେ ଖୋଲାମନର ବ୍ୟକ୍ତି। ପୂର୍ବରୁ ତାଙ୍କୁ ଅନେକଥର ମୁମ୍ବାଇର ରାସ୍ତାରେ ସାଇକେଲ ଚଲାଇବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଫିଲ୍ମ ‘ଦବଙ୍ଗ-୩’  ଦବଙ୍ଗ ସିରିଜ୍‌ର ତୃତୀୟ ସଂସ୍କରଣ। ଏଥିରେ ସଲମାନଙ୍କୁ ନିଜ ଭୂମିକା ଚୁଲ୍‌ବୁଲ୍‌ ପାଣ୍ଡେର ଉଭୟ ଯୌବନ ଓ ବୃଦ୍ଧାବସ୍ଥାରେ ଦେଖିବାକୁ ମିଳିବ।

ଆହୁରି ପଢ଼ନ୍ତୁ

ଟେଲି ଅଭିନେତ୍ରୀଙ୍କ ଭାଇ ଏବେ କରୋନା ପଜିଟିଭ

ଅଙ୍ଗଦାନ କରିବେ ଏଇ ଦୁଇ କଳାକାର

ସୁଶାନ୍ତଙ୍କ ଭିଣୋଇ ଲଞ୍ଚ କଲେ ‘ନେପୋମିଟର୍’, ଜାଣନ୍ତୁ ଏହାଦ୍ୱାରା କ’ଣ ହେବ

ଏଇ ଟେଲି ଅଭିନେତ୍ରୀଙ୍କୁ କରୋନା

ଭାଇକୁ ଅନ୍ତିମ ବିଦାୟ ଦେଇ ଅଶ୍ରୁଳ ବାର୍ତ୍ତା ଦେଲେ ସୁଶାନ୍ତଙ୍କ ଭଉଣୀ

ଅଭିନେତା ଅମିର ଖାନ୍‌ଙ୍କ କାର୍ଯ୍ୟାଳୟରେ ପଶିଲା କରୋନା

ଅକ୍ଷୟ କୁମାର ଓ ସୋନୁ ସୁଦଙ୍କୁ ‘ଭାରତ ରତ୍ନ’ ପାଇଁ ଦାବି

ରାସ୍ତା କଡ଼ରେ ପରିବା ବିକ୍ରି କରୁଛନ୍ତି ଅଭିନେତା ଜାଭେଦ୍, ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌

ସୁଶାନ୍ତ ରାଜପୁତଙ୍କ ପିତାଙ୍କୁ ସାକ୍ଷାତ କରି ଭାବବିହ୍ୱଳ ହେଲେ ନାନା ପାଟେକର

ସବୁ ଦିନ ପାଇଁ ବନ୍ଦ ହେଲା କଟକର ଏହି ସିନେମା ହଲ୍

ସୁଶାନ୍ତଙ୍କ ଆତ୍ମହତ୍ୟାର ୧୪ ଦିନ ପରେ ଗର୍ଲଫ୍ରେଣ୍ଡ୍‌ ରିୟା ନେଲେ ଏମିତି ପଦକ୍ଷେପ

ସୁଶାନ୍ତଙ୍କ ମୃତ୍ୟୁର ୧୩ ଦିନ ପରେ ପରିବାର ସଦସ୍ୟ ଦେଲେ ଲୁହ ଭିଜା ବୟାନ..କରିଲେ ବଡ଼ ଘୋଷଣା

You might also like