ଉଧାର ଟଙ୍କା ଫେରାଇବାକୁ ଭୁଲି ଯାଇଛନ୍ତି ସଲମାନ୍‌ !

ମୁମ୍ବାଇ: ସମସ୍ତ ଜାଣନ୍ତି ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ଅଧିକ ଟଙ୍କା ଇନ୍‌କମ୍‌ କରୁଥିବା ସେଲେବ୍ରେଟି ମାନଙ୍କ ମଧ୍ୟରୁ ଅନ୍ୟତମ। ହେଲେ ଆପଣ ଜାଣନ୍ତି ବଲିଉଡ୍‌ ଭାଇଜାନ୍‌ ବି ଟଙ୍କା ଉଧାରରେ ଆଣିଛନ୍ତି। ସବୁଠାରୁ ବଡ଼ କଥା ଉଧାରରେ ଆଣିଥିବା ଏହି ଟଙ୍କାକୁ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏପର୍ଯ୍ୟନ୍ତ ଫେରାଇ ନାହାନ୍ତି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ।

ଏକ ଇଭେଣ୍ଟ୍‌ରେ ସଲମାନ୍‌ ନିଜେ ଏହି ଘଟଣାର ଖୁଲାସା କରିଛନ୍ତି। ଜଣେ ସାଇକେଲ୍‌ ମେକାନିକ୍‌ଙ୍କ ନିକଟରୁ ସେ ୧ ଟଙ୍କା ୨୫ ପଇସା ଉଧାର ଆଣିଥିବା କଥା ସଲମାନ୍‌ କହିଛନ୍ତି।

ସେ କହିଛନ୍ତି, “ଦିନେ ମୁଁ ଘରୁ ବାହାରି ଆସିଥିଲି। ହେଲେ ସେତେବେଳେ ମୋ ପାଖରେ ଟଙ୍କା ନଥିଲା। ତା’ପରେ ମୁଁ କାକା(ସାଇକେଲ୍‌ ମେକାନିକ୍‌)ଙ୍କୁ କହିଥିଲି, କାକା ମୋର ସାଇକେଲ୍‌ ଠିକ୍‌ କରି ଦିଅନ୍ତୁ ଓ ପରେ ମୁଁ ଟଙ୍କା ଦେଇ ଦେବି। ଏହାଶୁଣି ସେ ମୋତେ କହିଥିଲେ, ‘ତୁ ଛୋଟ ବେଳେ ବି ଏମିତି କଥା କହୁଥିଲୁ। ସେତେବେଳେ ବି ତୁ ସାଇକେଲ୍‌ ଠିକ୍‌ କରିଥିଲୁ। ହେଲେ ଆଜି ପର୍ଯ୍ୟନ୍ତ ତା’ର ଟଙ୍କା ଦେଇନୁ। ତୋର ଆଜିବି ୧ ଟଙ୍କା ୨୫ ପଇସା ଉଧାର ଅଛି।’ ତାଙ୍କର ଏହି କଥା ଶୁଣି ମୋତେ ବହୁତ ହସ ଲାଗିଥିଲା।”

ସଲମାନ୍‌ ଆହୁରି ମଧ୍ୟ କହିଛନ୍ତି, ମୁଁ ଯେତେବେଳେ ସାଇକେଲ୍‌ ମେକାନିକ୍‌ଙ୍କ ଏହି ଉଧାର ଟଙ୍କା ଦେବାକୁ ଚେଷ୍ଟା କରିଥିଲେ।  ସେ(ସାଇକେଲ୍‌ ମେକାନିକ୍‌) ଏହି ଟଙ୍କା ନେବାକୁ ମନା କରି ଦେଇଥିଲେ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ସଲମାନ୍‌ ଏବେ ଫିଲ୍ମ ‘ରାଧେ: ଦ ମୋଷ୍ଟ୍‌ ୱାଣ୍ଟେଡ୍‌ ଭାଇର’ ଶୁଟିଂ କରୁଛନ୍ତି। ଫିଲ୍ମଟି ଚଳିତବର୍ଷ ଇଦ୍‌ରେ ରିଲିଜ ହେବ ବୋଲି ଜଣାପଡ଼ିଛି। ଫିଲ୍ମରେ ଦିଶା ପାଟ୍‌ନୀ, ଜ୍ୟାକି ଶ୍ରଫ୍‌ ଓ ରଣଦୀପ ହୁଡା ପ୍ରମୁଖ ଅଭିନୟ କରିଛନ୍ତି। ପ୍ରଭୁ ଦେବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

You might also like