ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଏକ୍ସ-ମ୍ୟାନେଜରଙ୍କ ପରେ ଏବେ ପଡ଼ିପାରେ ସଲମାନ୍‌ଙ୍କ ପାଳି

ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ମୁମ୍ବାଇ ପୋଲିସ୍‌ ଏବେ ଅଭିନେତା ସଲମାନ୍‌ ଖାନ୍‌ଙ୍କୁ ପଚରାଉଚରା କରିପାରେ। ସଲମାନ୍‌ଙ୍କୁ ପଚରାଉଚରା କରିବା ପାଇଁ ପୋଲିସ୍‌ ପ୍ରସ୍ତୁତ ଚଳାଇଥିବା ସୂଚନା ମିଳିଛି।

ଏହା ପୂର୍ବରୁ ପୋଲିସ୍‌ ସଲମାନ୍‌ଙ୍କ ଏକ୍ସ-ମ୍ୟାନେଜର୍‌ ରେଶ୍ମା ଶେଟ୍ଟୀଙ୍କୁ ପଚରାଉଚରା କରିବା ସହ ତାଙ୍କ ବୟାନ ରେକର୍ଡ କରିଥିଲେ।

କୁହାଯାଉଛି ଯେ, ସଲମାନ୍‌, ସୁଶାନ୍ତଙ୍କୁ ନେଇ ଏକ ଫିଲ୍ମ ପ୍ରସ୍ତୁତ କରିଥାନ୍ତେ। ହେଲେ ଏକ ବିବାଦ ପରେ ଫିଲ୍ମଟି ଅଚାନକ୍‌ ବନ୍ଦ ହୋଇଯାଇଥିଲା। ତେଣୁ ଏ ସମ୍ପର୍କରେ ପୋଲିସ୍‌ ସଲମାନ୍‌ଙ୍କୁ ପଚରାଉଚରା କରିପାରେ ବୋଲି ଜଣାପଡ଼ିଛି। ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣାରେ ଏଯାବତ୍‌ ପୋଲିସ୍ ସଲମାନ୍‌ଙ୍କ ଏକ୍ସ-ମ୍ୟାନେଜର ରେଶ୍ମା ଶେଟ୍ଟୀଙ୍କ ସେମତ‌ ୩୫ଜଣଙ୍କ ବୟାନ ରେକର୍ଡ କରିସାରିଲାଣି।ସେମାନଙ୍କୁ କ’ଣ କ’ଣ ସବୁ ପ୍ରଶ୍ନ କରାଯାଇଛି, ସେସମ୍ପର୍କରେ ପୋଲିସ୍‌ ସୂଚନା ପ୍ରଦାନ କରିଛି। ହେଲେ ରେଶ୍ମା ତାଙ୍କ ବୟାନରେ କ’ଣ ସବୁ କହିଛନ୍ତି ପୋଲିସ୍‌ ସେସମ୍ପର୍କରେ ଏ ପର୍ଯ୍ୟନ୍ତ କିଛି ବି ସୂଚନା ପ୍ରଦାନ କରି ନାହିଁ। ଏହାକୁ ଗୁପ୍ତ ରଖାଯାଇଛି। ଯାହାକୁ ନେଇ ସୁଶାନ୍ତଙ୍କ ଫ୍ୟାନ୍ସମାନେ ଏବେ ପ୍ରଶ୍ନ ଉଠାଇବା ସହ ପୋଲିସ୍‌ ଉପରେ ସନ୍ଦେହ କରିଛନ୍ତି।

ରେଶ୍ମାଙ୍କ ଭଳି ସଲମାନ୍‌ଙ୍କ ବୟାନକୁ ଗୁପ୍ତ ରଖାଯିବ ନା ପୋଲିସ୍ ସେସମ୍ପର୍କରେ ସୂଚନା ପ୍ରଦାନ କରିବ ସେନେଇ ଆଶା ଆଶଙ୍କାରେ ସୁଶାନ୍ତଙ୍କ ଫ୍ୟାନ୍ସମାନେ। କାହିଁକି ନା ସଲମାନ୍‌ଙ୍କୁ ପୋଲିସ୍‌ର ପଚରାଉଚରା ପରେ କିଛି ତଥ୍ୟ ମିଳିପାରେ ଆଶଙ୍କା ରହିଛି।

ପଢ଼ନ୍ତୁ: ସୁଶାନ୍ତ ସିଂଙ୍କ ପରେ ଅଳ୍ପ ବୟସରେ ଦୁନିଆକୁ ଅଲ୍‌ବିଦା କହିଲେ ଅଭିନେତ୍ରୀ ଦିବ୍ୟା ଚୌକ୍‌ସେ

ଜୁନ୍‌ ୧୪ରେ ସୁଶାନ୍ତ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରେ ଆତ୍ମହତ୍ୟା କରିଥିଲେ। ଗତକାଲି ତାଙ୍କ ଆତ୍ମହତ୍ୟା ଘଟଣାକୁ ମାସେ ପୂରିଥିଲା। ମାସେ ପରେ ମଧ୍ୟ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ରହସ୍ୟ ଉପରୁ ପର୍ଦ୍ଦା ଉଠିପାରି ନାହିଁ।

ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତଙ୍କ ମୃତ୍ୟୁକୁ ପୂରିଲା ମାସେ, ସୋସିଆଲ ମିଡିଆରେ ଏମିତି ଫଟୋ ପୋଷ୍ଟ କଲେ ଅଙ୍କିତା

You might also like