ବଲିଉଡ୍‌ର ଏହି ଅଭିନେତା ଏବେ ଭେଣ୍ଟିଲେଟର୍‌ରେ ଜୀବନ ଯୁଦ୍ଧ ଲଢୁଛନ୍ତି: ସହଯୋଗର ହାତ ବଢ଼ାଇଲେ ସଲମାନ

ନୂଆଦିଲ୍ଲୀ: ବଲିଉଡ୍‌ର ଆଉ ଜଣେ ଅଭିନେତା ଏବେ ଭେଣ୍ଟିଲେଟରେ ଜୀବନ ମରଣର ଯୁଦ୍ଧ ଲଢ଼ୁଛି। ସେ ହେଲେ ମେହେନ୍ଦୀ ଫିଲ୍ମରେ ରାଣୀ ମୁଖାର୍ଜୀଙ୍କ ଅପୋଜିଟ୍‌ରେ ଅଭିନୟ କରିଥିବା ଫରାଜ ଖାନ। ନିଜ ଚିକିତ୍ସା ପାଇଁ ବି ଏହି ଅଭିନେତାଙ୍କ ପାଖରେ ପଇସା ନାହିଁ। ଆଉ ଏହି ସମୟରେ ସହଯୋଗରେ ହାତ ବଢ଼ାଇଛନ୍ତି ଦବଙ୍ଗ ଷ୍ଟାର୍ ସଲମାନ ଖାନ। ଫରାଜଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ ସଲମାନ ବହନ କରିଛନ୍ତି।

ଏସମ୍ପର୍କରେ ସୂଚନା ଦେଇଛନ୍ତି ଅଭିନେତ୍ରୀ କଶ୍ମୀରା ଶାହ। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସଲମାନଙ୍କ ଏକ ଫଟୋ ପୋଷ୍ଟ କରିବା ସହିତ ଲେଖିଛନ୍ତି “ ଆପଣ ସତରେ ଜଣେ ଭଲ ମଣିଷ ଫରାଜ ଖାନଙ୍କର ମେଡିକାଲ୍ ବିଲ୍‌ ଭରିଥିବାରୁ ଓ ତାଙ୍କ ପ୍ରତିଯତ୍ନଶୀଳ ହୋଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଫରେବ ଗେମ୍‌ର ଅଭିନେତା ଫରାଜ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଅଛି। ଅନ୍ୟଙ୍କୁ ସହଯୋଗ କଲା ପରି ସଲମାନ ଏହି ସମୟରେ ଫରାଜଙ୍କ ପାଖରେ ଛିଡ଼ା ହୋଇଛନ୍ତି। ମୁଁ ଆପଣଙ୍କର ଜଣେ ଭଲ ପ୍ରଶଂସକ ଥିଲି ଓ ଆଗକୁ ମଧ୍ୟ ରହିବି। ଯଦି ଲୋକମାନେ ମୋର ଏହି ପୋଷ୍ଟକୁ ପସନ୍ଦ କରିବେ ନାହିଁ। ତେବେ ଚିନ୍ତା ନାହିଁ। ସେମାନେ ଚାହିଁଲେ ମୋତେ ଅନ୍‌ଫଲୋ କରିପାରନ୍ତି। ଫିଲ୍ମ ଇଣ୍ଡିଷ୍ଟ୍ରୀରେ ଜେତେ ଲୋକଙ୍କୁ ଭେଟିଛି ସେମାନଙ୍କ ମଧ୍ୟରୁ ସଲମାନ ଖାନ ଜଣେ ଖୁବ୍‌ ସାଧାରଣ ମଣିଷ।”

ସୂଚନା ଥାଉକି, ଅକ୍ଟୋବର ୧୪ ତାରିଖରେ ଫରାଜ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ସଲମାନଙ୍କୁ ଟ୍ୱିଟ୍ କରି ଜଣାଇଥିଲେ ପୂଜା ଭଟ। ଏହାପରେ ସଲ୍‌ମାନ ତୁରନ୍ତ ଫରାଜଙ୍କୁ ସହଯୋଗ କରିବାକୁ ହାତ ବଢ଼ାଇଥିଲେ। ଫରାଜ ଗତ ୫ ଦିନ ହେଲାଣି ବେଙ୍ଗାଲୁରୁ ଏକ ହସ୍‌ପିଟାଲରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ନ୍ୟୁରୋଲୋଜିକାଲ ଡିସ୍‌ଅର୍ଡର୍‌(ସ୍ନାୟୁ ବିକାର) ସମସ୍ୟା ଥିବାରୁ ତାଙ୍କୁ ଭେଣ୍ଟିଲେଣ୍ଟରେ ରଖାଯାଇଛି। ଫରାଜ ଖାନଙ୍କ ଭାଇ ଫହମାନ ଖାନ ପ୍ରଥମେ ଏସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କ ଚିକିତ୍ସା ପାଇଁ ୨୫ ଲକ୍ଷ ଟଙ୍କା ଆବଶ୍ୟକ ଥିଲା ବୋଲି ଫହମାନ ସୂଚନା ଦେଇଥିଲେ।

 

 

ଆହୁରି ପଢ଼ନ୍ତୁ

ଡାକ୍ତରଖାନାରେ ଭର୍ତ୍ତି ହେଲେ ‘ଆଶିକୀ’ ହିରୋ ରାହୁଲ ରାୟ

ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

କଙ୍ଗନାଙ୍କ ମୁମ୍ବାଇ ଅଫିସ ଭଙ୍ଗାରୁଜା ଘଟଣା; ବିଏମ୍‌ସିକୁ ଭର୍ତ୍ସନା କଲେ ହାଇକୋର୍ଟ

ବିବାଦରେ ଫଶିଲେ ବିଗ୍‌ ବି

ପୁଅ ଜାନ୍‌ଙ୍କ ବୟାନକୁ ନେଇ ରାଗିଗଲେ କୁମାର ସାନୁ !

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

ପଡୋଶୀ ଫିଙ୍ଗି ଦେଇଥିବା ଖାଦ୍ୟ ଖାଇ ବଞ୍ଚିବାକୁ ପଡୁଥିଲା…ଏମିତି ଅଭାବରେ କଟିଥିଲା ରାକ୍ଷୀ ସାୱନ୍ତଙ୍କ ପିଲାଦିନ

ନାଲି ଲେହଙ୍ଗା ପିନ୍ଧି ରିସେପ୍‌ସନ ଫଟୋ ଶେୟାର କଲେ ସନା ଖାନ୍‌

କଙ୍ଗନାକୁ ଅନ୍ତରୀଣ ସୁରକ୍ଷା ଦେଲେ ବମ୍ବେ ହାଇକୋର୍ଟ

କାଳ ୨୦୨୦; ଆଉ ଜଣେ ଅଭିନେତାଙ୍କୁ ଛଡ଼ାଇ ନେଲା

ୱେବ୍‌ସିରିଜ୍‌ରେ ମନ୍ଦିର ମଧ୍ୟରେ ଚୁମ୍ବନ ଦୃଶ୍ୟ ଦେଖାଇ ଅଡୁଆରେ ନେଟ୍‌ଫ୍ଲିକ୍ସ

କେବିସିର ତୃତୀୟ କୋଟିପତି ହେଲେ ଅନୁପା ଦାସ

You might also like