ବଡିଗାର୍ଡଙ୍କ ଜନ୍ମଦିନ ପାଳିଲେ ସଲମାନ, ହେଲେ କେକ୍ ଖାଇବା ବେଳେ ଏମିତି କଲେ…
ମୁମ୍ବାଇ: ବଲିଉଡ ଆକ୍ଟର ସଲମାନ ଖାନ୍ କୌଣସି ନା କୌଣସି କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ନିଜ ଫିଲ୍ମକୁ ନେଇ ତ କେତେବେଳେ ନିଜର ଦରିଆଦିଲ୍ ପାଇଁ। ବଲିଉଡର ଏଇ ଭାଇଜାନ୍ ଏବେ ନିଜ ବଡିଗାର୍ଡଙ୍କ ବାର୍ଥ ଡେ ସେଲେବ୍ରେଶନ କରି ଚର୍ଚ୍ଚାକୁ ଆସିଛନ୍ତି।
ଗତ ଶନିବାର ଦିନ ସଲମାନଙ୍କ ବଡିଗାର୍ଡଙ୍କ ଜ଼ନ୍ମଦିନ ଥିଲା। ସଲମାନ ତାଙ୍କ ଜନ୍ମଦିନକୁ ପାଳନ କରିଥିଲେ ଏବଂ ଏହାର ଭିଡିଓ ସେୟାର କରିଥିଲେ। ଏହି ଭିଡିଓ ସୋଶାଲ ମିଡିଆରେ ବେଶ ଭାଇରାଲ ହୋଇଛ। ଭିଡିଓରେ ସଲମାନ ଏମିତି କିଛି କରୁଛନ୍ତି ଯାହାକୁ ଦେଖିଲେ ଆପଣ ବି ନିଜ ହସ ରୋକି ପାରିବେ ନାହିଁ।
ଭିଡିଓରେ ଦେଖିବାକୁ ମିଳୁଛି, ସଲମାନଙ୍କ ବଡିଗାର୍ଡ କେକ୍ କାଟି ସଲମାନଙ୍କୁ ପ୍ରଥମେ ବଢାଉଛନ୍ତି। ସଲମାନ କେକ ଖାଇବା ପାଇଁ ତଳକୁ ତ ମୁହଁ ଝୁଙ୍କାଇଛନ୍ତି। କିନ୍ତୁ କେକ୍ ନ ଖାଇ ପଛକୁ ହଟି ଯାଉଛନ୍ତି। ଏହାପରେ ସଲମାନ କହୁଛନ୍ତି, କେକ୍ ବହୁତ ଭଲ ଲାଗିଲା।ସଲମାନଙ୍କ କଥା ଶୁଣିବା ପରେ ହସିବା ଶବ୍ଦ ଶୁଣିବାକୁ ମଳୁଛି। ଏପରିକି ତାଙ୍କ ବଡିଗାର୍ଡ ମଧ୍ୟ ନିଜ ହସକୁ ରୋକି ପାରୁନାହାନ୍ତି। ସଲମାନଙ୍କ ଏହି ଭିଡିଓ ଖୁବ ଭାଇରାଲ ହୋଇଛି।
ଏଠି କହିରଖିବୁ ସଲମାନ ଖାନ୍ଙ୍କ ଏହି ଭିଡିଓ ଫିଲ୍ମ ‘ଅନ୍ତିମ’ ସେଟ୍ର ଅଟେ। ସଲମାନ ଆଜିକାଲି ଏହି ଫିଲ୍ମ ସୁଟିଂରେ ବ୍ୟସ୍ତ ରହୁଛନ୍ତି। ଏହି ଫିଲ୍ମରେ ତାଙ୍କର ଭିଣୋଇ ଆୟୁଷ ଶର୍ମା ଲିଡ୍ ରୋଲ ନେଉଛନ୍ତି।
View this post on Instagram