ଦୀର୍ଘ ଦିନ ପରେ ଫେରିଲେ ସଲମାନ୍

ମୁମ୍ବାଇ: ଦୀର୍ଘ ଦିନର ବିରତି ପରେ ଫେରିଛନ୍ତି ଦବଙ୍ଗ ବୟ ସଲମାନ୍‌ ଖାନ୍‌। ପ୍ରାୟ ୬ମାସ ପରେ ସେ ପୁଣି ଥରେ ଫିଲ୍ମ ଶୁଟିଂରେ ବାହାରିଛନ୍ତି। ନିକଟରେ ସେ ‘ରୋଧେ- ଇୟୋର ମୋଷ୍ଟ୍‌ ୱାଣ୍ଟେଡ୍‌ ଭାଇ’ ଚଳଚ୍ଚିତ୍ରର ଶୁଟିଂରେ ଯୋଗ ଦେଇଛନ୍ତି।

ଯାହାର ଏକ ଫଟୋ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଶେଆର କରିଛନ୍ତି। ଫଟୋ ଶେଆର କରି ସଲମାନ୍‌ ଲେଖିଛନ୍ତି, ପ୍ରାୟ ସାଢ଼େ ୬ ମାସ ପରେ ଶୁଟିଂକୁ ଫେରିଲି। ବହୁତ ଭଲ ଅନୁଭବ କରୁଛି। ଏହା ପୂର୍ବରୁ ଦିଶା ପଟାନି ଏହି ଚଳଚ୍ଚିତ୍ରର ଶୁଟିଂରେ ପହଞ୍ଚିଥିଲେ।

ପୂର୍ବରୁ ସରକାର କମ୍‌ ଲୋକରେ ଶୁଟିଂ କରିବାର ନିର୍ଦ୍ଦେଶ ଦେଇଥିଲେ, ଯାହାକୁ ଆଧାର କରି ବଲିଉଡ୍‌ର ଅନ୍ୟ ଫିଲ୍ମର ଶୁଟିଂ ଚାଲୁଥିବା ବେଳେ। ଏବେ ସଲମାନ୍‌ଙ୍କ ଫିଲ୍ମ ରାଧେର ମଧ୍ୟ ଶୁଟିଂ ଆରମ୍ଭ ହୋଇଯାଇଛି।

View this post on Instagram

Back to shoot after 6 1/2 months … feels good #Radhe

A post shared by Salman Khan (@beingsalmankhan) on

‘ରୋଧେ- ଇୟୋର ମୋଷ୍ଟ୍‌ ୱାଣ୍ଟେଡ୍‌ ଭାଇ’ ଫିଲ୍ମର ପ୍ରଭୁ ଦେବା ନିର୍ଦ୍ଦେଶନା ଦେଉଥିବା ବେଳେ ଏଥିରେ ବରିଷ୍ଠ ଅଭିନେତା ଜ୍ୟାକି ସ୍ରଫ୍‌ ଓ ରଣଦୀପ ହୁଦାଙ୍କୁ ବି ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

You might also like