ଜ୍ୟୋତିଷଙ୍କୁ ସଲ୍‌ମାନ୍‌ ପଚାରିଲେ କେବେ ହେବ ମୋର ମ୍ୟାରେଜ୍‌ ? ମିଳିଲା ଏମିତି ଉତ୍ତର…

ମୁମ୍ବାଇ: ଆରମ୍ଭ ହୋଇଯାଇଛି ବିଗ୍‌ ବସ୍‌ ୧୪। ସବୁଥର ଭଳି ଏଥର ମଧ୍ୟ ଏହି ଶୋ’କୁ ବଲିଉଡ୍‌ ସୁପରଷ୍ଟାର ସଲ୍‌ମାନ୍‌ ଖାନ୍‌ ହୋଷ୍ଟ୍‌ କରିଛନ୍ତି। ଶୋ’ର ପ୍ରଥମ ଏପିସୋଡ୍‌ରେ ଖୁବ୍‌ ମସ୍ତି ଦେଖିବାକୁ ମିଳିଥିଲା। ପ୍ରଥମ ଏପିସୋଡ୍‌ରେ ନୂଆ ପ୍ରତିଯୋଗୀଙ୍କୁ ନେଇ ଯେତିକି ଚର୍ଚ୍ଚା, ଏହାସହ ସଲ୍‌ମାନ୍‌ଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 

କେବେ ହେବ ସଲ୍‌ମାନ୍‌ଙ୍କ ବିବାହ ? 

ବିଗ୍‌ ବସ୍‌ ୧୪ ସିଜନ୍‌ର ପ୍ରଥମ ଏପିସୋଡ୍‌ରେ ପଣ୍ଡିତ ଜନାର୍ଦନ ନାମକ ଜଣେ ଜ୍ୟୋତିଷଙ୍କୁ ଦେଖିବାକୁ ମିଳିଥିଲା। ସେ ପ୍ରତିଯୋଗୀମାନଙ୍କ ଭବିଷ୍ୟବାଣୀ ବିଷୟରେ କହିବା ସହ ସଲ୍‌ମାନ୍‌ଙ୍କ ବିବାହକୁ ନେଇ ମଧ୍ୟ ଏକ ବଡ଼ ବୟାନ ଦେଇଥିଲେ।

ଜନାର୍ଦନ ବାବାଙ୍କୁ ସଲ୍‌ମାନ୍ କହିଥିଲେ, ‘୬ ବର୍ଷ ତଳେ ଆପଣ କହିଥିଲେ ଯେ,ମୋର ବିବାହ ଆସନ୍ତା ବର୍ଷ ହୋଇଯିବ ବୋଲି। ହେଲେ ଏପର୍ଯ୍ୟନ୍ତ ସୁଦ୍ଧା ମୋର ବିବାହ ହେଲାନାହିଁ। ସଲ୍‌ମାନ୍‌ଙ୍କ ଏହି ପ୍ରଶ୍ନରେ ପଣ୍ଡିତ ଜନାର୍ଦନ କହିଥିଲେ, ‘ବିବାହ ଯୋଗ ହେବାକୁ ଯାଉଥିଲା, ହେଲେ ତାହା ଭାଙ୍ଗି ଗଲା।

ସଲ୍‌ମାନ୍‌ ଯେତେବେଳେ ଜ୍ୟୋତିଷଙ୍କୁ ପଚାରିଥିଲେ, ‘ଏହି ଯୋଗ(ବିବାହ) ପୁଣି କେବେ ହେବ ? ଏହାର ଉତ୍ତରରେ ଜ୍ୟୋତିଷ କହିଥିଲେ ‘ନିକଟ ଭବିଷ୍ୟତରେ ଏଭଳି କିଛି ହେବାର ସମ୍ଭାବନା ନାହିଁ। ଜ୍ୟୋତିଷଙ୍କ ମୁହଁରୁ ଏହାଶୁଣି ଖୁସିରେ ସଲ୍‌ମାନ୍‌ କହିଥିଲେ, ‘Arre waah, shaadi ke chance khatam’।

ପ୍ରତ୍ୟେକ ଥର ପରି ଏଥର ମଧ୍ୟ ବିଗ୍ ବସ୍ ହାଉସ୍‌କୁ ବେଶ୍‌ ସୁନ୍ଦର ଭାବେ ସଜ୍ଜା ଯାଇଛି। ଘରର ପ୍ରବେଶଠୁ ଆରମ୍ଭ କରି ବେଡ୍‌ ରୁମ୍‌, ରୋଷେଇ ଘର, ଜିମ୍‌, ସୁଇମିଂ ପୁଲ୍‌ ଆଦିକୁ ବେଶ୍‌ ସ୍ୱତନ୍ତ୍ର କରାଯାଇଛି। ଘରର ସମସ୍ତ ସ୍ଥାନ‌ ବେଶ୍‌ ଆକର୍ଷଣୀୟ ଲାଗୁଛି।

ଆହୁରି ପଢ଼ନ୍ତୁ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ଆର୍ୟ୍ୟନ-ନ୍ୟାସାଙ୍କୁ ନେଇ କାଜଲଙ୍କ ଭବିଷ୍ୟବାଣୀକୁ ନାପସନ୍ଦ କଲେ ଶାହରୁଖ !

ନେହାଙ୍କୁ ପରିବାର ସହ ଭେଟ କରାଇଲେ ରୋହନ୍‌, ଭିଡ଼ିଓ ଶେଆର କଲେ ନେହା

ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

୬ ବର୍ଷ ତଳେ ସଲ୍‌ମାନ୍‌ ପଚାରିଥିଲେ କ’ଣ ଜିଣ୍ଟାଙ୍କ ଟିମ୍‌ ଜିତିଲା ? ଏବେ ମିଳିଲା ଏମିତି ଉତ୍ତର

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ…

You might also like