ଛୁଟିରେ ସଲମାନଙ୍କ ମସ୍ତି; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: କରୋନା ଭାଇରସ ମଣିଷ ଆଖିରୁ ନିଦ ହଜାଇ ଦେଇଥିବାବେଳେ ଏହାର ମୁକାବିଲା ପାଇଁ ସରକାର କଠୋର ପଦକ୍ଷେପମାନ ନେଇଛନ୍ତି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜନତା କର୍ଫ୍ୟୁ ଡାକରା ଦେଇଛନ୍ତି। ସାରା ଦେଶ ଏହାକୁ ଗ୍ରହଣ କରିଛି। ରବିବାର ସମସ୍ତେ ଘରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ବଲିଉଡ କାଳାକାର ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। ବଲିଉଡ ଭାଇଜାନ ସଲମାନ ଖାନ୍‌ କିପରି ଛୁଟି କଟାଉଛନ୍ତି ଜାଣନ୍ତି ? ଏବେ ସଲମାନ ମଧ୍ୟ ତାଙ୍କ ପରିବାର ସହ ସମୟ କାଟୁଛନ୍ତି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

ଏହି ଭିଡିଓରେ ସଲମାନ ନିଜ ଭଣଜା ଆହିଲ ଶର୍ମାଙ୍କ ସହ ବେଶ୍‌ ମସ୍ତି କରୁଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି, ସଲମାନ ନିଜ ଫାର୍ମ ଗଛରୁ ଫଳ ଛିଣ୍ଡାଉଛନ୍ତି ଏବଂ ଅର୍ପିତା ଖାନ୍‌ ସିଂଙ୍କ ପୁଅ ଆହିଲ ଶର୍ମା ତାଙ୍କୁ ସହାୟତା କରୁଛନ୍ତି।

ଏହି ଭିଡିଓ ଦୁଇ ଦିନ ତଳେ ଶେୟାର କରିଛନ୍ତି ସଲମାନ୍‌। ସେ ଏଥିରେ ସ୍କେଚ୍ ତିଆରି କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦେଖି ସଲମାନଙ୍କ ଫ୍ୟାନମାନେ ତାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ୱାର୍କ ପ୍ରଣ୍ଟ କଥା କହିଲେ, ସଲମାନଙ୍କ ଅଆ କମିଙ୍ଗ ଫିଲ୍ମ ‘ରାଧେ; ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଶୁଟିଂକୁ ପୋଷ୍ଟପନ୍ କରି ଦିଆଯାଇଛି। ଏହା ବ୍ୟତୀତ ସଲମାନ୍‌ ନିଜେ ଫିଲ୍ମ ‘କଭି ଇଦ୍‌, କଭି ଦିବାଲିର ଘୋଷଣା କରାଯାଇଛି। ଏହି ଫିଲ୍ମରେ ସଲମାନଙ୍କ ସହ ପୂଜା ହେଗ୍‌ଡେଙ୍କୁ ଦେଖିବାକୁ ମିଳିବ।

You might also like