ପୁଣି ଚାଷ ଜମିରେ ସଲମାନ… ଭାଇରାଲ ହେଲା ଫଟୋ
ମୁମ୍ବାଇ:ବଲିଉଡ୍ ଆକ୍ଟର ସଲମାନ ଖାଁ ଟିଭି ରିୟଲିଟି ସୋ’ ବିଗ୍ ବସ୍ କରି ଆଜିକାଲି ଚର୍ଚ୍ଚାରେ। ସୋଶାଲ ମିଡିଆରେ ବି ସଲାମାନ୍ ବେଶ ଆକ୍ଟିଭ। ନିଜର ସ୍ୱତନ୍ତ୍ର ଶୈଳୀକୁ ଫ୍ୟାନ୍ସମାନେ ବହୁତ ପସନ୍ଦ କରନ୍ତି । ବଲିଉଡ୍ର ଭାଇଜାନ୍ ସଲମାନ୍ ସୋଶାଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଏକ ଜମିରେ ଚାଷ କରୁଥିବା ଦେଖିବାକୁ ମିଳିଛି।
ଫଟୋରେ ସେ ଫାଉଡା ଧରି କାମ କରୁଥିବା ଦେଖିବାକୁ ମିଳୁଛି। ସୋଶାଲ ମିଡିଆ ୟୁଜର୍ସ ଓ ସଲମାନଙ୍କ ଫ୍ୟାନ୍ସମାନେ ଏହି ଫଟୋକୁ ବହୁତ ପସନ୍ଦ କରିଛନ୍ତି। କରୋନା ସମୟରେ ଚାଷକାମ କରିବାର ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ତେଣୁ ସଲମାନ ମଧ୍ୟ ଏହି ଟ୍ରେଣ୍ଡରୁ ବାଦ୍ ପଡ଼ି ନାହାନ୍ତି।
ସେ ନିଜର ଫାର୍ମ ହାଉସ୍ରେ ଅଛନ୍ତି। ତେବେ ସମସ୍ତଙ୍କୁ ଚମକେଇ ଦେବାପରି ଏକ ଫଟୋ ଶେୟାର କରିଛନ୍ତି। ଲକ୍ ଡାଉନ ସମୟରେ ସେ ନିଜ ଫାର୍ମ ହାଉସ୍ରେ ଚାଷାକମ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଶେୟାର କରି ଏହାର କ୍ୟାପ୍ସନ ଦେଇ ଲେଖିଛନ୍ତି-‘ଧର୍ତି ମା’…। ଏହି ଫଟୋକୁ ସେ ଇନ୍ଷ୍ଟାରେ ଶେୟାର କରିଛନ୍ତି।
ତେବେ ଏଠି କହିରଖିବୁ, ଏହା ପୂର୍ବରୁ ମଧ୍ୟ ସଲମାନ ଚାଷ କାମ କରୁଥିବା ଫଟୋ ଶେୟାର କରିଥିଲେ। ଏଥରେ ଧାନ ବୁଣୁଥିଲେ ଏବଂ ଟ୍ରାକ୍ଟର ଚଲାଉଥିବା ଦେଖିବାକୁ ମିଳୁଥିଲା। ଲକ୍ଡାଉନରେ ସଲମାନ ଫାର୍ମ ହାଉସ୍ରେ ରହିବା ସହ ଧାନଚାଷ କରୁଥିଲେ।
ଏଠି କହିରଖିବୁ, ସଲମାନ ତାଙ୍କର ଏକ ଶର୍ଟଲେସ ଫଟୋ ମଧ୍ୟ ଶେୟାର କରିଛନ୍ତି। ପୋଷ୍ଟ ୱାର୍କ ଆଉଟର ଏହି ଫଟୋରେ ସଲମାନଙ୍କ ମସଲ୍ସକୁ ଦେଖି ଫ୍ୟାନମାନେ ଖୁବ୍ ତାରିଫ କରିଛନ୍ତି।
View this post on Instagram