ସଲମାନ୍ କହିଲେ ମୁଁ ଚ୍ୟାଲେଞ୍ଜ ଗ୍ରହଣ କଲି
ମୁମ୍ବାଇ: ବଲିଉଡ୍ ସିନେମାରୁ ଆରମ୍ଭ କରି ନିଜର ବଡିକୁ ନେଇ ଚର୍ଚ୍ଚାରେ ରହୁଥିବା ସୁପରଷ୍ଟାର ସଲମାନ୍ ଖାନ୍ ଦେଶରେ ଚାଲୁଥିବା ଫିଟ୍ନେଶ୍ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି। ନିକଟରେ ସଲମାନ୍ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର୍ଙ୍କ ଫିଟନେଶ ଚ୍ୟାଲେଞ୍ଜ “ହମ ଫିଟ୍ ତୋ ଇଣ୍ଡିଆ ଫିଟ୍” କୁ ଗ୍ରହଣ କରି ଏକ ଭିଡିଓ ସେୟାର କରିଛନ୍ତି।
ଭିଡିଓରେ ସଲମାନ୍ ଖାନ୍ ବିନା ଶାର୍ଟରେ ଏକ୍ସରସାଇଜ କରୁଥିବାର ଦେଖାଯାଉଛି। ସଲମାନ୍ଙ୍କ ପୂର୍ବରୁ ଦୀପିକା ପାଦୂକୋନ୍, ଅନୁଷ୍କା ଶର୍ମା ଓ ଅମିତାଭ ବଚ୍ଚନ ଏହି ଚ୍ୟାଲେଞ୍ଜ ଗ୍ରହଣ କରିସାରିଛନ୍ତି।
ସୋଶାଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ସଲମାନ୍ ଖାନ୍ ସାଇକଲ ଚଲାଉଥିବାର ଦେଖାଯାଉଛି। ଏହାସହିତ ସେ ଜିମ୍ରେ ହେବି ୱାର୍କଆଉଟ କରୁଥିବାର ନଜର ଆସୁଛନ୍ତି। ଭିଡିଓ ସହିତ ସେ ଲେଖିଛନ୍ତି କ୍ରୀଡାମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା “ହମ ଫିଟ୍ ତୋ ଇଣ୍ଡିଆ ଫିଟ୍” ଏକ ସୁନ୍ଦର ଅଭିଯାନ। ମୁଁ କିରଣ ରିଜ୍ଜୁଙ୍କ ଫିଟ୍ନେଶ ଚ୍ୟାଲେଞ୍ଜ ଗ୍ରହଣ କରିଛି। ସେଥିପାଇଁ ଏହି ଭିଡିଓଟି ଦେଖନ୍ତୁ।
Fabulous campaign by sports minister @Ra_THORe on #HumFitTohIndiaFit. I accept #FitnessChallenge of @KirenRijiju ?. Here is my video … pic.twitter.com/yVvjwHDeSm
— Salman Khan (@BeingSalmanKhan) August 11, 2018
ବର୍ତ୍ତମାନ ସଲମାନ୍ ଖାନ୍ ‘ଭାରତ’ ସିନେମାର ସୁଟିଂରେ ବ୍ୟସ୍ତ ଅଛନ୍ତି। ମୁମ୍ବାଇରେ ସୁଟିଂ ସରିବାପରେ ସଲମାନ୍ ଖାନ୍ ଏବେ ମାଲ୍ଟା ଏହି ଚଳଚ୍ଚିତ୍ରର ସୁଟିଂ କାମ ଆରମ୍ଭ କରିଛନ୍ତି।