ସଲ୍‌ମାନ୍‌ଙ୍କ ସହ ରୋମାନ୍ସ କରିପାରନ୍ତି ନୀଳ ନୟନା

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ସଲ୍‌ମାନ୍‌ ଖାନ୍‌ ଓ ସଞ୍ଜୟଲୀଲା ଭଂଶାଲୀ ଏକ ରୋମାଣ୍ଟିକ୍‌ ପ୍ରୋଜେକ୍ଟରେ  ଏକାଠି କାମ କରିବାକୁ ଯାଉଛନ୍ତି। ଏହାର ନାଁ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ -୨’ ରହିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏନେଇ ବିଧିବଦ୍ଧ ଭାବେ ଉଭୟ କିଛି ଘୋଷଣା କରିନାହାନ୍ତି।

ଏହାଠାରୁ ବଡ଼ କଥା ହେଲା ଫିଲ୍ମରେ ସଲ୍‌ମନ୍‌ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ସହ ଫିଲ୍ମରେ ରୋମାନ୍ସ କରିବେ ବୋଲି ଜଣାପଡ଼ିଛି। ଏହି ଏକ୍ସ ଗର୍ଲଫ୍ରେଣ୍ଡ କିଏ ଜାଣିଛନ୍ତି କି ? ଶୁଣିବାକୁ ମିଳୁଛି ଏଥିରେ ନୀଳ ନୟନା ଐଶ୍ଵର୍ଯ୍ୟା ରାୟ ବଚ୍ଚନ କାମ କରିପାରନ୍ତି। ତେବେ ତାଙ୍କ ନାଁ ଚୂଡ଼ାନ୍ତି ହୋଇନାହିଁ।

ପିଙ୍କଭିଲା ରିପୋର୍ଟ ମୁତାବକ ସଲ୍‌ମାନା ଏହି ଫିଲ୍ମରେ ନିଜ ଅପୋଜିଟ୍‌ରେ  କ୍ୟାଟ୍ରିନାଙ୍କୁ ନେବାକୁ ଚାହୁଛନ୍ତି। ହେଲେ ଭଂଶାଲୀ କିଛି ଅଲଗା ଚାହୁଁଛନ୍ତି। ଏକଥା ଶୁଣି ସମସ୍ତେ ଭାବୁଥିବେ ସେ ବୋଧେ ଏହି ଫିଲ୍ମରେ ଦୀପିକା ପାଦୁକୋନଙ୍କୁ ନେବାକୁ ଚାହୁଁଛନ୍ତି। କାରଣ ଭଂଶାଲୀଙ୍କ ଦୀପିକା  ଅନେକ ଫିଲ୍ମରେ କାମ କରିସାରିଛନ୍ତି। ଯାହା ବକ୍ସ ଅଫିସ୍‌ରେ ସଫଳ ବି ହୋଇଛି। କିନ୍ତୁ ସେମିତି ନୁହେଁ। ଭଂଶାଲୀ ଏବେ କିଛି ଅଲଗା ଚାହୁଁଛନ୍ତି।

ଚର୍ଚ୍ଚା ହେଉଛି କି ଭଂଶାଲୀ ଏହି ପ୍ରୋଜେକ୍ଟ ପାଇଁ  ଐଶ୍ଵର୍ଯ୍ୟାଙ୍କୁ ନେବାକୁ ଚାହୁଁଛନ୍ତି। ସେଥିପାଇଁ ସେ ତାଙ୍କୁ ମନେଇବାକୁ ଚେଷ୍ଟା କରୁଛନ୍ତି।

ପୂର୍ବରୁ ଏମିତି ବି ଖବର ଆସୁଥିଲା ଯେ ଭଂଶାଲୀ ଏହି ପ୍ରୋଜେକ୍ଟ ପାଇଁ ସଲ୍‌ମାନ୍‌ ପ୍ରଥମେ ଅନୁଷ୍କାଙ୍କ ନାଁ ନେଇଥିଲେ।

ଏହାଛଡ଼ା ପୂର୍ବରୁ ଏହି ଫିଲ୍ମ ପାଇଁ ଆଲିଆ ଓ ଜାହ୍ନବୀଙ୍କ ନାଁ ବି ବିଚାରକୁ ନିଆ ଯାଇଥିଲା। କିନ୍ତୁ ସଲ୍‌ମାନ୍‌ଙ୍କ ସାମ୍ନାରେ ଏମାନେ ଖୁବ୍ ୟଙ୍ଗ୍‌ ଲାଗିବେ ବୋଲି ଭଂଶାଲୀ ଅନ୍ୟ ଅଭିନେତ୍ରୀ ସନ୍ଧାନରେ ଅଛନ୍ତି।

ଅନ୍ୟପଟେ ଏହି ଫିଲ୍ମରେ ସଲ୍‌ମାନ୍‌ଙ୍କ ସହ ପ୍ରିୟଙ୍କା ଚୋପ୍ରାଙ୍କୁ ନେବା ସମ୍ଭବ ହୋଇପାରେ। କାରଣ ପ୍ରିୟଙ୍କା ନିକଟରେ କଫି ଉଇଥ୍‌ କରନ୍‌ ସିଜିନ୍‌-୬ରେ କିଛିଟା ଇସାରା କରିଥିଲେ। ସେ କହିଥିଲେ- କୌଣସି ପ୍ରୋଜେକ୍ଟ ପାଇଁ ସେ ଭିଶାଲ୍‌ ଭରଦ୍ଵାଜ୍‌ ଓ ଭଂଶାଲୀ ସହ କଥାବାର୍ତ୍ତା ହେଉଛନ୍ତି। ତେଣୁ ସେଥିରୁ ଯାହା ଅନୁମାନ୍‌ କରାଯାଉଛି ପ୍ରିୟଙ୍କା ବୋଧେ ଭଂଶାଲୀଙ୍କ ଏହି ରୋମାଣ୍ଟକ୍‌ ପ୍ରୋଜେକ୍ଟରେ କାମ କରିପାରନ୍ତି।

ଆହୁରି ପଢ଼ନ୍ତୁ

ପ୍ରଶଂସକ ପଚାରିଲେ ଡ୍ରଗ୍ସ ଅଛି? ଅଭିଷେକ ଦେଲେ ଏମିତି ଉତ୍ତର

‘ବିଗବସ୍ -୧୪’ରେ ସାମିଲ୍‌ ହେବେ ରାଧେ ମା’

ହିରୋଇନ୍‌ଙ୍କ ପରେ ଆସୁଛି ହିରୋଙ୍କ ପାଳି, NCB ହାତରେ ଲାଗିଛି ୪ କୋଡ୍‌ ୱାର୍ଡ

ଯଦି ବାହୁବଳୀ ଷ୍ଟାର ପ୍ରଭାସ ପ୍ରପୋଜ କରନ୍ତି…କ’ଣ ଉତ୍ତର ଦେବେ ପୂଜା ?

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଅଡୁଆ ବଢ଼ିଲା: ସମନ କଲା ପୋଲିସ

ବୟଫ୍ରେଣ୍ଡ୍‌ଙ୍କ ବର୍ଥ ଡେ’ ସେଲିବ୍ରେସନ୍‌ରେ‌ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଅଭିନେତ୍ରୀ ନୟନତାରା !

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମାନହାନୀ ମକଦ୍ଦମା ରୁଜୁ କଲେ ଅର୍ବାଜ୍‌ ଖାନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ଆଜି

NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

You might also like