ସଲ୍‌ମାନ୍ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌-୧୦’ର ବିଜେତା

ମୁମ୍ବାଇ: ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌-୧୦’ରେ ବାଜି ମାରି ନେଇଛନ୍ତି ସଲ୍‌ମାନ୍ ଅଲ୍ଲୀ। ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ -୧୦’ର ଟପ୍‌ ୫ରେ ସଲମାନ୍‌ଙ୍କ ସମେତ ଆଉ ୪ଜଣ ପହଞ୍ଚିଥିଲେ। ହେଲେ ସଲମାନ୍‌ ସମସ୍ତଙ୍କୁ ପଛରେ ପକାଇ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌-୧୦’ର ଟ୍ରଫି ଜିତି ଥିଲେ। ତାଙ୍କୁ ସବୁଠାରୁ ଅଧିକ ଭୋଟ୍‌ ମିଳିଥିଲା।

ସଲମାନଙ୍କୁ ବିଜୟୀ ଘୋଷଣା କରାଯିବ ସହ ‘ଇଣ୍ଡିଆନ୍ ଆଇଡଲ୍‌’ର ଟ୍ରଫି ସହ ୨୫ ଲକ୍ଷ ଟଙ୍କା ଓ ଏକ କାର ପ୍ରଦାନ କରାଯାଇଥିଲା।

ସଲ୍‌ମାନ୍‌ଙ୍କ ସହ ଟପ୍‌ ୫ରେ ନୀତିନ କୁମାର, ଅଙ୍କୁଶ୍‌ ଭରଦ୍ୱାଜ୍‌, ନିଲଞ୍ଜନା ରାୟ ଓ ବିଭୋର ପରାଶର ପହଞ୍ଚିଥିଲେ। ଗ୍ରାଣ୍ଡ୍‌ ଫିନାଲେର ନେହା କକ୍କର, ଜାଭେଦ୍‌ ଅଲ୍ଲୀ, ବିଶାଲ୍‌ ଦଦ୍‌ଲାନି ବିଚାରକ ଥିଲେ।

ଗତକାଲି ଅନୁଷ୍ଠିତ ଗ୍ରାଣ୍ଡ୍ ଫିନାଲେରେ ‘ଜିରୋ’ ଫିଲ୍ମର ଅଭିନୟ କରିଥିବା ଶାହରୁଖ୍ ଖାନ୍‌, କଟ୍ରିନା କୈଫ୍‌ ଓ ଅନୁଷ୍କା ଶର୍ମା ଯୋଗ ଦେଇଥିଲେ। ଏହି ଅବସରରେ ସେମାନେ ’ଜିରୋ’ର ପ୍ରମୋସନ୍ କରିଥିଲେ। ନିକଟରେ ଶାହାରୁଖ୍ ଖାନ୍‌ଙ୍କ ଅଭିନୀତ ‘ଜିରୋ’ ଫିଲ୍ମ ରିଲିଜ୍‌ ହୋଇଛି।

ଗତ ଜୁଲାଇ ୨୯ରୁ ସୋନି ଟିଭିରେ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ -୧୦’ ଆରମ୍ଭ ହୋଇଥିଲା।

You might also like