ବାପାଙ୍କ କଥା ରଖି ପଦ୍ମ ପୁରସ୍କାର ଗ୍ରହଣ କରିଥିଲେ ସୈଫ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ ଭାରତର ସରକାରଙ୍କ ପକ୍ଷରୁ ପାଇଥିବା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଚାହୁଁଥିଲେ। ତାଙ୍କୁ ୨୦୧୦ରେ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ମିଳିଥିଲା। ହେଲେ ତାଙ୍କ ବାପା ଦିବଂଗତ ମନସୁର ଅଲୀ ଖାନ୍‌ ପଟୌଦିଙ୍କ ଆପତ୍ତି ଯୋଗୁ ସେ ଏହାକୁ ଫେରାଇ ନଥିଲେ।
ଜଣେ ଟ୍ୱିଟର ବ୍ୟବହାରକାରୀ କହିଥିଲେ ଯେ “ଟଙ୍କା ଦେଇ ପଦ୍ମଶ୍ରୀ କିଣିଥିବା ସୈଫ୍‌ ତାଙ୍କ ପୁଅର ନାଁ ତୈମୁର ରଖିଛନ୍ତି। ଏପରି କି ସେ କିଛି ଲୋକଙ୍କ ରେଷ୍ଟୁରାଣ୍ଟରେ ମାଡ଼ ମାରିଥିଲେ। ଏପରି ସ୍ଥିତିରେ ସେ କେମିତି ସାକ୍ରେଡ୍‌ ଗେମ୍‌ସରେ ଅଭିନୟ କଲେ?”

ଏହା ଉପରେ ପ୍ରତିକ୍ରିୟା ଦେଇ ସୈଫ୍‌ କହିଛନ୍ତି, “ ମୁଁ କୌଣସି ପ୍ରକାରର ପଦ୍ମଶ୍ରୀ ପୁରସ୍କାର କିଣିନାହିଁ। ଟଙ୍କା ଦେଇ ପଦ୍ମ ପୁରସ୍କାର କିଣିବା ସମ୍ଭବ ନୁହେଁ। ଭାରତ ସରକାରଙ୍କୁ ଲାଞ୍ଚ ଦେବା ମୋ କ୍ଷମତା ବାହାରେ। ଏ ସମ୍ପର୍କରେ ଆପଣ ଅନ୍ୟ ବରିଷ୍ଠ ଲୋକଙ୍କୁ ପଚାରି ପାରିବେ। ମୁଁ ଭାବୁଛି ପଦ୍ମଶ୍ରୀ ଗ୍ରହଣ କରିବା ଠିକ୍‌ ନଥିଲା। ମୋ ଠାରୁ ଅନେକ ବରିଷ୍ଠ କଳାକାର ରହିଛନ୍ତି। ସେମାନେ ଆଜି ଯାଏ ପଦ୍ମ ପୁରସ୍କାର ପାଇନାହାନ୍ତି। ଏପରି ସ୍ଥଳରେ ମୋତେ ପଦ୍ମ ପୁରସ୍କାର ମିଳିବା ଲଜ୍ଜାଜନକ। ମୁଁ ଏପରି ସ୍ଥିତିରେ ପଦ୍ମ ପୁରସ୍କାର ଫେରାଇବାକୁ ଚାହିଁଥିଲି। କିନ୍ତୁ ମୋ ବାପା ହିଁ ମୋତେ ଏପରି କରିବାକୁ ମନା କରିଥିଲେ। ତେଣୁ ମୁଁ ଭାରତ ସରକାରଙ୍କୁ ଏହା ଫେରାଇ ନଥିଲି।”

ଆହୁରି ପଢ଼ନ୍ତୁ

ଅନୁଷ୍କାଙ୍କ ବିକ୍‌ନି ଫଟୋ ଭାଇରାଲ-ବିରାଟ କହିଲେ…

୨୩ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ଖୁସି

ନିଜ ଅପ୍‌କମିଂ ଫିଲ୍ମର ବିବାଦୀୟ ପୋଷ୍ଟରକୁ ନେଇ ମୁହଁ ଖୋଲିଲେ ପପୁ ପମ୍‌ପମ୍

ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲା ବେଳେ କାନ୍ଦିଲେ ଶୀତଲ

ପପୁ ପମ୍‌ପମଙ୍କ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ

ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ; ଓଡ଼ିଆ ସିନେମା ‘ସହିଦ ରଘୁ ସର୍ଦ୍ଦାର’

ରିଲିଜ୍‌ ପୂର୍ବରୁ ୩୨୦ କୋଟି ଟଙ୍କା ଆୟ କଲାଣି ‘ସାହୋ’

ମିଷ୍ଟର ମଜ୍‌ନୁ ଏବେ ଭାରି ଖୁସି

ଅନୁଷ୍କାଙ୍କୁ ନେଇ ମୁହଁ ଖୋଲିଲେ ପ୍ରଭାସ୍‌

ବିଦ୍ୟାଙ୍କ ଉପରକୁ ହାତ ଉଠାଇଲେ ଅକ୍ଷୟ ଆଉ ବିଦ୍ୟା ଦେଲେ ଏମିତି ଜବାବ୍…ଦେଖନ୍ତୁ ଭିଡିଓ

ମୋ ଭାଇ, ବେଷ୍ଟ ଭାଇ-ରକ୍ଷାବନ୍ଧନରେ ଇବ୍ରାହିମ୍‌ଙ୍କୁ ଏମିତି କହିଲେ ସାରା ଅଲି ଖାନ୍‌

ତୁମେ କାଶ୍ମୀରକୁ ଚାହିଁଥାଅ, ଆମେ କରାଚି ଓ ଲାହୋର ନେଇଯିବୁ-ପାକ୍‌ ଅଭିନେତ୍ରୀ ବୀଣା ମଲ୍ଲିକଙ୍କୁ ଏମିତି ଉତ୍ତର ଦେଲେ ୟୁଜର୍ସ

You might also like