ଅନୁଷ୍କାଙ୍କୁ ନେଇ ମୁହଁ ଖୋଲିଲେ ପ୍ରଭାସ୍‌

ମୁମ୍ୱାଇ: ସାଉଥ୍‌ ସୁପର୍‌ଷ୍ଟାର୍‌ ପ୍ରଭାସ ବର୍ତ୍ତମାନ ତାଙ୍କର ନୂଆ ଫିଲ୍ମ ‘ସାହୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୩୫୦ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଥିବା ଏହି ଥ୍ରିଲର୍‌ ଫିଲ୍ମ ଅଗଷ୍ଟ ୩୦ ତାରିଖରେ ରିଲିଜ୍‌ ହେବ। ତେବେ ଫିଲ୍ମ ‘ସାହୋ’ ସହ ଅନୁଷ୍କା ସେଟ୍ଟିଙ୍କ ସହିତ ତାଙ୍କର ରିଲେସନ୍‌ସିପ୍‌କୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଛନ୍ତି।

ନିକଟରେ ଶୁଣିବାକୁ ମିଳିଥିଲା ଯେ ଅନୁଷ୍କା ଓ ପ୍ରଭାସ ଲସ୍‌ ଏଞ୍ଜେଲସ୍‌ରେ ଏକ ଭଲ ଘର ଖୋଜୁଛନ୍ତି। ଏପରିକି ଅନୁଷ୍କାଙ୍କ ପାଇଁ ‘ସାହୋ’ର ସ୍ପେଶାଲ୍‌ ସ୍କ୍ରିନିଙ୍ଗ୍‌ ବ୍ୟବସ୍ଥା କରିଥିଲେ ପ୍ରଭାସ। ମିଡିଆରେ ଏପରି ଖବର ପ୍ରସାରିତ ହେବା ପରେ ଦୁହିଁଙ୍କର ରିଲେସନ୍‌ସିପ୍‌କୁ ନେଇ ଆଲୋଚନା ଆହୁରି ଜୋର ଧରିଥିଲା। ଆଉ ଏସବୁ ଆଲୋଚନା ବିଷୟରେ ଜାଣିବା ପରେ ଶେଷରେ ମୁହଁ ଖୋଲିଛନ୍ତି ପ୍ରଭାସ। ସେ କହିଛନ୍ତି,‘ଆମେ ଦୁହେଁ କେବଳ ଭଲ ସାଙ୍ଗ।’

 

ମୁମ୍ୱାଇ ମିରର୍‌କୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଭାସ କହିଛନ୍ତି, ‘ଅନୁଷ୍କା ଓ ମୁଁ କେବଳ ଭଲ ସାଙ୍ଗ। ଯଦି ଆମ ମଧ୍ୟରେ ଏହାଠାରୁ ଅଧିକ ସମ୍ପର୍କ ଅଛି, ତା’ହେଲେ ଗତ ଦୁଇ ବର୍ଷ ମଧ୍ୟରେ କେହି କ’ଣ ପାଇଁ ଆମକୁ ଏକାଠି ଦେଖି ନାହାନ୍ତି?’

ସେ ଆହୁରି କହିଛନ୍ତି, ‘ଏହି ପ୍ରଶ୍ନ ମୋତେ କରନ୍‌ ଜୋହରଙ୍କ ଶୋ’ ‘କଫି ଉଇଥ୍‌ କରନ୍‌’ରେ ମଧ୍ୟ କରାଯାଇଥିଲା। ସେହି ସମୟରେ ରାଜମୌଲୀ ଓ ରାଣା ଦଗ୍ଗୁବତୀ ଏହାର ଉତ୍ତର ରଖିଥିଲେ। ଆମ ଦୁହିଁଙ୍କ ମଧ୍ୟରେ ସେମିତି କିଛି ନାହିଁ ବୋଲି ସେମାନେ ସ୍ପଷ୍ଟ କରିଥିଲେ।’

ଏହା ପୂର୍ବରୁ ମଧ୍ୟ ଏକ ସାକ୍ଷାତକାରରେ ଅନୁଷ୍କାଙ୍କୁ ଏ ବିଷୟରେ ପଚରା ଯାଇଥିଲା। ସେ କହିଥିଲେ,‘ପ୍ରଭାସ ଓ ମୁଁ ବିବାହ କରୁନାହୁଁ। ଦୟାକରି ବାହୁବଳୀ ଓ ଦେବସେନା କେମେଷ୍ଟ୍ରିକୁ ନେଇ ରିୟଲ୍‌ ଲାଇଫ୍‌ରେ କୌଣସି ଆଶା ରଖନ୍ତୁ ନାହିଁ। ଏହା କେବଳ ସ୍କ୍ରିନ୍‌ ପାଇଁ ଥିଲା।”

ଆହୁରି ପଢ଼ନ୍ତୁ

ଅଭିନେତ୍ରୀ ଦିଶା ପାଟନୀ କହିଲେ ନିଜ ସୁନ୍ଦର ଫିଟ୍‌ନେସ୍‌ର ରାଜ୍‌

ନେହା-ଆଦିତ୍ୟଙ୍କ ବିବାହକୁ ନେଇ ଏମିତି କହିଲେ ଉଦିତ୍‌

‘ସାହୋ’ ପରେ ଶୁଟିଂ ସେଟ୍‌କୁ ଫେରିଲେ ପ୍ରଭାସ

ପିତାଙ୍କ ପୁଣ୍ୟତିଥିରେ ଭାବପ୍ରବଣ ହେଲେ ଅମିତାଭ, ଟ୍ୱିଟରରେ ଲେଖିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜ୍‌ମୀଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ଦୀପିକାଙ୍କ ଜେଏନ୍‌ୟୁ ଗସ୍ତ ବିବାଦ: କଙ୍ଗନା କହିଲେ, ଦେଶ ବିଭାଜନକାରୀଙ୍କୁ ସମର୍ଥନ କରେ ନାହିଁ

କାହିଁକି ନିକ୍‌ଙ୍କୁ ଡେଟ୍‌ କରିବାକୁ ପସନ୍ଦ କଲେ ପ୍ରିୟଙ୍କା ?

ହାର୍ଦ୍ଦିକ୍‌ଙ୍କ ଦୁଲ୍‌ହନ୍‌ କେମିତି ହେଲେ ରାନୁ ?

କପିଲ ଶର୍ମାଙ୍କ କୋଳରେ କୁନି ଝିଅ-ଫଟୋ ଭାଇରାଲ

କିଏ ଏହି ଟିକ୍‌ଟକ୍‌ ଡାନ୍ସର ? ଜାଣିବାକୁ ଚାହୁଁଛନ୍ତି ହ୍ରିତିକ୍‌

କିଏ ଏହି କୈଫୀ ଆଜ୍‌ମୀ, ଯାହାଙ୍କୁ ଗୁଗଲ୍‌ ଜଣାଇଲା ଶ୍ରଦ୍ଧାଞ୍ଜଳି

ନିଜଠୁ ୧୪ ବର୍ଷ ସାନ ଝିଅକୁ ବାହା ହୋଇଥିଲେ , ବାହାଘର ପରେ ଚାଷ କରୁଛନ୍ତି ଏହି ଅଭିନେତା   

You might also like