କରୋନା ଆକ୍ରାନ୍ତ ହେଲେ ‘ଅନୁପମା’

ମୁମ୍ବାଇ: ବଲିଉଡ ପରେ ଏବେ କରୋନା ଜାଲରେ ପଡିଛନ୍ତି ଟେଲିଭିଜନ ଷ୍ଟାର। ପ୍ରସିଦ୍ଧ ଟିଭି ସିରିଏଲ୍‌ `ଅନୁପମା’ର ଲିଡ୍‌ ରୋଲରେ ଥିବା ରୂପାଲି ଗାଙ୍ଗୁଲି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏନେଇ ସେ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି।

ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ରଙ୍ଗୀନ ଦୁପଟ୍ଟା ସହିତ ମୁଣ୍ଡରେ ମେଲମେଟ୍ ପିନ୍ଧା ଫଟୋ ସେଆର କରିବା ସହ ଏକ ମଜାଳିଆ ଢ଼ଙ୍ଗରେ ଲେଖିଛନ୍ତି ଯେ `ମା’ କରୋନା ଦେବୀ ତୁ ଅଛୁ ନା ନାହିଁ…ଏହା କ’ଣ ହେଲା, କେମିତି ହେଲା ଆଉ କେବେ ହେଲା… ଛାଡ଼, ଏନେଇ କିଛି ପଚାରନା….।’

ରୂପାଲି ଏବେ ତାଙ୍କ ଘରେ ସଂଘରୋଧରେ ଅଛନ୍ତି। ସେ ସମସ୍ତଙ୍କୁ ଭଲରେ ରହିବା ନେଇ ଈଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି।
ଏହି ସିରିଏଲରେ କାମ କରୁଥିବା ଅନ୍ୟ କଳାକାରମାନଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଛି। ଅନୁପମା ସିରିୟଲର ଆଶିସ ମେହୋତ୍ରା ଯିଏ କି ରୂପାଲିଙ୍କ ବଡ଼ ପୁଅ ପାରିତୋଷ ଭୂମିକାରେ ଅଛନ୍ତି, କିଛି ଦିନ ହେବ ଗାଏବ ଥିବାରୁ ଦର୍ଶକଙ୍କୁ ଏହା ଚିନ୍ତାରେ ପକେଇଛି। କିନ୍ତୁ ସେ ଘରେ ଥିବା ସୂଚନା ମିଳୁଛି। ସେ କ୍ୱାରେଣ୍ଟିନରେ ଥିବା ଜଣାଯାଏ।

ସୂଚନାଥାଉ କି, ଏହା ପୂର୍ବରୁ ଏହି ଧାରାବାହିକର ‘ସମର’ ମଧ୍ୟ କିଛି ଦିନ ତଳେ କରୋନା ଆକ୍ରାନ୍ତ ହୋଇଥିଲେ। ରୂପାଲି ଗାଙ୍ଗୁଲିଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ଅନୁପମା ଧାରାବାହିକର ସବୁ ସଦସ୍ୟଙ୍କର କରୋନା ଟେଷ୍ଟ କରାଯାଇଛି।

You might also like