ଚିକିତ୍ସା ପାଇଁ ଆମେରିକା ଗଲେ ରିଷି କପୁର୍

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତା ରିଷି କପୁର୍‌ ଚିକିତ୍ସା ପାଇଁ ଆମେରିକା ଗସ୍ତ କରିଛନ୍ତି। ଗତକାଲି ଟ୍ୱିଟର୍‌ରେ ରିଷି ଏବିଷୟରେ ସୂଚନା ଦେଇଛନ୍ତି।

ତାଙ୍କ ଆମେରିକା ଗସ୍ତକୁ ନେଇ ବ୍ୟସ୍ତ ତଥା ଅନାବଶ୍ୟକୀୟ ଗୁଜବ ଖବର ଉପରେ ବିଶ୍ୱାସ ନକରିବାକୁ ୬୬ବର୍ଷିୟ ରିଷି ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ସେ ବହୁତ ଜଲ୍‌ଦି ଫେରିବେ ବୋଲି ମଧ୍ୟ ଟ୍ୱିଟ୍ କରି ଜଣାଇଛନ୍ତି।

ରିଷିଙ୍କ ଏହି ଟ୍ୱିଟ୍‌ ପରେ ଅନେକ ସେଲେବ୍ରିଟି ଟ୍ୱିଟ୍‌ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ତେବେ ତାଙ୍କୁ ପ୍ରକୃତରେ କ’ଣ ହୋଇଛି, ଏବିଷୟରେ ସେ କିଛି ସୂଚନା ଦେଇ ନାହାନ୍ତି।

ଗତ କିଛିଦିନ ତଳେ ପ୍ରତିଷ୍ଠିତ ଆର୍‌କେ ଷ୍ଟୁଡିଓ ବିକ୍ରିକୁ ନେଇ ରିଷି କପୁର୍‌ ଓ ତାଙ୍କ ପରିବାର ସଦସ୍ୟ ଘୋଷଣା କରିବା ପରେ ଚର୍ଚ୍ଚାରେ ଥିଲେ।

You might also like