ଏଇଠି ଶେଷ ବିଦାୟ ନେଲେ ଋଷି କପୁର

ମୁମ୍ବାଇ: ମହାନ ବଲିଉଡ୍ ଅଭିନେତା ଋଷି କାପୁରଙ୍କର ଆଜି ସକାଳ ୮.୪୫ରେ ପରଲୋକ ହୋଇଛି। ୬୭ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବଲିଉଡ୍‌ର ଏହି ଭର୍ସାଟାଇଲ୍‌ ଆକ୍ଟର। ମୁମ୍ବାଇ ଚନ୍ଦନୱାଡ଼ି ଶଶ୍ମାନରେ ରିଷି କପୁରଙ୍କ ଶେଷକୃତ୍ୟ। ସମ୍ପନ୍ନ ହୋଇଛି।ଗତ ଦୁଇ ବର୍ଷ ଧରି ଲ୍ୟୁକୋମିୟା କ୍ୟାନ୍‌ସରରେ ପୀଡ଼ିତ ଥିବା ଋଷି ଶେଷରେ ଜୀବନ ସଂଗ୍ରାମରେ ହାରିଯାଇଛନ୍ତି। ବିନ୍ଦାସ୍ ଅନ୍ଦାଜ୍, କମିକ୍ ଷ୍ଟାଇଲ୍, ଯେମିତି ରିଷି କପୁର ନିଜ ଜୀବନରେ ଥିଲେ ହସ୍ପିଟାଲ୍‌ରେ ବି ସେପରି ଥିବା ହସ୍ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଗତ ରାତିରୁ ନିଶ୍ୱାସ ନେବାରେ କଷ୍ଟ ଅନୁଭୂତ ହେବାରୁ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପରିବାରଲୋକେ ଉପସ୍ଥିତ ଥିଲେ। ଏନେଇ ଆଜି ବିଧିବଦ୍ଧ ଭାବେ କପୁର ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଗତ ଦୁଇ ବର୍ଷ ଧରି କ୍ୟାନ୍‌ସରରେ ପୀଡ଼ିତ ଥିଲେ ରିଷି। ୧୧ ମାସରୁ ଅଧିକ ସମୟ ଧରି ନ୍ୟୁୟର୍କରେ ରହି ଚିକିତ୍ସା ବି ହୋଇଥିଲେ। ଗତ ସେପ୍ଟେମ୍ବରରେ ସେ ମୁମ୍ବାଇ ଫେରିଥିଲେ। ସୁସ୍ଥ ହେବା ପରେ କିଛି ଫିଲ୍ମ, କମର୍ସିଆଲ୍ ଆଡ୍ ବି କରିଥିଲେ।

ହେଲେ ଅଚାନକ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗତ ଦୁଇ ଦିନରୁ ବିଗିଡ଼ି ଯାଇଥିଲା। ଋଷି କପୁରଙ୍କ ବିୟୋଗରେ ବଲିଉଡ୍ ସମେତ ପୂରା ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି।

 

ଆହୁରି ପଢ଼ନ୍ତୁ

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

ନା ଅଛି ବେଡ୍‌ ନା ତକିଆ…ଜେଲ୍‌ରେ ଏବେ ଏମିତି କଟୁଛି ରିୟାଙ୍କ ଦିନ

You might also like