କମେଣ୍ଟ ଦେଖି ରାଗିଗଲେ ଋଷି କପୁର

ମୁମ୍ୱାଇ: ବଲିଉଡ ଅଭିନେତା ଋଷି କପୁର ନିଜର ବିନ୍‌ନ୍ଦାସ ଓ ବେଫିକର୍‌ ଅନ୍ଦାଜ୍‌ ପାଇଁ ବେଶ ଚର୍ଚ୍ଚିତ। ଋଷି ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରିବାକୁ ଟିକେ ବି ଡ଼ରନ୍ତି ନାହିଁ। ଏହି କାରଣରୁ ଋଷି ବେଳେବେଳେ ସୋସିଆଲ ମିଡିଆରେ ଟ୍ରୋଲର୍‌ ଶିକାର ମଧ୍ୟ ହୁଅନ୍ତି।

ଋଷି କପୁର ତାଙ୍କ ଟ୍ୱିଟର ଆକାଉଣ୍ଟରେ ପ୍ରୋଫାଇଲ୍‌କୁ ଚେଞ୍ଜ କରି ଦେଇଛନ୍ତି । ସେ ତାଙ୍କ ପ୍ରୋଫାଇଲ୍‌ ଷ୍ଟାଟସ୍‌ରେ ଟ୍ରୋଲର ବିଷୟରେ କିଛି ମେସଜ୍‌ ଲେଖିଛନ୍ତି। ଚେତାବନୀ ମଧ୍ୟ ଦେଇ କହିଛନ୍ତି ଯେ ‘ମୁଁ ଭାବୁନାହିଁ ଯେ ଲୋକମାନେ କିଛି ବୁଝିପାରୁଛନ୍ତି’’। ଯଦି ମତେ ନେଇ କେହି କିଛି ବି ଥଟ୍ଟା  କି ଅପମାନ ଭଳି କମେଣ୍ଟ ଦିଅନ୍ତି ତେବେ ମୁଁ ସେମାନଙ୍କୁ ବ୍ଲକ କରିଦେବି। ବର୍ତ୍ତମାନ ଏହା ଆପଣଙ୍କ ଉପରେ ନିର୍ଭର କରେ।’


ଋଷିଙ୍କର ଏମିତି ରାଗ ଦେଖି ତାଙ୍କ ଜଣେ ଫ୍ୟାନ୍‌ କହୁଛନ୍ତି, ଯେ ଆପଣ ଶାନ୍ତ ରୁହନ୍ତୁ ଓ ଅନ୍ୟସବୁ କଥାକୁ ଉପେକ୍ଷା କରନ୍ତୁ।  ହେଲେ ଏଥିରେ ମଧ୍ୟ ଋଷି ରାଗି ଯାଇଛନ୍ତି। ସେ କହିଛନ୍ତି, ‘ଖବରଦାର –ମୋ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରି କିଛି ଭୁଲ୍‌ କରୁଛ। ଋଷିଙ୍କର ଏଭଳି କଡ଼ା କଥା ତାଙ୍କ ଫ୍ୟାନ୍‌ମାନଙ୍କୁ ଅସୁବିଧାରେ ପକାଉଛି।

ବର୍ତ୍ତମାନ ସମୟରେ କରୋନା ଭାଇରସକୁ ନେଇ ସମସ୍ତେ ଚିନ୍ତିତ। ଆମ ଦେଶ ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ପାଇଁ ସମସ୍ତେ ଘରେ ରହୁଛନ୍ତି। ବଲିଉଡର କଳାକାରମାନେ ମଧ୍ୟ ଘରେ ରହି ବିଭିନ୍ନ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି। ଋଷି ମଧ୍ୟ ନିଜର ଟ୍ୱିଟ୍‌ରେ କରୋନାକୁ ନେଇ ଲେଖିଛନ୍ତି ଯେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯିବା ଉଚିତ୍।

You might also like