ରଣବୀର ଓ ନିତୁଙ୍କୁ କରୋନା ଖବର ଉପରୁ ପର୍ଦ୍ଦା ଉଠାଇଲେ ରିଦ୍ଧିମା

ମୁମ୍ବାଇ: ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ  ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗତକାଲି ଅମିତାଭ ଓ ଅଭିଷେକ କରୋନା ପଜିଟିଭ୍‌ ଖବର ସାମ୍ନାକୁ ଆସିବାର କିଛି ଘଣ୍ଟା ପରେ ରଣବୀର କପୁର, ତାଙ୍କ ମା’ ନୀତୁ କପୁର ଓ କରଣ ଜୋହର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ଭାଇରାଲ ହୋଇଥିଲା। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ି ଯାଇଥିଲା।

ନୀତୁ ଓ ରଣବୀରଙ୍କ ନାଁରେ ଏଭଳି ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେଇଛନ୍ତି ରଣବୀରଙ୍କ ଭଉଣୀ ରିଦ୍ଧିମା କପୁର। ରିଦ୍ଧିମା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରି ଲେଖିଛନ୍ତି, ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର। ଲୋକଙ୍କ ଧ୍ୟାନ ନିଜ ଆଡ଼କୁ କରିବା ପାଇଁ ଏମିତି ଖବର ପ୍ରସାର କରାଯାଉଛି। ଏମିତି ଖବର ପ୍ରଚାର କରିବା ପୂର୍ବରୁ ଏହାର ସତ୍ୟାସତ୍ୟ ଉପରେ ଯାଞ୍ଚ କରିବା ଜରୁରୀ। ଆମେ ପୂରାପୂରି ସୁସ୍ଥ ଓ ଫିଟ୍‌ ଅଛୁ। ଏଳଭି ଗୁଜବ ଖବର ପ୍ରଚାର କରିବା ବନ୍ଦ କରନ୍ତୁ।

ଆହୁରି ମଧ୍ୟ ପଢ଼ନ୍ତୁ: କେମିତି ଅଛି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ?

You might also like