ମିସ୍‌ ଇଣ୍ଡିଆ ରନର ଅପ୍‌ ମାନ୍ୟା; ଅଟୋ ପାଖକୁ ଆସି ବାପାଙ୍କ ଆଖିରୁ ଲୁହ ପୋଛିଲେ, ମା’ଙ୍କ ପାଦ ଛୁଇଲେ

ନୂଆଦିଲ୍ଲୀ: ସୁନ୍ଦରୀ ପ୍ରତିଯୋଗିତାରେ ଚମକ ଦେଖାଇଛନ୍ତି ଅଟୋ ଚାଳକଙ୍କ ଝିଅ।  ଫେମିନା ମିସ୍ ଇଣ୍ଡିଆ-୨୦୨୦ର ପ୍ରଥମ ରନର ଅପ ଟାଇଟାଲ୍ ପାଇଛନ୍ତି ମୁମ୍ବାଇର ମାନ୍ୟା ସିଂହ। ତେବେ ସେ  ଏଇ ଟାଇଟଲ ପାଇଁ କେବଳ ଚର୍ଚ୍ଚାରେ ନାହାନ୍ତି। ବରଂ ତାଙ୍କ ବ୍ୟକ୍ତିଗତ ଜୀବନଶୈଳୀ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ଅଛନ୍ତି। ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମାନ୍ୟାଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସବୁଠାରୁ ଖୁସିର କଥା କାର୍ଯ୍ୟକ୍ରମକୁ ମାନ୍ୟା ଅଟୋରେ ଆସିଥିଲେ।

ମାନ୍ୟାଙ୍କ ବାପା ଓମପ୍ରକାଶ ସିଂହ ଜଣେ ଅଟୋ ଡ୍ରାଇଭର୍। ସେ ମୁମ୍ବାଇରେ ଅଟୋ ଚଲାଇ ପରିବାର ପ୍ରତିପୋଷଣ କରନ୍ତି। ମାନ୍ୟା  ଜୀବନରେ ଅନେକ ସଂଘର୍ଷ କରିଛନ୍ତି। ସେହି ସଂଘର୍ଷର ଫଳ ସେ ଆଜି ପାଇଛନ୍ତି । ମୁମ୍ବାଇର ମାନ୍ୟା ସିଂହ ଫେମିନା ମିସ୍ ଇଣ୍ଡିଆ-୨୦୨୦ର ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

 

 

ତେଲେଙ୍ଗାନାର ଇଞ୍ଜିନିୟର ମାନ୍‌ସି ଭାରନାସି ମିସ୍‌ ଇଣ୍ଡିଆ ଓର୍ଲଡ ୨୦୨୦ ଟାଇଟଲ ଜିତିଛନ୍ତି। ହରିଆନାର ମନିକା ସେଓକଣ୍ଡ ଫେମିନା ମିସ୍ ଗ୍ରାଣ୍ଡ‌ ଇଣ୍ଡିଆ ୨୦୨୦ ସମ୍ମାନ ଜିତିଛନ୍ତି । ଏହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ମାନ୍ୟା ସିଂହ।  ୨ୟ ସ୍ଥାନରେ ରହି ମଧ୍ୟ ସମସ୍ତଙ୍କ ହୃଦୟକୁ ଜିତି ପାରିଛନ୍ତି।

ମାନ୍ୟାଙ୍କ ବାପା କୁଶୀନଗରର ଜଣେ ଅଟୋ ଡ୍ରାଇଭର। ସେ ବହୁ ସଂଘର୍ଷ କରି ଏହି ସଫଳତା ପାଇଛନ୍ତି। ଏପରିକି ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ୧୪ ବର୍ଷରେ ଘର ଛାଡ଼ି ଚାଲି ଯାଇଥିଲେ। ସୋଶାଲ ମିଡିଆରେ ତାଙ୍କର ଏକ ଭିଡିଓ ଜୋରଦାର ଭାଇରାଲ ହେଉଛି, ଯେଉଁଥିରେ ସେ ତାଙ୍କ ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି ଏବଂ ପିତାଙ୍କୁ ଆଲିଙ୍ଗନ କରୁଛନ୍ତି।

ଇନ୍‌ଷ୍ଟାରେ ସେ ନିଜ ଅନୁଭୂତି ବର୍ଣ୍ଣନା କରି କହିଛନ୍ତି, ‘ମୁଁ ଅନେକ ରାତି ନ ଖାଇ ଶୋଇଛି। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅନେକ ଅପରାହ୍ନ ମୋର ଚାଲି ଚାଲି କଟିଛି। ମୋ ରକ୍ତ, ଝାଳ ଏବଂ ଲୁହ ଏକାଠି ହୋଇ ମୋ ସ୍ୱପ୍ନକୁ ସାକାର କରିବା ପାଇଁ ମୋତେ ଉତ୍ସାହ ଦେଇଛନ୍ତି।’

ସେତିକି ନୁହେଁ, ସେ ବ୍ୟବହାର କରୁଥିବା ପୋଷାକ ଅନ୍ୟଠାରୁ ମାଗି ପିନ୍ଧିଥାନ୍ତି। ସେ ବହି ପାଇଁ ଖୁବ୍‌ ଆଗ୍ରହୀ ଥିଲେ। କିନ୍ତୁ ଭାଗ୍ୟ ତାଙ୍କୁ ସାଥ ଦେଇ ନ ଥିଲା। ମୁଁ ସ୍କୁଲ ଯିବା ପାଇଁ କେବେ ବି ସୁଯୋଗ ପାଇ ନାହାନ୍ତି। କାରଣ କିଶୋର ବୟସରେ ମୋତେ କାମ କରିବାକୁ ପଡ଼ୁଥିଲା। ଏପରିକି ଡିଗ୍ରୀ ପରୀକ୍ଷା ସମୟରେ ପରୀକ୍ଷା ଫିସ୍‌ ଦେବା ଲାଗି ମୋ ମା’ଙ୍କୁ ତାଙ୍କର ସ୍ୱଳ୍ପ ଗହଣାକୁ ବିକ୍ରି କରିବାକୁ ପଡ଼ିଥିଲା।’

 

 

View this post on Instagram

 

A post shared by Manya Singh (@manyasingh993)

ସେ ଆହୁରି କହିଥିଲେ, ‘ମୋ ପାଇଁ ମୋ ମା’ ବହୁ କଷ୍ଟ ସ୍ୱୀକାର କରିଛନ୍ତି। ନିଜର ପାଠପଢା ଶେଷ କରିବା ପାଇଁ ମୋତେ ସନ୍ଧ୍ୟାରେ ବାସନ ମାଜିବାକୁ ପଡ଼ୁଥିଲା, ରାତିରେ କଲ୍‌ ସେଣ୍ଟରରେ କାମ କରିବାକୁ ପଡ଼ୁଥିଲା। କୌଣସି ସ୍ଥାନକୁ ଯିବା ପାଇଁ ମୋତେ ଘଣ୍ଟା ଘଣ୍ଟା ଚାଲିବାକୁ ପଡ଼େ ଯଦ୍ୱାରା ମୁଁ ରିକ୍ସା ଫେୟାର ବଞ୍ଚାଇ ପାରିବି।’

ଆଜିର ଏହି ସଫଳତା ପାଇଁ ମୁଁ ସବୁ ଶ୍ରେୟ ମୋ ବାପା, ମା’ ଏବଂ ସାନ ଭାଇଙ୍କୁ ଦେବି। ତେବେ ଏତିକି କହିବି, ଯଦି ତୁମେ ନିଜ ପାଖରେ ଏବଂ ତୁମ ସ୍ୱପ୍ନ ପାଖରେ ପ୍ରତିବଦ୍ଧ ରହିବ ତେବେ ସବୁ କିଛି ସମ୍ଭବ ହୋଇ ପାରିବ ବୋଲି ଭାବପୂର୍ଣ୍ଣ କଣ୍ଠରେ କହିଥିଲେ ମାନ୍ୟା।

ବିଜେତା ଘୋଷିତ ହେବା ପରେ ମାନ୍ୟ ବାପାଙ୍କ ଅଟୋ ପାଖକୁ ଆସିଲେ। ମା’ଙ୍କ ପାଦ ଛୁଇଁଲେ ଏବଂ ବାପାଙ୍କ ଆଖିର ଲୁହ ପୋଛିଥିଲେ।  ଏହି ସମୟର ଭିଡିଓ ବେଶ ଭାଇରାଲ ହୋଇଛି।

ଶିକ୍ଷା ହେଉଛି ଏକ ବଳିଷ୍ଠ ଅସ୍ତ୍ର ଯାହାକୁ ପ୍ରତ୍ୟେକ ନିଜ ପାଖରେ ରଖିବା ଉଚିତ୍‌। ତେଣୁ ସେ ଏହା ପରେ ଉଚ୍ଚଶିକ୍ଷା ପ୍ରତି ଧ୍ୟାନ ଦେବେ ଏବଂ ମ୍ୟାନେଜମେଣ୍ଟ ଷ୍ଟଡି କରିବେ ବୋଲି କହିଛନ୍ତି।

ଏଠି କହିରଖିବୁ, ଏହି ପ୍ରତିଯୋଗିତାରେ ଫାଇନାଲ୍‌ରେ ୩୧ ଜଣ ପ୍ରତିଯୋଗୀ ଥିଲେ। ଜୁରି ପ୍ୟାନେଲ୍‌ରେ ନେହା ଧୂପିଆ, ଚିତ୍ରାଙ୍ଗଦା ସିଂହ, ପୁଲ୍‌କିତ ସମ୍ରାଟ ଏବଂ ଦୁଇଜଣ ପ୍ରଖ୍ୟାତ ଡିଜାଇନର ଫାଲଗୁନି ଏବଂ ସେନ ପିକକ୍‌ ଥିଲେ। ସୁମନ ରାଓ ତାଙ୍କ ପରବର୍ତ୍ତୀ ବିଜେତାଙ୍କୁ ମିସ୍‌ ଇଣ୍ଡିଆ  ମୁକୁଟ ପିନ୍ଧାଇଥିଲେ।

 

View this post on Instagram

 

A post shared by Voompla (@voompla)

 

 

You might also like