ରିୟା-ମହେଶ ଭଟ୍ଟଙ୍କ ହ୍ୱାଟ୍ସଆପ୍‌ ଚାଟ୍‌ ଭାଇରାଲ୍‌

ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ, ଏହି ସମୟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଏକ ହ୍ୱାଟ୍ସଆପ୍‌ ଚାଟ୍‌ ଭାଇରାଲ ହୋଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟ ଓ ରିୟାଙ୍କ ମଧ୍ୟରେ ହ୍ୱାଟ୍ସଆପ୍‌ରେ ଏହି ବାର୍ତ୍ତାଳାପ ହୋଇଥିଲା।

ଜୁନ୍ ୮ ତାରିଖରେ ସୁଶାନ୍ତଙ୍କ ଘର ଛାଡ଼ି ଯିବା ପରେ ମହେଶ ଭଟ୍ଟଙ୍କୁ ରିୟା ହ୍ୱାଟ୍ସଆପ୍‌ରେ ମେସେଜ୍ କରିଥିଲେ। ଏଥିରେ ସେ ଲେଖିଥିଲେ, ଆୟଶା ଆଗକୁ ବଢ଼ି ସାରିଛି, ସାର୍‌। ଆଶ୍ୱସ୍ତିର ସହ ଜୀବନରେ ଆଗକୁ ବଢ଼ିଛି। ଆ‌ପଣଙ୍କ ସହ ଶେଷ କଥାବାର୍ତ୍ତା, ମୋ ଆଖି ଖୋଲି ଦେଇଥିଲା। ଆପଣ ମୋର ଏଞ୍ଜେଲ୍‌। ଆପଣ ସେତେବେଳେ ମଧ୍ୟ ଥିଲେ, ଆଜି ବି ଅଛନ୍ତି।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ, ଆୟଶା ହେଉଛି ଫିଲ୍ମ ’ଜଲେବି’ ର ଏକ ଚରିତ୍ରର ନାଁ।  ଯେଉଁଥିରେ ଅଭିନୟ କରିଥିଲେ ରିୟା। ଏହି ଫିଲ୍ମର ପ୍ରଡ୍ୟୁସର ହେଉଛନ୍ତି ମହେଶ ଓ ମୁକେଶ ଭଟ୍ଟ। 

ରିୟାଙ୍କ ଏହି ମେସେଜ୍‌ର ଉତ୍ତରରେ ମହେଶ ଭଟ୍ଟ କହିଥିଲେ,ଏବେ ଆଉ ପଛକୁ ଫେରି ଚାହିଁବ ନାହିଁ।

ରିୟା ମେସେଜରେ ଆହୁରି ମଧ୍ୟ ଲେଖିଥିଲେ,  ମୁଁ ଟିକିଏ ସାହସ ପାଇଲି ସାର୍‌, ଫୋନରେ ମୋ ବାପାଙ୍କ ବିଷୟରେ ତୁମେ ଯାହା କହିଥିଲ, ତାହା ମୋତେ ଆହୁରି ତାଙ୍କ(ବାପା) ପାଇଁ ଷ୍ଟ୍ରଙ୍ଗ୍‌ ହେବାକୁ ସାହାଯ୍ୟ କଲା। ଏଥିପାଇଁ ସେ ଆପଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହାର ଉତ୍ତରରେ ମହେଶ ଭଟ୍ଟ କହିଥିଲେ, “ତୁମେ ମୋର ସନ୍ତାନ। ମୁଁ ହାଲ୍‌କା ଅନୁଭବ କରୁଛି। ” ଉଭୟଙ୍କ ମଧ୍ୟରେ ଆହୁରି ଅନେକ କଥାବାର୍ତ୍ତା ହୋଇଥିଲା, ଯାହା ଏବେ ଭାଇରାଲ୍‌ ହୋଇଛି। 

ରିୟା ଓ ମହେଶ ଭଟ୍ଟଙ୍କ ଏହି ଚାଟ୍‌ ଭାଇରାଲ ହେବାପରେ ସୁଶାନ୍ତ ସିଂ ମୃତ୍ୟୁ ମାମଲା ଏକ ନୂଆ ମୋଡ଼ ନେଇଛି। ରିୟା-ସୁଶାନ୍ତଙ୍କ ମଧ୍ୟରେ କ’ଣ ସମ୍ପର୍କ ଭଲ ନ ଥିଲା ? ରିୟାଙ୍କ କ’ଣ ସୁଶାନ୍ତଙ୍କ ସହ ଖୁସିରେ ନ ଥିଲେ ? ପ୍ରକୃତରେ କେଉଁ କାରଣ ପାଇଁ ରିୟା, ସୁଶାନ୍ତଙ୍କ ଘର ଛାଡ଼ିଲେ ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଠିଛି।

ଆହୁରି ପଢ଼ନ୍ତୁ

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

You might also like